ରାଜଧାନୀରେ ଏନ୍‌କାଉଣ୍ଟର ମାମଲା : ଗ୍ୟାଙ୍ଗ୍‌ର ୯ ସଦସ୍ୟ ଗିରଫ

ଭୁବନେଶ୍ୱର,୯।୮(ବ୍ୟୁରୋ) : ଲୁଟପାଟ ଓ ଡକାୟତି ଗ୍ୟାଙ୍ଗ୍‌ର ୯ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ୫ଜଣଙ୍କୁ ଏନ୍‌କାଉଣ୍ଟର କରିଥିବାବେଳେ ଅନ୍ୟ ୪ଜଣଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଛି। ଏନ୍‌କାଉଣ୍ଟରରେ ଆହତ ୫ଜଣ କଟକ ବଡ ମେଡିକାଲରେ ଚିକିସତ୍ିତ ହେଉଛନ୍ତି। ଅନ୍ୟ ୪ଜଣଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଆହତ ୫ଜଣଙ୍କ ମଧ୍ୟରୁ ରବି ରାଓ ଏବଂ ଅନ୍ୟ ଦୁଇଜଣଙ୍କୁ ରିମାଣ୍ଡରେ ଆଣି ପୋଲିସ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ଗିରଫ ୯ ଅଭିଯୁକ୍ତ ହେଲେ ଆଠଗଡର ବିବେକ ନାୟକ, ଆଠଗଡ଼ ଉପରସାହିର ସିପୁନ କବି, ବାଲେଶ୍ୱର ଜିଲା ସୋର ଅଞ୍ଚଳର ଅରୁଣ ମଲ୍ଲିକ ଓ ଖଇରା ଅଞ୍ଚଳର ଦେବାଶିଷ ଦାଶ, କଟକ ନିଆଳିର ହରେକୃଷ୍ଣ ସ୍ବାଇଁ, ଖାରବେଳନଗରର ରବି ରାଓ, ଖଣ୍ଡଗିରି ରଘୁନାଥ ନଗରର ଅର୍ଜୁନ ଦାଶ, ମହାକାଳପଡା ଥାନା ଗୋଖାଖଟି ଗ୍ରାମର ଜଗବନ୍ଧୁ ସ୍ବାଇଁ ଓ କଟକ ଗୁରୁଡିଝାଟିଆ ଅଞ୍ଚଳର ଅଜୁ ସାହୁ। ଏମାନଙ୍କଠାରୁ ୯ କାର, ୮ ବାଇକ, ୨୨୪ ଗ୍ରାମର ସୁନାଅଳଙ୍କାର, ୫୦ ହଜାର ଟଙ୍କା, ୧୦ ମୋବାଇଲ୍‌ ଫୋନ, ୫ ଚୋରା ବନ୍ଧୁକ, ୬ରାଉଣ୍ଡ ଗୁଳି, ୨ ଭୁଜାଲି ଏବଂ ଏକ ଆପାର୍ଟମେଣ୍ଟରୁ ବିପୁଳ ପରିମାଣର ମଦ ବୋତଲ ଜବତ ହୋଇଛି। ପୋଲିସ କମିଶନର ସତ୍ୟଜିତ ମହାନ୍ତି ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଗ୍ୟାଙ୍ଗ୍‌ ନାମରେ ୫୦ରୁ ଅଧିକ ମାମଲା
ରବି ରାଓ ଗ୍ୟାଙ୍ଗ୍‌ ନାମରେ ୫୦ରୁ ଊର୍ଦ୍ଧ୍ୱ ମାମଲା ରହିଛି। କେବଳ ରବିଙ୍କ ମାମଲା ସଂଖ୍ୟା ୨୮ରୁ ଅଧିକ। ନୟାପଲ୍ଲୀ ବ୍ୟବସାୟୀଙ୍କୁ ଅପହରଣ, ମହିମା ମୋଟର୍ସ, ତୃପ୍ତି ହୋଟେଲ ମାଲିକଙ୍କୁ ଆକ୍ରମଣ ଓ ଲୁଟ, ଖଣ୍ଡଗିରି ଏବଂ ଏୟାରପୋର୍ଟ ଅଞ୍ଚଳରୁ କାର ଲୁଟ, ବାଲିଅନ୍ତା ବ୍ୟାଙ୍କରୁ ଲୁଟ୍‌ ଆଦି ଘଟଣାରେ ଏହି ଗ୍ୟାଙ୍ଗ ସମ୍ପୃକ୍ତ ଥିବା ଜଣାପଡ଼ିଛି।
ଲୁଟ୍‌ କାର୍‌ରେ ଗଞ୍ଜେଇ ବେପାର କରୁଥିଲେ
ଏହି ଗ୍ୟାଙ୍ଗ୍‌ ଡକାୟତି ଓ ଲୁଟ୍‌ ସହ ନିଶାଦ୍ରବ୍ୟ ଚୋରା ଚାଲାଣ କରୁଥିଲେ। ପ୍ରଥମେ ଏମାନେ ମାରଣାସ୍ତ୍ର ଦେଖାଇ କାର ଲୁଟ କରୁଥିଲେ। ପରେ ଉକ୍ତ କାରକୁ ଅନ୍ୟ ଜିଲାକୁ ନେଇ ନିଶାଦ୍ରବ୍ୟ କାରବାରରେ ବ୍ୟବହାର କରୁଥିଲେ। ବିଶେଷ କରି ରାଜଧାନୀରୁ କାର ଲୁଟ କରି ଫୁଲବାଣୀରେ ଗଞ୍ଜେଇ ଚାଲାଣରେ ବ୍ୟବହାର କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏପରି କି ସେମାନେ ଧରା ନ ପଡ଼ିବା ପାଇଁ ଜଙ୍ଗଲ କିମ୍ବା ନିଛାଟିଆ ସ୍ଥାନରେ କାର ରଖି ତା’ ଭିତରେ ଶୋଉଥିଲେ।
ଲୁଟ୍‌ ଟଙ୍କାରେ ସମ୍ପତ୍ତି କରୁଥିଲେ
ଏହି ଗ୍ୟାଙ୍ଗ ଲୁଟପାଟ ଟଙ୍କାକୁ ନିଜ ମଧ୍ୟରେ ବାଣ୍ଟି ନେଉଥିଲେ। ଏଥିଯୋଗୁ ପୋଲିସ ସେମାନଙ୍କୁ ଗିରଫ କରିଥିଲେ ମଧ୍ୟ ସମସ୍ତ ଲୁଟ୍‌ ଟଙ୍କା କି ସୁନାକୁ ଜବତ କରିପାରିନାହିଁ। ପାହାଳ ନିକଟ ବ୍ୟାଙ୍କ୍‌ରୁ ଲୁଟିଥିବା ୩୫ଲକ୍ଷ ଟଙ୍କାରେ ସେମାନେ ଗାଡ଼ି, ଘର କରଣା ସାମଗ୍ରୀ କିଣି ଥିଲେ।
ଦୁଇଟି ଗ୍ୟାଙ୍ଗ୍‌ର ହୋଇଥିଲା ମିଳନ
ରବି କାମାକ୍ଷାନଗରର ଜଣେ ଯୁବନେତାଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ୮ଜଣ ଗିରଫ ହୋଇଥିବାବେଳେ ସେ ଫେରାର ଥିଲେ। ରାଉରକେଲାକୁ ଚାଲିଯାଇ ସେ ଏକ ଗ୍ୟାଙ୍ଗ୍‌ ଗଢିଥିଲେ। ସେଠାରେ ଅପରାଧ ଘଟାଇବା ପରେ ରାଜଧାନୀକୁ ଫେରିଥିଲେ। ଗତ ଦୁଇମାସ ଭିତରେ ଆଠଗଡରୁ କାର ଲୁଟ ଘଟଣାରେ ଗିରଫ ହୋଇଥିବା ଗ୍ୟାଙ୍ଗ୍‌ ସହ ସେ ପରିଚିତ ହୋଇଥିଲେ। ଏହାପରେ ଦୁଇ ଗ୍ୟାଙ୍ଗ୍‌ ମିଶି ଅପରାଧ ଘଟାଉଥିଲେ ବୋଲି ପୋଲିସ କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଦିନ ବର୍ଷା ନାହିଁ

ଭୁବନେଶ୍ୱର,୨୫ା୬(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ରାଜ୍ୟରେ ଦୁଇଦିନ ବର୍ଷା ହେବ ନାହିଁ। ପାଗ ଶୁଖିଲା ରହିବ। ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ...

ସତୀଚଉରା ନାବାଳିକା ଅପହରଣ, ବଳାତ୍କାର ମାମଲା: ସ୍ବାମୀଙ୍କୁ ଆଜୀବନ, ସ୍ତ୍ରୀଙ୍କୁ ୨୦ ବର୍ଷ ଜେଲ୍‌

କଟକ ଅଫିସ,୨୨ା୧: ସତୀଚଉରା ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ଦୋଷୀ ଦମ୍ପତିଙ୍କୁ କଡ଼ା ଦଣ୍ଡାଦେଶ ଦେଇଛନ୍ତି କଟକ ଆଡ ହକ ଫାଷ୍ଟ ଟ୍ରାକ ପୋକ୍ସୋ...

୫ ଦିନିଆ ରିମାଣ୍ଡରେ ଯିବେ ନକଲି ଡାକ୍ତର

ଭୁବନେଶ୍ୱର,୧୯।୨(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁ ଶନିବାରଠାରୁ ୫ ଦିନିଆ ରିମାଣ୍ଡରେ ଯିବେ । ରିମାଣ୍ଡ ନେବାକୁ ଭୁବନେଶ୍ବର ଏସଡିଜେଏମ୍‌ କୋର୍ଟ ଅନୁମତି ଦେଇଛନ୍ତି ।...

୨ ଓମିକ୍ରନ ଆକ୍ରାନ୍ତ ସଂସ୍ପର୍ଶରେ ୨୧ ଜଣ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ଓଡିଶାରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଚିନ୍ତା ବଢିଛି। ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂ ସରିଛି। ତେବେ ୨୧ ଜଣ ସେମାନଙ୍କ...

ରାଜଧାନୀରେ ବୋଲ ମାନୁନି କରୋନା: ଚିହ୍ନଟ ହେଲେ ଆଉ ୩୪୨ କରୋନା ପଜିଟିଭ୍‌; ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜଧାନୀରେ ମଙ୍ଗଳବାର ୩୪୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୬୯୩୩କୁ ବୃଦ୍ଧି ପାଇଛି। ସେଥିରୁ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୨୧୭ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୨।୯(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୩୨୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ  ସର୍ବାଧିକ ୬୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରୁ ୨୮୧, କଟକରୁ ...

ଆଜି ଅଖିମୁଠି, ଚିନ୍ତାରେ ଚାଷୀ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ରବିବାର ଅକ୍ଷୟ ତୃତୀୟା ବା ଅଖିମୁଠୀ। ପ୍ରତିବର୍ଷ ଭଳି ଚାଷୀପୁଅ କୃଷି କାର୍ଯ୍ୟର ଶୁଭାରମ୍ଭ କରିବ। ମାଟି ମା’କୁ ପୂଜାକରି ବର୍ଷକ ପାଇଁ ଯୋଗାଡ଼...

ଅଟୋ ସହ ଶାଳକାଠ ଜବତ: ୨ ଗିରଫ

ବାଲିଗୁଡା/କ.ନୂଆଗାଁ,୧୫ା୧୦(ଡି.ଏନ୍‌.ଏ.)- ବାଲିଗୁଡା ବନଖଣ୍ଡ ଅଧୀନ କିରିକୁଟି ପଞ୍ଚାୟତ ୫୯ନଂ. ଜାତୀୟ ରାଜପଥ କ.ନୂଆଗାଁ ବନ ବିଭାଗ ତରଫରୁ ସୋମବାର ରାତ୍ରକାଳୀନ ପାଟ୍ରୋଲିଙ୍ଗ ଚାଲିଥିଲା। କିରିକୁଟି ଗ୍ରାମକୁ...

Advertisement
Archives

Model This Week