‘ରାଉଡି’ ହେବାକୁ ଇଚ୍ଛା

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ସେ ବବ୍‌ଲି ଓ ଚୁଲ୍‌ବୁଲି ନାୟିକା। ଦିନେ ଶିଶୁ କଳାକାରଭାବେ ଦର୍ଶକଙ୍କର ଭରପୂର ମନୋରଞ୍ଜନ କରୁଥିଲେ। ଆଜି ଫିଲ୍ମର ମୁଖ୍ୟ ନାୟିକା ଭାବେ ଜବରଦସ୍ତ ଅଭିନୟରେ କେତେବେଳେ ଦର୍ଶକଙ୍କୁ ସେ ହସାଉଛନ୍ତି ତ ପୁଣି କେତେବେଳେ କନ୍ଦାଉଛନ୍ତି। ପ୍ରଥମ ଫିଲ୍ମରୁ ହିଁ ଇଣ୍ଡଷ୍ଟ୍ରୀରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡ଼ିଥିବା ଏହି ଅଭିନେତ୍ରୀ ହେଲେ ଶିବାନୀ ସଙ୍ଗୀତା। ‘ସିଷ୍ଟର ଶ୍ରୀଦେବୀ’, ‘ପ୍ରେମ୍‌ କୁମାର’ ଭଳି ହିଟ୍‌ ଫିଲ୍ମରେ ଅଭିନୟକରି ଦର୍ଶକଙ୍କ ନିକଟତର ହୋଇଥିବା ଶିବାନୀଙ୍କ ସହ ଆଳାପ।

ଶିଶୁ କଳାକାରରୁ ଲିଡ୍‌ ଚରିତ୍ରରେ ଅଭିନୟ କରିବାର ଅନୁଭୂତି କିଭଳି ଥିଲା?
*ଶିଶୁ କଳାକାର ଭାବେ ମୁଁ ପ୍ରଥମେ ‘ମିତରେ ମିତ’ ଫିଲ୍ମରେ ଅଭିନୟ କରିଥିଲି। ଏହା ପୂର୍ବରୁ ‘ଉତ୍ତରଦାୟୀ’, ‘ଦେବୀ’ ଓ ‘ବଧୂ’ ଭଳି କେତେକ ଧାରାବାହିକରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ‘ଉତ୍ତରଦାୟୀ’ରେ ମୋ ଅଭିନୟ ଦେଖି ପ୍ରଶାନ୍ତ ପାଢୀ ସାର୍‌ ‘ମିତରେ ମିତ’ ଫିଲ୍ମ ପାଇଁ ଡାକିଥିଲେ। ଏହାପରେ ‘ପହିଲି ରଜ’, ‘ଗୁଡ୍‌ ବୟ’, ‘ମିତ ବସିଛି ମୁଁ ଭୂତ ସାଥିରେ’, ‘ଲେଖୁ ଲେଖୁ ଲେଖିଦେଲି’ ଭଳି ଫିଲ୍ମ କରିଥିଲି। ତେବେ ‘ସିଷ୍ଟର ଶ୍ରୀଦେବୀ’ରେ ଲିଡ୍‌ ରୋଲ୍‌ରେ ଅଭିନୟ କରିବାର ସୁଯୋଗ ମିଳିଲା। ସେ ଅନୁଭୂତି ଭିନ୍ନ ଥିଲା।
ପ୍ରଥମ ଫିଲ୍ମରୁ ବାବୁଶାନଙ୍କ ଭଳି ଜଣେ ସୁପରଷ୍ଟାର୍‌ଙ୍କ ସହ ଅଭିନୟ କରିବାର ସୁଯୋଗ ପାଇଥିଲେ। ସେ ନେଇ କ’ଣ କହିବେ?
*‘ସିଷ୍ଟର ଶ୍ରୀଦେବୀ’ ପାଇଁ ଯେତେବେଳେ ଅଶୋକ ପତି ସାର୍‌ ଡାକିଥିଲେ ସେବେ ମୁଁ ଷ୍ଟୋରି ବିଷୟରେ କିଛି ଜାଣି ନଥିଲି କି ହିରୋ କିଏ ବି ଜାଣିନଥିଲି। ବାବୁଶାନ୍‌ଙ୍କ ସହ କାମ କରିବାର ଅଛି ଜାଣିବା ପରେ ପ୍ରଥମେ ବହୁତ ଖୁସି ଲାଗିଥିଲା। ହେଲେ ମନରେ ଡର ଥିଲା ଯେ ଏତେ ଅଭିଜ୍ଞ କଳାକାରଙ୍କ ସହ କାମ କରିବି। ଭୁଲ୍‌ ହୋଇଗଲେ କ’ଣ ହେବ ଭାବିକି ଡର ଲାଗୁଥିଲା। ଫିଲ୍ମ କଲାପରେ ଜାଣିଲି ତାଙ୍କ ସହ କାମ କରିବା କେତେ ସହଜ। ବହୁତ କିଛି ଶିଖିବାକୁ ମିଳେ। ଯଦି ଆଜି ଦର୍ଶକ ଭାବୁଥାନ୍ତି ଯେ ମୁଁ ଟିକେ ଭଲ ଆର୍ଟିଷ୍ଟ ତା’ହେଲେ ସେଥିରେ ବାବୁଶାନଙ୍କର ପ୍ରମୁଖ ଅବଦାନ ରହିଛି।

କେଉଁ ନାୟକଙ୍କ ସହ କାମ କରିବା ଏକ ଡ୍ରିମ୍‌?
*ମୁଁ ବହୁତ ଭାଗ୍ୟବାନ୍‌ ଯେ, ଏବେସୁଦ୍ଧା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ୩ ଜଣ ସୁପରଷ୍ଟାର୍‌ଙ୍କ ସହ କାମ କରିସାରିଛି। ବାବୁଶାନଙ୍କ ସହ ଡେବ୍ୟୁ କରିଥିଲି। ତା’ପରେ ସ୍ବରାଜ ଓ ଅନୁଭବଙ୍କ ସହ କାମ କରିବାର ସୁଯୋଗ ମିଳିଲା। ଭଗବାନ ଓ ଦର୍ଶକଙ୍କ ଆଶୀର୍ବାଦ ଯୋଗୁ ଆଜି ମୁଁ ଏଠାରେ ପହଞ୍ଚତ୍ଛି।
ରୋମାଣ୍ଟିକ୍‌, ସସ୍‌ପେନ୍ସ, କମେଡି, ଡ୍ରାମା ନା ଥ୍ରୀଲର, କେଉଁଭଳି ଫିଲ୍ମ କରିବାକୁ ଭଲଲାଗେ?
*ରାଉଡି କ୍ୟାରେକ୍ଟର କରିବାକୁ ମୋର ବହୁତ ଇଚ୍ଛା। ଏମିତି କାନ୍ଦକଟା ଚରିତ୍ର କରିବାକୁ ବହୁତ ମିଳେ ଓ ଦର୍ଶକଙ୍କୁ ବି ତାହା ପସନ୍ଦ ହୁଏ। ହେଲେ ତାହା ସବୁବେଳେ ଚାଲିଥିବ। କିନ୍ତୁ ବୁଲେଟ୍‌ ଚଲାଉଥିବା, ଘୋଡ଼ା ଚଢୁଥିବା ଭଳି ଏକ ଚରିତ୍ରରେ ଅଭିନୟ କରିବାକୁ ଆଗ୍ରହ ଅଛି। ବିଲ୍‌କୁଲ ଗର୍ଲି ନ ହୋଇ ‘ଟମ୍‌ ବୟ’ ହେବାକୁ ଇଚ୍ଛା ଅଛି।
ପାଟଣାଗଡ଼ ଓ ନିକଟରେ ହୋଇଥିବା କଳ୍ପନା ଦାଶ ହତ୍ୟାକାଣ୍ଡ ଭଳି କିଛି ବାସ୍ତବ ଘଟଣା ଉପରେ ଏବେ ଓଡ଼ିଆ ଫିଲ୍ମ ହେଉଛି। ସେମିତି ଯଦି ଏକ କ୍ରାଇମ୍‌ ଥ୍ରୀଲର୍‌ କିମ୍ବା ବାୟୋପିକ୍‌ ହୁଏ ତା’ହେଲେ କାହା ଚରିତ୍ରରେ ଅଭିନୟ କରିବାକୁ ଚାହିଁବେ?
*ଯାହାର ଜୀବନ ସବୁଠାରୁ ଅଧିକ ଚ୍ୟାଲେଞ୍ଜିଂ ଥିବ ତାଙ୍କ ଉପରେ ଏକ ବାୟୋପିକ୍‌ କରିବାକୁ ଇଚ୍ଛା ଅଛି। ଦୀପିକା ପାଦୁକୋନ ଯେମିତି ‘ଛପାକ୍‌’ରେ ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଚରିତ୍ରରେ ଅଭିନୟ କରିଥିଲେ ସେମିତି ଏକ ଚରିତ୍ରରେ ଅଭିନୟ କରିବା ମୋର ସ୍ବପ୍ନ। ଯେଉଁ ଚରିତ୍ରରେ ଶିବାନୀ ଅଭିନୟ କରିପାରିବ ବୋଲି ଦର୍ଶକ କେବେ ଭାବି ନ ଥିବେ ସେମିତି ଏକ ଚରିତ୍ରରେ ଅଭିନୟ କରିବି।
ଶୁୁଟିଂ ସେଟ୍‌ର ଏକ ସ୍ମରଣୀୟ ମୁହୂର୍ତ୍ତ?
*ମୋର ପ୍ରତ୍ୟେକଟି ଫିଲ୍ମର ପ୍ରତ୍ୟେକଟି ଦିନ ସ୍ମରଣୀୟ। ସବୁ ଦିନ କିଛି ନା କିଛି ନୂଆ ହୁଏ ଓ ନୂଆ ଅନୁଭବ ମିଳେ। ବିଶେଷକରି ପ୍ରଥମ ଫିଲ୍ମର ପ୍ରଥମ ଦିନ ନିଶ୍ଚିନ୍ତଭାବେ ସ୍ପେଶାଲ।
ଓଡ଼ିଆ ଫିଲ୍ମକୁ ଯେଉଁ ନବାଗତମାନେ ଆସୁଛନ୍ତି ସେମାନଙ୍କୁ କ’ଣ କହିବେ?
*ମୁଁ ନିଜେ ଜଣେ ନ୍ୟୁକମର୍‌। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଅବସ୍ଥା କ’ଣ ତାହା ସମସ୍ତେ ଜାଣିଛନ୍ତି। ତେଣୁ ଏଭଳିସ୍ଥଳେ ଇଣ୍ଡଷ୍ଟ୍ରୀକୁ ଆଗକୁ ନେବାର ଦାୟିତ୍ୱ ଆମ ମୁଣ୍ଡ ଉପରେ ହିଁ ଅଛି। ମୋତେ ଯେଉଁମାନେ ପଚାରନ୍ତି ଆପଣ ବଲିଉଡ୍‌ କି ଟଲିଉଡ୍‌କୁ କେବେ ଯିବେ, ସେମାନଙ୍କୁ ମୁଁ କୁହେ, ଆମେ ଆମ ଇଣ୍ଡଷ୍ଟ୍ରୀକୁ ଏମିତି ସ୍ତରକୁ ନେବା ଯେମିତି ଅନ୍ୟ ଇଣ୍ଡଷ୍ଟ୍ରୀର କଳାକାରମାନେ ଓଲିଉଡ୍‌କୁ ଆସିବାକୁ ଚାହିଁବେ। ସେ ଦିନ ଦୂର ହୋଇପାରେ ଓ କଷ୍ଟ ହୋଇପାରେ, ହେଲେ ଆମକୁ ହିଁ କରିବାକୁ ପଡ଼ିବ।
ମଡେଲିଂ ପ୍ରତି ଆପଣଙ୍କର ଓ୍ବିକ୍‌ନେସ୍‌ ଅଛି। ଆଗକୁ ସେଥିରେ କିଛି କରିବାକୁ ଯୋଜନା ଅଛି କି?
*ମଡେଲିଂ ପ୍ରତି ଆଗରୁ ଆଗ୍ରହ ନଥିଲା। ଏବେ ନୂଆ ନୂଆ ଜାଗ୍ରତ ହୋଇଛି। ଫ୍ୟାଶନ ଶୋ’ କରିବାର ବହୁତ ଇଚ୍ଛା ଅଛି। ଅଭିନୟ ମୋର ପ୍ରାଥମିକତା। ତେଣୁ ମଡେଲିଂରେ ଏତେ ଧ୍ୟାନ ଦେଉନି।
ଶିବାନୀଙ୍କୁ ରୋଷେଇ କରିବା ଜଣା ଅଛି ?
*ହଁ , କାମ ଚଳାଇ ଦେଇପାରେ। କେବଳ ମ୍ୟାଗି, ଚା’ ନୁହେଁ, ବହୁତ ଭଲ କରି ନପାରିଲେ ବି ଅତିକମ୍‌ରେ ରୁଟି, ଡାଲ୍‌ମା କରିପାରେ।
କ’ଣ ଖାଇବାକୁ ଭଲଲାଗେ?
*ମୁଁ ବହୁତ ଫୁଡି। ସ୍ମୋକ୍‌ ଫିସ୍‌ ବହୁତ ପସନ୍ଦ। କଦଳୀ ପତ୍ରପୋଡ଼ା ମାଛ, ଚିକେନ୍‌ ଲଲିପପ୍‌, ପନିର୍‌ ମଞ୍ଚୁରିଆନ୍‌ ଖାଇବାକୁ ଭଲଲାଗେ। ପନିର୍‌ର ସବୁକିଛି ଭଲଲାଗେ।
କ’ଣ ପିନ୍ଧିବା ପସନ୍ଦ?
*ଇଣ୍ଡିଆନ୍‌ ଓ୍ବେର୍‌ ମୋତେ ଭଲଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

ଡଙ୍ଗା ଓଲଟି ଚାଲିଗଲା ୧୦୦ରୁ ଅଧିକ ଜୀବନ, ୧୧୬ ନିଖୋଜ

ଜିବୁତି ସିଟି,୧୧।୧୦: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?