Posted inଖେଳ

ରଣ୍‌ଜୀ ଟ୍ରଫି: ଓଡ଼ିଶା-ଉତ୍ତରାଖଣ୍ଡ ମୁକାବିଲା, କୋହଲା ପାଗ ଯୋଗୁ ଦ୍ୱିତୀୟ ଦିନ ଖେଳ ବାଧାପ୍ରାପ୍ତ

କଟକ ଅଫିସ,୨୬ା୧୨: କୋହଲା ପାଗ ସାଙ୍ଗକୁ ଆଲୋକ କମିଯିବା ଏବଂ ସାମାନ୍ୟ ବର୍ଷା ଯୋଗୁ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା-ଉତ୍ତରାଖଣ୍ଡ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ର ଦ୍ୱିତୀୟ ଦିବସ ଖେଳ ବାଧାପ୍ରାପ୍ତ ହୋଇଛି। ସୂର୍ଯ୍ୟ ପରାଗ ଯୋଗୁ ଲଞ୍ଚ୍‌ ପର୍ଯ୍ୟନ୍ତ ଖେଳକୁ ବନ୍ଦ ରଖା ଯାଇଥିବାବେଳେ ଦ୍ୱିତୀୟ ଦିବସରେ ମାତ୍ର ୧୬.୨ ଓଭର ଖେଳ ସମ୍ଭବ ହୋଇଥିଲା। ଏହି ସମୟ ମଧ୍ୟରେ ଓଡ଼ିଶା ୪୭ରନ କରିବା ସହ ୩ଟି ଉଇକେଟ ହରାଇଛି। ଏଥିସହ ଓଡ଼ିଶାର ସ୍କୋର ୧୪୫/୬ରେ ପହଞ୍ଚତ୍ଛି। ଉତ୍ତରାଖଣ୍ଡର ପ୍ରଥମ ଇନିଂସ୍‌ରେ ୧୧୭ରନ କରିଥିବାରୁ ଓଡ଼ିଶା ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ୧୦୦ରୁ ଅଧିକ ରନ୍‌ ଅଗ୍ରଣୀ ନେଲେ ଦଳ ବଳକା ଦୁଇ ଦିନରେ ଉତ୍ତରାଖଣ୍ଡକୁ ପରାସ୍ତ କରି ପାରିବ ବୋଲି ଅଧିନାୟକ ଶୁଭ୍ରାଂଶୁ ସେନାପତି କହିଛନ୍ତି।
ବସନ୍ତ ମହାନ୍ତିଙ୍କ ୬ ଉଇକେଟ ହାସଲ ବଳରେ ଉତ୍ତରାଖଣ୍ଡର ପ୍ରଥମ ଇନିଂସ୍‌ ୧୧୭ରନରେ ଶେଷ ହୋଇଥିଲା। ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ଓଡ଼ିଶା ୩ ଉଇକେଟ ହରାଇ ୯୮ରନ କରିଥିଲା। ଶାନ୍ତନୁ ମିଶ୍ର ୩୦ରନରେ, ବିପ୍ଳବ ସାମନ୍ତରାୟ ୩୫ରନରେ ଅପରାଜିତ ଥିଲେ। ଗୁରୁବାର ବ୍ୟକ୍ତିଗତ ଦୁଇ ରନ୍‌ ଯୋଡ଼ିବା ପରେ ବିପ୍ଳବ ପ୍ରଦୀପ ଚାମୋଲିଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ପାଗ ଖରାପ ହୋଇଥିବା ଯୋଗୁଁ ଉତ୍ତରାଖଣ୍ଡର ପେସ ବୋଲରମାନେ ଭରପୁର ଫାଇଦା ଉଠାଇଥିଲେ। ପ୍ରତ୍ୟେକ ଓଭରରେ ଉଇକେଟ ହାସଲ କରିବା ଭଳି ସୁଯୋଗ ସୃଷ୍ଟି ହୋଇଥିଲା। ବିପ୍ଳବଙ୍କ ପରେ କ୍ରିଜକୁ ଆସିଥିବା ଅଭିଷେକ ୮ରନ କରିଥିବା ବେଳେ ଚାମୋଲିଙ୍କ ବଲକୁ ଡିଫେନ୍ସ କରିବାକୁ ଯାଇ ସ୍ଲିପ୍‌ ଅଞ୍ଚଳରେ କ୍ୟାଚ ଆଉଟ ହୋଇଥିଲେ। ଉତ୍ତରାଖଣ୍ଡ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ଏହି କ୍ୟାଚ୍‌ ଧରିଥିଲେ। ପରେ ଉଇକେଟ କିପର ସୁଜିତ ଲେଙ୍କା ଉତ୍ତରାଖଣ୍ଡ ପେସ୍‌ ଆଟାକ୍‌କୁ ସମ୍ମୁଖୀନ କରିବାରେ ବିଫଳ ହୋଇଥିଲେ। ଫାଇନଲେଗ୍‌ ଅଞ୍ଚଳରେ ସୁଜିତଙ୍କର ଗୋଟିଏ କ୍ୟାଚ୍‌ ମିସ୍‌ ହୋଇଥିଲା। ଏହାର ପରବର୍ତ୍ତୀ ବଲ୍‌ରେ ସୁଜିତ ସ୍ଲିପ୍‌ରେ କ୍ୟାଚ୍‌ ଆଉଟ ହୋଇଥିଲେ। ତେବେ ଓପନର ଶାନ୍ତନୁ ମିଶ୍ରଙ୍କ ଚମତ୍କାର ବ୍ୟାଟିଂ ଜାରି ରଖି ଓଡ଼ିଶା ଆଶା ଉଜ୍ଜୀବିତ ରଖିଛନ୍ତି। ସେ ୧୫୧ବଲରୁ ୫୪ରନରେ ଅପରାଜିତ ଅଛନ୍ତି। ଲଗାତାର ଦୁଇଟି ଚୌକା ମାରି ଶାନ୍ତନୁ କ୍ୟାରିୟରର ୬ଷ୍ଠ ଅର୍ଦ୍ଧଶତକ ହାସଲ କରିଥିଲେ। ଦେବବ୍ରତ ପ୍ରଧାନ ୨ରନରେ ଅପରାଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଭିଡ-୧୯ : ଜୁନ୍‌ ୩୦ ପର୍ଯ୍ୟନ୍ତ ଆଇଟିଟିଏଫ୍‌ ସବୁ ଇଭେଣ୍ଟକୁ ସସ୍‌ପେଣ୍ଡ କଲା

ନୂଆଦିଲ୍ଲୀ,୩୦।୫(ପି.ଟି.): ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେଶନ (ଆଇଟିଟିଏଫ୍‌) ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ତା’ର ସବୁ ଇଭେଣ୍ଟକୁ ବାତିଲ କରିଛି। କୋଭିଡ-୧୯ ସାରା ବିଶ୍ୱରେ ମହାମାରୀର...

ମ୍ୟାକ୍‌ଗ୍ରାଥଙ୍କ ଡ୍ରିମ୍‌ ହ୍ୟାଟ୍ରିକ୍‌ ଲାଇନ୍‌ଅପ୍‌ରେ ଲାରା, ସଚିନ, ଡ୍ରାଭିଡ

ନୂଆଦିଲ୍ଲୀ, ୧୭ା୪: ନିଜ ସମୟରେ ଯେ କୌଣସି ପରିବେଶ ଓ ପଡ଼ିଆରେ ବ୍ୟାଟ୍ସମ୍ୟାନଙ୍କ ମନରେ ଭୀତି ସଞ୍ଚାର କରି ପାରୁଥିବା ସ୍ପିଡ୍‌ଷ୍ଟର ହେଲେ ଅଷ୍ଟ୍ରେଲିଆର ଗ୍ଲେନ...

ଦୁବାଇରେ ପହଞ୍ଚିଲେ ବିରାଟ କୋହଲି

ଦୁବାଇ, ୨୨।୮: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ଏଥିରେ...

ରୋନାଲ୍ଡୋଙ୍କ ବଦାନ୍ୟତା

ଲିସବନ,୨୫।୩(ଏଏଫ୍‌ପି)- ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ତାଙ୍କ ଏଜେଣ୍ଟ ଜର୍ଜ ମେଣ୍ଡେସ ପର୍ତ୍ତୁଗୀଜ ମେଡିକାଲକୁ ୩ ଇନ୍‌ଟେନସିଭ କେୟାର ୟୁନିଟ୍‌ ପ୍ରଦାନ କରିବେ। ଏହା...

ଉଦ୍‌ଘାଟନୀ ଦିବସରେ ମୁମ୍ବାଇ-ଚେନ୍ନାଇ ମ୍ୟାଚ୍‌

ନୂଆଦିଲ୍ଲୀ,୧୬।୨(ପି.ଟି.)- ଗତ ସଂସ୍କରଣର ଫାଇନାଲ ଭଳି ଆସନ୍ତା ମାର୍ଚ୍ଚ ୨୯ ତାରିଖରେ ଓ୍ବାଙ୍ଖଡେ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ରନର୍ସଅପ୍‌ ଚେନ୍ନାଇ ସୁପର...

ସ୍କୁଲରେ ଏହି ବିଷୟ ପଢିବାକୁ ଡରୁଥିଲେ କୋହଲି, ପରୀକ୍ଷାରେ ୧୦୦ରୁ ରଖିଥିଲେ ମାତ୍ର ୩ ନମ୍ବର

ବିରାଟ କୋହଲି, କେବଳ ଭାରତରେ ନୁହେଁ, ବିଶ୍ୱ କ୍ରିକେଟରେ ଏବେ ରାଜ୍‌ କରୁଛନ୍ତି। କିନ୍ତୁ ଜାଣିଛନ୍ତି ସ୍କୁଲରେ ପଢିବାବେଳେ କୋହଲିଙ୍କୁ ଗୋଟିଏ ବିଷୟ ପ୍ରତି ପ୍ରବଳ...

ଗୋଟିଏ ମ୍ୟାଚ୍‌ରେ ଏକାଠି ବ୍ୟାଟିଂ କରିଥିଲେ ଗାଭାସ୍କର-ଇମ୍ରାନ ଖାନ

ନୂଆଦିଲ୍ଲୀ,୬।୭- ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଦେଖିବାକୁ କ୍ରିକେଟ୍‌ପ୍ରେମୀ ସବୁବେଳେ ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି। ଯେତେବେଳେ ଏହି ଦୁଇ ଦେଶ ମଧ୍ୟରେ ମ୍ୟାଚ୍‌...

ଏଫ୍‌ଆଇଏଚ୍‌ ମହିଳା ହକି:ଭାରତୀୟ ମହିଳା ଦଳର ଜାପାନ ଗସ୍ତ

ନୂଆଦିଲ୍ଲୀ, ୮ା୬(ପିଟି)- ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟର ଅଂଶ ଏଫ୍‌ଆଇଏଚ୍‌ ମହିଳା ସିରିଜ୍‌ ହକି ଟୁର୍ନାମେଣ୍ଟରେ ଭାଗ ନେବା ପାଇଁ ଭାରତୀୟ ମହିଳା ଦଳ ଶନିବାର ଜାପାନର...

Coronavirus Update

Archives

Model This Week

Why Dharitri