ରାଜକୋଟ, ତିରୁପତିରେ ଫଶିଛନ୍ତି ୪୩ ଦାଦନ ଶ୍ରମିକ

ବଲାଙ୍ଗୀର ଅଫିସ/ଟିକ୍ରାପଡା/ଟିଟିଲାଗଡ, ୨୭ା୩ (ଡି.ଏନ୍‌.ଏ.):କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ସମଗ୍ର ଦେଶରେ ୨୧ଦିନର ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି ା ଏଭଳି ସମୟରେ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ଦାଦନ ଶ୍ରମିକମାନେ ଅସୁବିଧାରେ ପଡିଛନ୍ତି ା ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ୪୩ ଦାଦନ ଶ୍ରମିକ ସେମାନଙ୍କୁ ଉଦ୍ଧାର କରି ତାଙ୍କ ଘରେ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ, ଓଡିଶା ମୁଖ୍ୟମନ୍ତ୍ରୀ ଓ ବଲାଙ୍ଗୀର ଜିଲାପାଳଙ୍କୁ ଆକୁଳ ନିବେଦନ କରିଛନ୍ତି ା ମୋବାଇଲ ଭିଡିଓ ମାଧ୍ୟମରେ ଏହି ଦାଦନ ଶ୍ରମିକମାନେ ସୋସିଆଲ ମିଡିଆରେ ଉଦ୍ଧାର ପାଇଁ ଆକୁଳ ନିବେଦନ କରିବା ସହ ସେମାନଙ୍କ ନିକଟରେ ଖାଇବାକୁ କିଛି ବି ନଥିବା ଜଣାଇଛନ୍ତି ା ସଇଁତଲା ବ୍ଳକର ବିଭିନ୍ନ ଗ୍ରାମର ୨୮ଜଣ ଦାଦନ ଶ୍ରମିକ ଗୁଜରାଟ ପ୍ରଦେଶର ରାଜକୋଟ କାମ କରିବାକୁ ଯାଇଥିଲେ ା ଏବେ ଦେଶରେ ଲକ୍‌ଡାଉନ୍‌ ନିୟମ ପରେ ସେମାନେ ସେଠାରେ ଫଶିଛନ୍ତି ା ଏହି ଶ୍ରମିକମାନେ ସୋସିଆଲ ମିଡିଆରେ ହାତ ଯୋଡି ଉଦ୍ଧାର ପାଇଁ ନିବେଦନ କରୁଥିବା ଦେଖାଯାଇଛି ା ସେହିପରି ଟିଟିଲାଗଡ ବ୍ଳକ୍‌ ଖୋଲାନ ଗ୍ରାମପଞ୍ଚାୟତର ପଥର୍ଲା ଗ୍ରାମର ୧୫ ଜଣ ସଦସ୍ୟ ତିରୁପତି ନିକଟ ଥଣ୍ଟାୱାଡାଠାରେ ଏକ ଇଟାଭାଟିରେ ଅଟକି ରହିଥିବା ଜଣାଇଛନ୍ତି ା ଗୋଟିଏ ସପ୍ତାହ ଧରି ଖାଇବାକୁ ଦେବା ପରେ ଇଟାଭାଟି ମାଲିକ ଆଉ ସେମାନଙ୍କୁ ଖାଇବାକୁ ଦେଉନଥିବା ଜଣାଇଛନ୍ତି ା ଫାଲକୁନି ମାଝି, ନୃପ ଘିବେଲା, ଜୟ ପ୍ରକାଶ ରଣା, ସୁମନ୍ତ ରଣା, କୁଶ ରଣା, ସାନ ରଣା, ଡିଲେଶ୍ୱର ଭୋଇ, ପିକେଶ୍ୱର ମାଝି, ହୃଷି ମାଝି, ତରଣୀ ଭୋଇ, ପ୍ରକାଶ ମାଝି, ହିମାଂଶୁ ଭୋଇ, କିଶୋର ରଣା, ସମୀର ମାଝି ଓ ଅନ୍ୟ ଜଣେ ଅଟକି ରହିଛନ୍ତି ା ତୁରନ୍ତ ସେମାନଙ୍କୁ ଓଡିଶା ସରକାର ଉଦ୍ଧାର ନ କଲେ ସେମାନେ ବାଧ୍ୟହୋଇ ତିରୁପତିରୁ ପଦଯାତ୍ରା କରିବାକୁ ବାଧ୍ୟ ହେବୁ ବୋଲି ଜଣାଇଛନ୍ତି ା ଏହି ଖବର ପହଞ୍ଚତ୍ବା ପରେ ପଥର୍ଲା ଗ୍ରାମର କିଛି ଲୋକ ଟିଟିଲାଗଡ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଟକି ଥିବା ଦାଦନ ଶ୍ରମିକଙ୍କୁ ଉଦ୍ଧାର ପାଇଁ ନିବେଦନ କରିଥିବା ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri