ରଥରେ ଯାନ୍ତି ଦଶାବତାର ଦିଅଁ

ପୁରୀ ଅଫିସ, ୩୦ା୬: ଆସନ୍ତା ୪ ତାରିଖରେ ରଥଯାତ୍ରା। ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯିବେ ମହାପ୍ରଭୁ। ଏଥିପାଇଁ ପ୍ରସ୍ତୁତି ଜୋର୍‌ ଧରିଛି। ରଥଖଳାରେ ତିନିରଥ ନିର୍ମାଣ ବି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅଣସରରେ ଥିବା ଠାକୁର ଏବେ ସୁସ୍ଥ ହେଲେଣି। ଆସନ୍ତା ୨ ତାରିଖରେ ନେତ୍ରୋତ୍ସବ। ନବଯୌବନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ। ଏହାପରେ ୪ ତାରିଖରେ ରଥଯାତ୍ରା। ଦାରୁବିଗ୍ରହଙ୍କର ଏହି ଯାତ୍ରାକୁ ଗୁଣ୍ଡିଚା ଯାତ୍ରା, ଘୋଷଯାତ୍ରା ଏବଂ ଦଶାବତାର ଯାତ୍ରା ବି କୁହାଯାଏ।
ଦଶାବତାର ଯାତ୍ରା ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ଦଶାବତାର ଯାତ୍ରା କହିବା ଅର୍ଥ ତିନିରଥରେ ଦଶ ଦିଅଁ ବିଜେ କରିଥାନ୍ତି। ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ବଳଭଦ୍ର, ରାମ ଓ କୃଷ୍ଣ ଯାତ୍ରା କରିଥାନ୍ତି। ସେହିପରି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ମା’ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ବିଜେ କରୁଥିବା ବେଳେ ଶ୍ରୀଜଗନ୍ନାଥଙ୍କ ରଥରେ ମହାପଭୁ ଶ୍ରୀଜଗନ୍ନାଥ ଓ ମଦନମୋହନ ଯାତ୍ରା କରିଥାନ୍ତି। ସେହିପରି ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଚାହାଣୀ ମଣ୍ଡପରେ ରଥ ପ୍ରତିଷ୍ଠା ହୋମ ସମୟରେ ତିନି ଦେବତାଙ୍କୁ ପ୍ରତିଷ୍ଠା କରାଯାଏ। ସେମାନେ ହେଲେ ଶ୍ରୀନୃସିଂହ, ଶ୍ରୀନୁମାନ ଓ ମା’ ଭୁବନେଶ୍ୱରୀ। ରଥ ପ୍ରତିଷ୍ଠା କର୍ମ ସମାପ୍ତ କରି ଶ୍ରୋତ୍ରୀୟ ବ୍ରାହ୍ମଣମାନେ ତିନିରଥକୁ ଆସି ସେଠାରେ ଜଳ ସିଞ୍ଚନ ପୂର୍ବକ ଏହି ତିନି ଦେବତାଙ୍କୁ ପ୍ରଦାନ କରିଥାନ୍ତି। ଏହି ତିିନି ଦେବତା ତିନିରଥର ଊର୍ଦ୍ଧ ଭାଗରେ ଅବସ୍ଥାନ କରନ୍ତି। ନନ୍ଦିଘୋଷ ରଥରେ ଶ୍ରୀହନୁମାନ, ତାଳଧ୍ୱଜ ରଥରେ ଶ୍ରୀନୃସିଂହ ଓ ଦର୍ପଦଳନ ରଥରେ ମା’ ଭୁବନେଶ୍ୱରୀ ଅବସ୍ଥାନ କରନ୍ତି। ଏହିପରି ଭାବେ ରଥ ଉପରେ ଦଶାବତାର ମୂର୍ତ୍ତି ଅବସ୍ଥାନ କରିଥାନ୍ତି। ଏଣୁ ଏହି ଯାତ୍ରାକୁୁ ଦଶାବତାର ଯାତ୍ରା କୁହାଯାଏ। ଯେଭଳି ଅଣସର ଗୃହରେ ଠାକୁରମାନେ ଅବସ୍ଥାନ କରୁଥିବା ସମୟରେ ତାଟିକୁ ଲାଗି ଦଶାବତାର ପଟି ପୂଜା ପାଇଥାନ୍ତି ସେହିପରି ରଥରେ ମଧ୍ୟ ଦଶାବତାର ଦିଅଁ ଯାତ୍ରା କରିଥାନ୍ତି। ଏହି ଯାତ୍ରା ଦଶାବତାର ଯାତ୍ରା ନାମରେ ଖ୍ୟାତ। ଏହି କ୍ଷେତ୍ର ହେଉଛି ଦଶାବତାର କ୍ଷେତ୍ର। ଏହି କ୍ଷେତ୍ରରେ ରଥଯାତ୍ରା ସମୟରେ ରଥ ଉପରେ ଦଶାବତାର ମୂର୍ତ୍ତିଙ୍କୁ ଦର୍ଶନ କଲେ ଗତିମୁକ୍ତି ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri