Posted inଫୁରସତ

ରଙ୍ଗ ବଦଳାଉଥିବା ମାଛ

ସାଧାରଣତଃ ବହୁରୂପୀ ରଙ୍ଗ ବଦଳାଇଥାଏ ବୋଲି ସମସ୍ତେ ଜାଣନ୍ତି। ମାତ୍ର ଏମିତି ଏକ ମାଛ ଅଛି, ଯାହା ରଙ୍ଗ ବଦଳାଇଥାଏ। ଏହି ମାଛ ବିରଳ। ନିକଟରେ ଏହା ଭାରତରେ ଦେଖିବାକୁ ମିଳିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ମାଛ ପ୍ରଥମ ଥର ପାଇଁ ଭାରତରେ ଦେଖିବାକୁ ମିଳିଛି। ସେଣ୍ଟ୍ରାଲ ମେରାଇନ ମତ୍ସ୍ୟ ପ୍ରତିଷ୍ଠାନର ବୈଜ୍ଞାନିକମାନେ ଏହାର ସନ୍ଧାନ ପାଇଛନ୍ତି।
ଏହି ବିରଳ ମାଛର ନାମ ହେଉଛି ସ୍କର୍ପିୟନ୍‌ଫିସ୍‌, ଯାହାର ବୈଜ୍ଞାନିକ ନାମ ହେଉଛି ସ୍କର୍ପିଓନୋପିସିସ୍‌ ନେଗ୍‌ଲେକ୍ଟା। ସେଣ୍ଟ୍ରାଲ ମେରାଇନ ମତ୍ସ୍ୟ ପ୍ରତିଷ୍ଠାନର ବୈଜ୍ଞାନିକ ଡକ୍ଟର ଜୟାଭାସ୍କରନ୍‌ କହିଛନ୍ତି, ଯେତେବେଳେ ଆମେ ଏହାକୁ ପ୍ରଥମଥର ପାଇଁ ଦେଖିଲୁ ସେତେବେଳେ ଏହା ଘାସରେ ଲୁଚି ରହିଥିଲା। ଏହା ଏକ ମାଛ ନା ଏକ ଛୋଟ ପଥର ଖଣ୍ଡ ତାହା ଜଣା ପଡ଼ି ନ ଥିଲା, କିନ୍ତୁ ମାତ୍ର ୪ ସେକେଣ୍ଡ ପରେ ଜଣାପଡ଼ିଥିଲା। ଏହି ମାଛ ବିଛା କିମ୍ବା ଅନ୍ୟ ଛୋଟ ଜୀଜଜନ୍ତୁ ଶିକାର କରିବା ସମୟରେ ରଙ୍ଗ ପରିବର୍ତ୍ତନ କରିଥାଏ। ଏହି ମାଛ ମଧ୍ୟ ଅତ୍ୟଧିକ ବିଷାକ୍ତ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହାର ମେରୁଦଣ୍ଡ ହାଡ଼ ସମ୍ପୂର୍ଣ୍ଣ ବିଷରେ ପରିପୂର୍ଣ୍ଣ। ଏହାକୁ ଧରିବା ପାଇଁ ଅଧିକ ଯତ୍ନବାନ ହେବାକୁ ପଡ଼ିବ। ନଚେତ୍‌ ଏହା କ୍ଷଣକରେ ଜୀବନ ନେଇଯିବ।
ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ବିରଳ ମାଛ ରାତିରେ ହିଁ ଶିକାର କରିଥାଏ। ଏହା ଗୋଟିଏ ସ୍ଥାନରେ ଶିକାର ପାଇଁ ଅପେକ୍ଷା କରେ। ଶିକାର ନିକଟରକୁ ଧୀରେ ଧୀରେ ଆସି ଆକ୍ରମଣ କରିଥାଏ। ଡକ୍ଟର ଜୟାଭାସ୍କରନ୍‌ଙ୍କ ଅନୁଯାୟୀ, ଏହି ବିରଳ ମାଛକୁ ଜାତୀୟ ସାମୁଦ୍ରିକ ଜୈବ ବିବିଧତା ସଂଗ୍ରାହାଳୟକୁ ପଠାଯାଇଛି। ଫଳରେ ଏହି ମାଛ ଉପରେ ଅଧିକ ଅଧ୍ୟୟନ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ କଲେ ବିଜୟ, ୨୦ ମିନିଟରେ କଲେ…..

ନୂଆଦିଲ୍ଲୀ,୨୭।୫: ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଥିଲେ। ଏଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହା ତାମିଲନାଡୁରେ…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

ସାର୍ଟିଫିକେଟ ପାଇଁ ଯାଉଥିବା ବେଳେ ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଚନ୍ଦନଙ୍କ ଜୀବନ

ଗଜପତି,୨୭।୫(ଗିରିଧାରୀ ପରିଛା) : ଚାଉଳ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବାଇକ । ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକ ଆହତ…

୨ ମାସରୁ ଊର୍ଦ୍ଧ୍ୱ ହେବ ଭତ୍ତା ପାଇନାହାନ୍ତି ହିତାଧିକାରୀ, ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ କଲେ ଗୁହାରି

ଥୁଆମୂଳ ରାମପୁର,୨୭ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଚରମ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୨ ମାସରୁ…

ମର୍ମନ୍ତୁଦ ଦୁର୍ଘଟଣା; କାମସାରି ଘରକୁ ଫେରୁଥିବା ବେଳେ ଓଲଟିଲା ପିକଅପ୍ ଭ୍ୟାନ, ୨…

ରାଜନଗର, ୨୭ା୫ (ଭାସ୍କର ରାଉତରାୟ): ରାଜନଗର ବ୍ଲକ ରାଜନଗର ଗୁପ୍ତି ମୁଖ୍ୟ ରାସ୍ତାର ହାତୀନା ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଦୁଇ…

ରାଜ୍ ପ୍ରସାଦ ରାୟଗଡ଼ାର ନୂଆ ଏସ୍ପି; ଦାୟିତ୍ବ ଗ୍ରହଣ କରୁକରୁ କହିଦେଲେ ଏହି କଥା, ଛାନିଆ…

ଗୁଣପୁର,୨୭।୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାର ନୂତନ ଏସପି ଭାବେ ରାଜ୍ ପ୍ରସାଦ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବତନ ଏସପି ସ୍ୱାତି ଏସ କୁମାରଙ୍କ ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri