Posted inଖେଳ

ରଣ୍‌ଜୀ ଟ୍ରଫିରେ ଖେଳିଲେ ନାହିଁ ବୁମ୍‌ରା

ମୁମ୍ବାଇ,୨୫।୧୨: କେରଳ-ଗୁଜରାଟ ରଣଜୀ ମ୍ୟାଚ୍‌ରେ ଭାରତୀୟ ଦଳର ଯୁବ ପେସର ଯଶପ୍ରୀତ ବୁମରା ଅଂଶଗ୍ରହଣ କରି ନାହାନ୍ତି। ସୁରଟର ଲାଲଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ରଣ୍‌ଜୀ ସିଜନର ତୃତୀୟ ପର୍ଯ୍ୟାୟ ମ୍ୟାଚ୍‌ରେ ନିଜ ଫିଟ୍‌ନେସର ପ୍ରମାଣ ଦେବେ ବୋଲି ସୂଚନା ଦିଆଯାଇଥିଲା। ଗତ ୩ ମାସ ହେଲା ପଡ଼ିଆଠୁ ଦୂରେଇ ରହିଥିବାରୁ ତାଙ୍କ ଏଲିଟ୍‌ ଗ୍ରୁପ ଏ’ ମ୍ୟାଚ୍‌ ଖେଳିବାକୁ କୁହାଯାଇଥିଲା। ଏଥିରେ ବୁମରା ରାଜି ଥିଲେ। ମାତ୍ର ସେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କ ସହ ଆଲୋଚନା କରିଥିଲେ। ୨୦୨୦ରେ ଟି୨୦ ବିଶ୍ୱକପ୍‌ ହେବାକୁ ଥିବାରୁ ଗାଙ୍ଗୁଲି ତାଙ୍କୁ ଧଳା ବଲ କ୍ରିକେଟରେ ଧ୍ୟାନ ନିବେଶ କରିବାକୁ କହିଛନ୍ତି। ଏହା ସ୍ପଷ୍ଟ କରିଛନ୍ତି ଗୁଜରାଟ ଅଧିନାୟକ ପାର୍ଥିବ ପଟେଲ। ବୁମରା ଏବେ ସିଧାସଳଖ ଶ୍ରୀଲଙ୍କା ବିପକ୍ଷ ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଖେଳିବେ। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ବହୁ ସମୟ ରହିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଫେବୃୟାରୀ ୨୧ ତାରିଖରେ ଅନୁଷ୍ଠିିତ ହେବ। ସେପର୍ଯ୍ୟନ୍ତ କିଛି ରେଡ୍‌ ବଲ କ୍ରିକେଟ ଖେଳିବେ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଟା ପୂରଣ ନ କରିପାରିଲେ ହାର୍ଦ୍ଦିକ ଅନ୍‌ଫିଟ୍‌

ନୂଆଦିଲ୍ଲୀ,୧୫ା୫ (ପି.ଟି.): ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟେଷ୍ଟ ଦଳରୁ ବାଦ୍‌ ଦେବା ଲାଗି ବର୍ତ୍ତମାନର ସିଲେକ୍ସନ କମିଟିର ନିଷ୍ପତ୍ତି ପ୍ରତି ସମର୍ଥନ ଜଣାଇଛନ୍ତି ଭାରତର ପୂର୍ବତନ ଚୟନକର୍ତ୍ତା...

ପାକିସ୍ତାନ ମହିଳା କ୍ରିକେଟରଙ୍କ ଫିଟ୍‌ନେସ୍‌ ଟେଷ୍ଟ

ଲାହୋର, ୧୧ା୫ (ପି.ଟି.)- ସୋମାବରଠାରୁ ପାକିସ୍ତାନର ୩୮ ଜଣ ଏଲିଟ୍‌ ମହିଳା କ୍ରିକେଟରଙ୍କ ଅନ୍‌ଳାଇନରେ ଫିଟ୍‌ନେସ୍‌ ଟେଷ୍ଟ ହେବ। କରୋନାଭାଇରସ୍‌ ଯୋଗୁ ଖେଳାଳିମାନେ ସେମାନଙ୍କ ଫିଟ୍‌ନେସ୍‌ର...

ଆର୍‌ସିବି ଦଳରେ ନୂଆ ବିଦେଶୀ ଖେଳାଳି

ମୁମ୍ବାଇ,୨୫।୮ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ଆଇପିଏଲର ୟୁଏଇ ଲେଗ୍‌ ପାଇଁ ଦଳରେ ଜର୍ଜ ଗାର୍ଟନଙ୍କୁ ସାମିଲ କରିଛି। ଆରସିବି ଦଳରେ ସ୍ଥାନ ପାଇବାରେ...

୨୦୧୯ ବିଶ୍ୱକପ୍‌ ବିପର୍ଯ୍ୟୟ ଦୁଃଖଦ ଥିଲା: ଜାଡେଜା

ନୂଆଦିଲ୍ଳୀ,୧୦।୭: ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍‌ରେ ଭାରତ ସେମି ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ଏହି ବିପର୍ଯ୍ୟୟ ସବୁଠୁ ଦୁଃଖଦ ଥିଲା ବୋଲି...

ପୃଥ୍ବୀ ଶ’ଙ୍କ ବିସ୍ଫୋରକ ବ୍ୟାଟିଂ: ରନ୍‌ର ସୁନାମୀ ଯୋଗୁ ଭାଙ୍ଗିଲେ ଏକାଧିକ ରେକର୍ଡ

ଜୟପୁର,୨୫।୨: ଏଠାରେ ଗୁରୁବାର ଖେଳାଯାଉଥିବା ବିଜୟ ହଜାରେ ଟ୍ରଫିରେ ପୁଡୁଚେରୀ ବିପକ୍ଷରେ ରେକର୍ଡ କରିଛନ୍ତି ମୁମ୍ବାଇ ଅଧିନାୟକ ପୃଥ୍ବୀ ଶ’। ସେ ୧୫୨ ବଲ୍‌ରେ ଅପରାଜିତ...

ଶୀର୍ଷ ସ୍ଥାନ ହରାଇଲେ କୋହଲି

ଦୁବାଇ, ୨୬।୨ (ପି.ଟି.)- ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ଲଗାତର ଖରାପ ବ୍ୟାଟିଂର ପ୍ରଭାବ ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ପଡ଼ିଛି। ସଦ୍ୟ ପ୍ରକାଶିତ ଆଇସିସି...

‘କୋହଲି ନୁହେଁ, ଏବେ ବି ଧୋନୀ ଶ୍ରେଷ୍ଠ ଅଧିନାୟକ’

ନୂଆଦିଲ୍ଲୀ,୫।୯:ଓ୍ବେଷ୍ଟଇଣ୍ଡିଜରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ କେବଳ ଟେଷ୍ଟ ସିରିଜ୍‌ ଜିତିନାହିଁ ବରଂ ଟେଷ୍ଟରେ ଭାରତର ସବୁଠୁ ସଫଳତମ ଅଧିନାୟକ ହେବାର ମଧ୍ୟ ସୌଭାଗ୍ୟଲାଭ...

ପଡିଆରେ ଭୋ-ଭୋ ହୋଇ କାନ୍ଦିଲେ ଖେଳାଳି

ଟୋକିଓ,୬।୮: ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିବାର ସୁଯୋଗ ପାଇ ହରାଇଛି। ଶୁକ୍ରବାର ଏକ ରୋମାଞ୍ଚକର ବ୍ରୋଞ୍ଜ ପଦକ...

Advertisement
Ten Cric Info


Archives

Model This Week