ରାଜଧାନୀରେ ପେଟ୍ରୋଲ ଦର ୭୯.୪୩ ଟଙ୍କା

ଭୁବନେଶ୍ୱର,୨୦।୬:ଦେଶର ତେଲ ଦର ଆକାଶ ଛୁଆଁ ହୋଇଛି। ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ପ୍ରାୟ ୭୯ ଟଙ୍କାରେ ପହଞ୍ଚତ୍ଛି। ସେହିଭଳି ଭୁବନେଶ୍ୱରରେ ମଧ୍ୟ ଶନିବାର ପେଟ୍ରୋଲ ଦର ଲିଟର ପିଛା ପ୍ରାୟ ୮୦ ଟଙ୍କା ଛୁଇଁଛି। ଅନ୍ୟ ପକ୍ଷରେ ଶନିବାର ଡିଜେଲ ଦର ୬୧ ପଇସା ବଢିବା ଯୋଗୁ ଏହା ରେକର୍ଡ ସ୍ତର ଛୁଇଁଥିବା ତୈଳ ବିପଣନ କମ୍ପାନୀଗୁଡିକ ସୂଚନା ଦେଇଛନ୍ତି। ୨୦୧୮ ଅକ୍ଟୋବର ୪ ପରେ ଏହା ହେଉଛି ସର୍ବାଧିକ ତୈଳ ଦର ବୃଦ୍ଧି। ଚଳିତ ମାସ ଜୁନ ୭ ରୁ ଆଜି ପର୍ଯ୍ୟନ୍ତ (ଶନିବାର) ଦେଶର ତେଲ ଦର କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଫଳରେ ଗତ ୧୪ଦିନ ମଧ୍ୟରେ ପେଟ୍ରୋଲ ଉପରେ ୭.୬୨ଟଙ୍କା ଏବଂ ଡିଜେଲ ୮.୨୮ଟଙ୍କା ବଢିଛି। ଶନିବାର ଦିନ ପେଟ୍ରୋଲ ଲିଟର ପିଛା ୫୧ ପଇସା ଏବଂ ଡ଼ିଜେଲ ୬୧ ପଇସା ବୃଦ୍ଧି ପାଇଛି। ଫଳରେ ପେଟ୍ରୋଲ ଦର ୭୮.୩୭ ଟଙ୍କାରୁ ବୃଦ୍ଧି ପାଇ ୭୮.୮୮ ଟଙ୍କା ଏବଂ ଡିଜେଲ ଦର ୭୭.୦୫ ଟଙ୍କାରୁ ବୃଦ୍ଧି ପାଇଁ ୭୭.୬୬ ଟଙ୍କାରେ ପହଞ୍ଚତ୍ଛି। ଏହି ଦର ବୃଦ୍ଧି ଫଳରେ ଭୁବନେଶ୍ୱରର ପେଟ୍ରୋଲ ଲିଟର ପିଛା ୭୯.୪୩ ଟଙ୍କା ଓ ଡିଜେଲ ଲିଟର ପିଛା ୭୫.୮୭ ଟଙ୍କା ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆର ପ୍ଲେ- ୧୧ ହେବ ପରିବର୍ତ୍ତନ! ଏହି ୧୧ ଜଣ ଖେଳାଳିଙ୍କୁ ଜିମ୍ବାୱେ ବିପକ୍ଷରେ ସୁଯୋଗ ମିଳିବା ନିଶ୍ଚିତ

ନୂଆଦିଲ୍ଲୀ,୨୩।୨: ଟି-୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ପରାଜୟ ବରଣ କରିଛି। ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା…

ଦୀପକଙ୍କୁ ଭେଟିବା ପରେ ରାହୁଲ କହିଲେ ଭୟ କରିବାର ଆବଶ୍ୟକତା ନାହିଁ, ଜାଣନ୍ତୁ କାହିଁକି…

ଡେରାଡୁନ୍‌,୨୩ା୨: ଉତ୍ତରାଖଣ୍ଡର କୋଟଦ୍ୱାରରେ ଜଣେ ମୁସଲମାନ ଦୋକାନୀଙ୍କ ପାଇଁ ଠିଆ ହୋଇ ପ୍ରସିଦ୍ଧି ଲାଭ କରିଥିବା ଜିମ୍‌ ମାଲିକ ଦୀପକ କୁମାର ଦିଲ୍ଲୀରେ କଂଗ୍ରେସ ଏମ୍‌ପି ଏବଂ…

କନ୍ଧମାଳରେ ଆଉ ୩୦ ମାଓବାଦୀ : ରାଇକିଆ, ଦାରିଙ୍ଗବାଡି, କୋଟଗଡରେ ସକ୍ରିୟ

ଫୁଲବାଣୀ,୨୩।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଆଉ ୩୦ ମାଓବାଦୀ ସକ୍ରିୟ ଅଛନ୍ତି। ସେମାନେ ପ୍ରତିଦିନ ସ୍ଥାନ ବଦଳାଉଛନ୍ତି। ଜିଲାର ରାଇକିଆ, ଦାରିଙ୍ଗବାଡି ଏବଂ କୋଟଗଡରେ ସେମାନେ…

ସ୍କୁଲ ଛାତ୍ର ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ଜିଲାପାଳଙ୍କ ଅଫିସ ଘେରାଉ

ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ବ୍ଲକ ବେଳପଡା ପାଟଣା ପ୍ରାଥମିକ ସ୍କୁଲ ପଞ୍ଚମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ସୋମବାର ଜିଲାପାଳଙ୍କ ଅଫିସ…

ପିଲା ଚୋରି ସନ୍ଦେହରେ ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ, ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

ମୋରଡା,୨୩।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଫଳରେ ଉକ୍ତ ଯୁବକ ଜଣଙ୍କ ମୃତ୍ୟୁବରଣ କରିଛନ୍ତି। ସୂଚନା ଅନୁଯାୟୀ, ସୋମବାର…

ପ୍ରଥମେ ପ୍ରେମ ବିବାହ, ପରେ ସ୍ତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ କରି ସ୍ବାମୀ…

ଭୁବନେଶ୍ୱର,୨୩ା୨: ପ୍ରେମ ବିବାହ କରିଥିଲେ ଦୁଇ ପ୍ରେମୀଯୁଗଳ। ପରେ ଯୌତୁକକୁ ନେଇ ଦୁଇ ପରିବାର ଭିତରେ ଦେଖାଦେଇଥିଲା ବିବାଦ। ଯାହାକୁ ନେଇ ସ୍ତ୍ରୀଙ୍କୁ ସ୍ବାମୀ ଜଣକ ଘରୁ…

ସାବଧାନ! କ୍ଷୀର ପିଇବାର ୪୮ ଘଣ୍ଟା ମଧ୍ୟରେ କିଡନୀ ଫେଲ୍, ଚାରି ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୨୩।୨: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ରାଜମୁଣ୍ଡ୍ରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗତ ୪୮ ଘଣ୍ଟା ମଧ୍ୟରେ କିଡନି ସମ୍ବନ୍ଧୀୟ ରୋଗରେ…

ସେମିଫାଇନାଲ ପୂର୍ବରୁ ଟିମ ଇଣ୍ଡିଆର ଚିନ୍ତା ବଢାଇଲେ ଏହି ୩ ଖେଳାଳି, ଖରାପ ଫର୍ମ ପ୍ରଦର୍ଶନ ହୋଇପାରେ ମହଙ୍ଗା

ନୂଆଦିଲ୍ଲୀ,୨୩।୨: ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୬ ସୁପର ୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ବରଣ କରିଥିଲା। ଦକ୍ଷିଣ ଆଫ୍ରିକା ଭାରତକୁ ୭୬ ରନରେ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri