ରଥଚକ ତଳେ ପଡି ବାଳକଙ୍କ ମୃତ୍ୟୁ ଘଟଣା: ସରକାରଙ୍କଠାରୁ ୫, ଦେବୋତ୍ତର ବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ହଟିଲା ରାସ୍ତାରୋକୋ

ଖୋର୍ଦ୍ଧା ଅଫିସ,୫।୭: ଖୋର୍ଦ୍ଧା ଜିଲା ବାଣପୁର ସହରାଞ୍ଚଳର ପଲଟନ ପଡିଆସ୍ଥିତ ବଡହନ୍ତୁଆଡର ଚରଣ ଚକାଦେବଙ୍କ ରଥ ଚକା ତଳେ ପଡି ଅକ୍ଷୟ ପାତ୍ରଙ୍କ ପୁଅ ସୁନୀଲ (୭)ଙ୍କ ଗୁରୁବାର ମୃତ୍ୟୁ ଘଟିଥିଲା। ଏ ନେଇ ଶୁକ୍ରବାର ରଥ କମିଟି ଓ ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ କ୍ଷତିପୂରଣ ଦାବିରେ ବାଣପୁରର ବିଭିନ୍ନ ରାସ୍ତାକୁ ଟାୟାର ଜାଳି ଅବରୋଧ କରାଯାଇଛି। ଖବରପାଇ ଘଟଣାସ୍ଥଳରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପହଞ୍ଚି ସରକାରଙ୍କ ଠାରୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବାର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ ଦେବୋତ୍ତର ବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକୋ ଅପରାହ୍ନରେ ହଟିଛି।
ସୂଚନାଯୋଗ୍ୟ, ଚରଣ ଚକାଦେବଙ୍କ ରଥ ଟଣା ହେଉଥିବାବେଳେ ଠେଲାପେଲାରେ ନିକଟରେ ଥିବା ସୁନୀଲ ରଥ ଚକତଳେ ପଡି ଯାଇଥିଲେ । ସୁନୀଲଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଣପୁର ଓ ପରେ ବାଲୁଗଁା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ବାଲୁଗଁାରେ ସୁନୀଲଙ୍କର ମୃତ୍ୟୁ ଘଟିଥିଲା। ପରେ କ୍ଷତିପୂରଣ ଦାବିରେ ମୃତଦେହ ରଖି ବାଣପୁର ଥାନା ଘେରାଉ କରାଯାଇଥିଲା


Enter your email to get our daily news in your inbox.

All Right Reserved By Dharitri.Com

୨ୟ କରୋନା ରୋଗୀ ଏମ୍‌ସର କିଛି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିବା ପ୍ରସଙ୍ଗ: ପ୍ରଭାବିତ ବ୍ୟକ୍ତି ପର୍ଯ୍ୟବେକ୍ଷଣରେ ଥିବା କହିଲେ ବାଗ୍‌ଚୀ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଓଡ଼ିଶାରେ ଚିହ୍ନଟ ୨ୟ କରୋନା ରୋଗୀ ଏମ୍‌ସର କିଛି ଷ୍ଟ୍ରାଫ୍‌ଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଚର୍ଚ୍ଚା ହେଉଛି। ଏ ନେଇ ଶୁକ୍ରବାର ଗୀତଗୋବିନ୍ଦ ସଦନରେ...

ସୂର୍ଯ୍ୟମୁଖୀ ଚାଷକୁ ପ୍ରୋତ୍ସାହନ ନାହିଁ

କେନ୍ଦ୍ରାପଡ଼ା ଅଫିସ,୨୮ା୪: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ କୋଇଲିପୁର ଚାରିପୋଖରିଆ ଗ୍ରାମର ସ୍ବୟଂସହାୟକ ମହିଳା ଗୋଷ୍ଠୀ ଚଳିତ ବର୍ଷ ୭ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ...

କଟକ ସହରରୁ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୩୦।୮-କଟକ ସହରରୁ ରବିବାର ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଣ୍ଟେନମେଣ୍ଟ ଜୋନରୁ ୨୨ଜଣ, କ୍ୱାରାଣ୍ଟାଇନରୁ ୯୭ ଏବଂ ସ୍ଥାନୀୟ ଅଞ୍ଚଳରୁ ୮୭ ଆକ୍ରାନ୍ତ...

ବ୍ରଜରାଜନଗର ଉପନିର୍ବାଚନ: ନାରୀଶକ୍ତି ହେବ ବିଜେଡିର ଭୋଟ ପୁଞ୍ଜି

ଝାରସୁଗୁଡା ଅଫିସ,୧୫।୫: ବ୍ରଜରାଜନଗର ଉପନିର୍ବାଚନ ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବ। ଏହି ଉପନିର୍ବାଚନକୁ ନେଇ ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ରଣକୌଶଳ ପ୍ରସ୍ତୁତରେ...

ଭୁବନେଶ୍ୱର, କଟକରେ ପୂର୍ଣ୍ଣ କ୍ଷମତାରେ ଚାଲିବ ସରକାରୀ ଅଫିସ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଫେବ୍ରୁଆରୀ ୧ରୁ କଟକ ଓ ଭୁବନେଶ୍ୱର (ଟ୍ବିନ୍‌ସିଟି)ରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ଅଧସ୍ତନ କାର୍ଯ୍ୟାଳୟ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବ।...

୧୧୦ ସ୍ଥାନରେ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍‌ ସରିଲା

ଭୁବନେଶ୍ୱର, ୯।୧(ବ୍ୟୁରୋ): କରୋନା ଟିକାକରଣ ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍‌ ଶୁକ୍ରବାର ରାଜ୍ୟର ୧୧୦ ସ୍ଥାନରେ ଶେଷ ହୋଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

୧୩ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୬।୧୦(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବଂ ଏହାକୁ ଲାଗି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ରାଜ୍ୟରେ ବର୍ଷା...

ବଡ଼ଦିନ ଯାଏ ପ୍ରବଳ ଶୀତ: ୭ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ଓଡ଼ିଶା ପ୍ରବଳ ଶୀତରେ ଥରୁଛି। ଆଗାମୀ ଦୁଇ-ତିନି ଦିନ ଯାଏ ରାଜ୍ୟରେ ଶୀତ ଲହରି ଜାରି ରହିବା ନେଇ ପାଣିପାଗ ବିଭାଗ ସତର୍କ କରିଛି।...

Advertisement
Archives

Model This Week