ର଼୍ୟାକ ପଏଣ୍ଟରୁ ୟୁରିଆ ସାର ହରିଲୁଟ

ଯାଜପୁର ଅଫିସ,୨୮।୯:  ଲାଭଖୋର ସାର ବ୍ୟବସାୟୀଙ୍କୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ବିଫଳତା ଯୋଗୁ ଯାଜପୁର ଜିଲାରେ ସାରର ଅଭାବୀ ପରିସ୍ଥିତି ଲାଗି ରହିଛି। ର଼୍ୟାକ ପଏଣ୍ଟରୁ ୟୁରିଆ ସାର ହରିଲୁଟ ହେଉଛି । ଏପରିକି ଢେଙ୍କାନାଳ, କେନ୍ଦୁଝର, କେନ୍ଦ୍ରାପଡା ଆଦି ଜିଲାକୁ ବେଆଇନ ଭାବେ ୟୁରିଆ ସାର ଚାଲାଣ ହେଉଥିବା ଅଭିଯୋଗ ହୋଇଛି । କେତେକ ବ୍ୟବସାୟୀ ଏକଥାକୁ ସ୍ବୀକାର କରିଛନ୍ତି । ଏହି ସୁଯୋଗରେ ନକଲି ସାର ବ୍ୟବସାୟୀମାନେ ମଧ୍ୟ ସକ୍ରିୟ ହୋଇଉଠିଛନ୍ତି। କେତେକ ସ୍ଥାନରେ ସରକାରୀ ଦରରୁ କମ୍‌ ମୂଲ୍ୟରେ ସାର ବିକ୍ରି ହେଉଥିବା ଘଟଣା ନଜରକୁ ଆସିବା ପରେ ଚାଷୀଙ୍କ ମନରେ ଏଭଳି ସନ୍ଦେହ ଜାତ ହୋଇଛି ।
ଯାଜପୁର ଜିଲାରେ ସାର କାରବାର ପାଇଁ ୨୫ଜଣ ଡିଲର ଓ ୪୪୮ଜଣ ରିଟେଲରଙ୍କୁ ଲାଇସେନ୍ସ ମିଳିଛି । ଜିଲାରେ ସାର ଯୋଗାଣ ପାଇଁ ଇଫ୍‌କୋ, ନାଗାର୍ଜୁନ, ପିପିଏଲ ଭଳି କମ୍ପାନୀ ଗୁଡିକ ଜିଲା ପ୍ରଶାସନ ସହ ଚୁକ୍ତି କରିଛନ୍ତି। ବିଶେଷ କରି ଖରିଫ ଋତୁରେ ଧାନ ଓ ଆଖୁଚାଷ ପାଇଁ ୟୁରିଆ ସାରର ଯଥେଷ୍ଟ ଆବଶ୍ୟକତା ରହିଛି। ଏହିକ୍ରମରେ ସମଗ୍ର ଜିଲାର କୋରେଇ, ଧର୍ମଶାଳା, ବିଞ୍ଝାରପୁର, ଦଶରଥପୁର, ବରୀ ଓ ବଡ଼ଚଣା ବ୍ଲକର ଚାଷୀଙ୍କ ଧାନ ଚାଷ କ୍ଷେତ୍ରରେ ଅଗ୍ରଣୀ ଭୂମିକା ରହିଛି। ଏହିସବୁ ବ୍ଲକ ପାଇଁ ଅନ୍ୟୁନ ୨୦ଜଣ ଡିଲର ନିଯୁକ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେବଳ କୋରେଇ ବ୍ଲକର ୮ଜଣ ଡିଲର ଯାଜପୁର ରୋଡ ରେଲୱେ ଷ୍ଟେଶନରୁ ସର୍ବାଧିକ ସାର ଉଠାଣ କରିଛନ୍ତି। ତେବେ ସାର କାରବାରରେ ହୋଇଥିବା ଅନିୟମିତତାରେ କୋରେଇ ଅଞ୍ଚଳର ସାର ଡିଲରଙ୍କ ସର୍ବାଧିକ ସମ୍ପୃକ୍ତି ରହିଛି ବୋଲି କୁହାଯାଉଛି। ଏଥିମଧ୍ୟରୁ ଓମଶ୍ରୀ କୋ-ଅପରେଟିଭ ସୋସାଇଟିକୁ ଇଫ୍‌କୋ ସାର କମ୍ପାନୀ ପକ୍ଷରୁ ଶେଷ କୋଟା ଭାବରେ ଗତ ୧୯ ତାରିଖରେ ୨୫୦.୧୫୫ଟନ (୫,୭୫୦ ବସ୍ତା) ସାର ମିଳିଥିଲା । କମ୍ପାନୀ ପକ୍ଷରୁ ନିଜ ଖର୍ଚ୍ଚରେ ଡିଲର ଗୋଦାମରେ ସାର ପହଞ୍ଚାଇବା ନିୟମ ଥିବାବେଳେ ର଼୍ୟାକ୍‌ ପଏଣ୍ଟରୁ ରିଟେଲରଙ୍କୁ ପ୍ରଦାନ କରାଯିବାର ସୁଯୋଗ ସୃଷ୍ଟି କରାଯାଇଛି । ଏଥିରେ କମ୍ପାନୀକୁ ଲାଭ ମିଳିଛି । ଏ କୋଟା ପାଇଁ କମ୍ପାନୀ ପକ୍ଷରୁ ଡିଲରକୁ ୨୪ ତାରିଖରେ ବିଲ ପ୍ରଦାନ କରାଯାଇଥିଲା। କମ୍ପାନୀ ଇନଭଏସ୍‌ ମିଳିବା ପର୍ବରୁ ୪୦ଟି ରିଟେଲରଙ୍କ ମଧ୍ୟରେ ସାର ବାଣ୍ଟି ଦିଆଯାଇଥିବା ସୂଚନା ମିଳିଛି । ନିୟମାନୁଯାଇ ଡିଲରମାନେ ସାର ଉଠାଣ ପରେ ନିଜ ଷ୍ଟକ୍‌ ସହ ଯୋଡିବେ ଏବଂ ପିଓଏସ ମେଶିନ ବ୍ୟବହାର କରି ସାର ବାଣ୍ଟିବେ। ଚାଷୀଙ୍କଠାରୁ ଆଧାର ସଂଗ୍ରହ କରି ଅଙ୍ଗୁଳି ଛାପ ନେବା ସହ ରିଟେଲରଙ୍କୁ ସାର ପ୍ରଦାନ କରିବା ପୂର୍ବରୁ ଡିଲରମାନେ ଓ-ଫର୍ମ ସହ ନିଜକୁ ଯୋଡିବା ପରେ ସାର କାରବାର କରିବେ। ଏହି ସୋସାଇଟି ପକ୍ଷରୁ ଏ ସବୁ ନୀତି ନିୟମକୁ ଖିଲାପ କରାଯାଇଛି । ସାର ଗୋଦାମକୁ ନ ଆଣି ସିଧାସଳଖ ରିଟେଲରଙ୍କୁ ପ୍ରଦାନ କରାଯାଇଛି। ଫଳରେ ସାର ବଣ୍ଟନରେ ଚାଷୀଙ୍କୁ ଯେଉଁ ପ୍ରଧାନ୍ୟ ଦିଆଯିବା କଥା ତାହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ବିଡମ୍ବନା ଯେ, ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ପାଇଁ ବସ୍ତାଏ ସାର ମହଜୁଦ୍‌ ନ ରଖିବା ଘଟଣାରୁ ଏହା ସ୍ପଷ୍ଟ ଅନୁମେୟ। ଏଥିସହ ଉକ୍ତ ଡିଲର ପକ୍ଷରୁ ଜିଲାର ସୀମାନ୍ତ ଅଞ୍ଚଳରେ ଥିବା ରିଟେଲରଙ୍କୁ ସାର ବିକ୍ରି କରିବାରେ ଗୁରୁତ୍ୱ ଦିଆଯାଉଛି। ଏ ସଂକ୍ରାନ୍ତରେ ଓମ୍‌ଶ୍ରୀ କୋ-ଅପରେଟିଭ ସୋସାଇଟିର ପ୍ରୋପାଇଟର ସତ୍ୟାନନ୍ଦ ମହାପାତ୍ରକୁ ପଚାରିବାରୁ, ଶେଷ କୋଟାକୁ ସେ ବିକ୍ରି କରିସାରିଛନ୍ତି । ତାଙ୍କ ନିକଟରେ ବସ୍ତାଏ ସାର ବି ମହଜୁଦ ନାହିଁ । ଏଥିସହ କାରବାର ସମୟରେ ପିଓଏସ ମେଶିନ ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି । ମୋବାଇଲ ଫର୍ଟିଲାଇଜର ମ୍ୟାନେଜମେଣ୍ଟ ସିଷ୍ଟମ (ଏମ୍‌ଏଫ୍‌ଏମ୍‌ଏସ୍‌) କାହିଁକି ଠିକ୍‌ ଭାବେ ପରିଚାଳନା ହେଉନାହିଁ ବୋଲି ପଚାରିବାରୁ ସେ ଏଥିପାଇଁ ନେଟ୍‌ୱାର୍କକୁ ଦାୟୀ କରିଛନ୍ତି। ଏଆରସିଏସ୍‌ ଶରତ କୁମାର ମଲିକଙ୍କୁ ପଚାରିବାରେ, ସ୍ବୟଂସହାୟିକା ଗୋଷ୍ଠୀ ନାଁରେ ଲାଇସେନ୍ସ ପାଇଥିବା କୋ-ଅପରେଟିଭ ସୋସାଇଟିଗୁଡିକୁ କଟକରୁ ଲାଇସେନ୍ସ ପ୍ରଦାନ କରାଯାଇଛି । ସେମାନଙ୍କ ଉପରେ ସିଧାସଳଖ ସେମାନଙ୍କର ନିୟନ୍ତ୍ରଣ ନାହିଁ । ମାତ୍ର ଅଭିଯୋଗ ଆସିଲେ ତଦନ୍ତ କରାଯିବା ସହ ଅନିୟମିତତା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri