Posted inଜାତୀୟ

ରଘୁବରଙ୍କୁ ହଟାଇବା ବିରୋଧୀଙ୍କ ପାଇଁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ/ରାଞ୍ଚତ୍,୨ା୧୧: ଝାଡ଼ଖଣ୍ଡ ବିଧାନସଭା ଭୋଟ ପାଇଁ ଶୁକ୍ରବାର ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ସହ ବିଧିବଦ୍ଧ ଭାବେ ବିଗୁଲ ବାଜିଛି। ଏହି ଆଦିବାସୀ ଅଧ୍ୟୁଷିତ ରାଜ୍ୟର ୨.୨୬ କୋଟି ଭୋଟର ୫ଟି ପର୍ଯ୍ୟାୟରେ ପୁଣି ପାଞ୍ଚବର୍ଷ ପାଇଁ ସେମାନଙ୍କ ପ୍ରତିନିଧି ବାଛିବେ। ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଝାଡ଼ଖଣ୍ଡ ଭୋଟକୁ ପ୍ରଭାବିତ କରିବ ବୋଲି କୁହାଯାଉଥିବେଳେ ଭାଜପାକୁ କ୍ଷମତାଚ୍ୟୁତ କରିବା ପାଇଁ ଅଣ୍ଟା ଭିଡ଼ୁଛି ବିରୋଧୀ ମହାମେଣ୍ଟ। କାରଣ ସଦ୍ୟ ସମାପ୍ତ ଦୁଇ ରାଜ୍ୟରେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲେ ହେଁ ପୂର୍ବାପେକ୍ଷା ଏହାର ପ୍ରଦର୍ଶନ ଆଶାନୁରୂପ ହୋଇନାହିଁ। ଏଥିଯୋଗୁ ଗୈରିକ ଦଳ ହରିୟାଣାରେ ଜନନାୟକ ଜନତା ପାର୍ଟି (ଜେଜେପି) ସମର୍ଥନରେ ସରକାର ଗଠନ କରିଥିବାବେଳେ ମହାରାଷ୍ଟ୍ରରେ ପୁନଃ କ୍ଷମତାସୀନ ହେବା ପଥ ପରିଷ୍କାର ହୋଇନାହିଁ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ରାଜ୍ୟରେ ଏକ ସ୍ଥିର, ସ୍ବଚ୍ଛ ଓ ବିକାଶୋନ୍ମୁଖୀ ସରକାର ପ୍ରଦାନ କରିଥିବା ଦାବି କରି ପୁଣିଥରେ ମଇଦାନକୁ ଓହ୍ଲାଇଛନ୍ତି। ତେବେ ମହାମେଣ୍ଟ ଗଠନ ହେବା ପୂର୍ବରୁ ନେତାଙ୍କ ମତଭେଦ ସେମାନଙ୍କ ସ୍ବପ୍ନକୁ ଧୂଳିସାତ୍‌ କରିପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତଦେଇଛନ୍ତି।
୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨୦୧୪ରେ ମଧ୍ୟ ୫ଟି ପର୍ଯ୍ୟାୟରେ ହୋଇଥିଲା। ଏଥିରେ ଭାଜପା ୩୭ ଆସନ ଦଖଲ କରିଥିବାବେଳେ ଏହାର ସହଯୋଗୀ ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିୟନ୍‌ (ଏଜେଏସ୍‌ୟୁ)କୁ ୫ ଆସନରେ ସଫଳତା ମିଳିଥିଲା। ସଂଖ୍ୟାଗରିଷ୍ଠତା ପାଇଁ ୪୧ ଆସନ ଆବଶ୍ୟକ ଥିବାବେଳେ ଭାଜପା-ଏଜେଏସ୍‌ୟୁ ମେଣ୍ଟ ସରକାର ଗଠନ କରିଥିଲା। ଅନ୍ୟପକ୍ଷରେ ୧୭ ଆସନ ପାଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ମୁଖ୍ୟ ବିରୋଧୀ ଦଳର ମାନ୍ୟତା ଲାଭ କରିଥିଲା। ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା-ପ୍ରଜାତାନ୍ତ୍ରିକ (ଜେଭିଏମ୍‌-ପି) ୮ ଓ କଂଗ୍ରେସ ୬ ଆସନରେ ସନ୍ତୁଷ୍ଟ ହୋଇଥିଲେ। ୨୦୧୪ ଡିସେମ୍ବର ୨୮ରେ ରଘୁବର ଦାସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସରକାର ଗଠନ ହେବା ପରେ ୬ ଜେଭିଏମ୍‌-ପି ବିଧାୟକ ଭାଜପାରେ ଯୋଗଦେଇଥିଲେ। ୨୦୨୦ ଜାନୁୟାରୀ ୫ରେ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ।
ନଭେମ୍ବର ୧୫ରେ ବିହାରରୁ ଅଲଗା ହୋଇ ଝାଡ଼ଖଣ୍ଡ ରାଜ୍ୟ ଗଠନ ହେବା ପରଠୁ ଏହା ହେଉଛି ଚତୁର୍ଥ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ଭାଜପା ଏକାକୀ ୬୫ ଆସନ ଦଖଲ କରି ସରକାର ଗଢ଼ିବ ବୋଲି ରଘୁବର ଦୃଢ଼ୋକ୍ତି ବାଢ଼ିଛନ୍ତି। ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସ ଏବଂ ଜେଏମ୍‌ଏମ୍‌ ମେଣ୍ଟ ରଘୁବର ଦାସ ସରକାରଙ୍କୁ କ୍ଷମତାରୁ ହଟାଇବା ପାଇଁ ଅଣ୍ଟାଭିଡ଼ିଛନ୍ତି। ରାଜ୍ୟ ଗଠନ ହେବା ପରଠୁ ରଘୁବର ହେଉଛନ୍ତି ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ ସମ୍ପୂର୍ଣ୍ଣ ୫ ବର୍ଷ ସରକାର ଚଳାଇବାରେ ସକ୍ଷମ ହୋଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଉଭୟ ଶାସକ ଓ ବିରୋଧୀ ପ୍ରଚାର ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ନିକଟରେ ଜୋହର ଜନାଶୀର୍ବାଦ ଯାତ୍ରା ଶେଷ କରିଛନ୍ତି। ସେହିପରି ମତଦାତାଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ୍‌ ପରିବର୍ତ୍ତନ ଯାତ୍ରା କରିଥିବାବେଳେ ଜେଭିଏମ୍‌-ପି ମୁଖ୍ୟ ବାବୁଲାଲ ମାର୍ଣ୍ଡି ଜନାଦେଶ ଯାତ୍ରାର ଆୟୋଜନ କରିଛନ୍ତି। ମିଳିଥିବା ସୂଚନାନୁସାରେ ଜେଏମ୍‌ଏମ୍‌ ୪୩ରୁ ୪୫, କଂଗ୍ରେସ ୨୫ରୁ ୨୭ ଆସନରେ ଲଢ଼ିପାରନ୍ତି। ସେହିପରି ମହାମେଣ୍ଟ ପକ୍ଷରୁ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଏବଂ ବାମଦଳକୁ ୫ଟି ଲେଖାଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ସୁଯୋଗ ଦିଆଯାଇପାରେ। ତେବେ ହେମନ୍ତଙ୍କୁ ମହାମେଣ୍ଟ ନେତା ଭାବେ ଗ୍ରହଣ କରିବାକୁ ବାବୁଲାଲ ପ୍ରସ୍ତୁତ ନ ଥିବା ଜଣାପଡ଼ିଛି। କାରଣ ଅନୂ୍ୟନ ୨୨ ଆସନରେ ଜେଭିଏମ୍‌-ପି ପକ୍ଷରୁ ପ୍ରାର୍ଥୀ ଦେବା ପାଇଁ ବାବୁଲାଲ ଚାହୁଁଛନ୍ତି। ୫ ମାସ ତଳେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ରାଜ୍ୟର ୧୪ ଆସନରୁ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ୧୨ଟି ଆସନ ଦଖଲ କରିଥିଲା। ଏଭଳି ସମୟରେ ୧୯୯୫ରୁ ୫ ଥର ବିଧାୟକ ହୋଇ ପ୍ରଥମ ଅଣଆଦିବାସୀ ନେତା ଭାବେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ରଘୁବର ଦାସଙ୍କୁ ଗାଦିଚ୍ୟୁତ କରିବା ବିରୋଧୀଙ୍କ ପାଇଁ ଏକ ବିରାଟ ଚ୍ୟାଲେଞ୍ଜ ହୋଇଛି। ତେବେ ରାଜ୍ୟରେ ଅପରାଧ ବିଶେଷକରି ଭିଡ଼ହିଂସା ବୃଦ୍ଧିପାଇବା ରଘୁବରଙ୍କ ପାଇଁ ଚିନ୍ତାର କାରଣ ସାଜିଥିବାବେଳେ ବିଗତ ୫ ବର୍ଷ ଧରି ଶାସକ ଭାଜପାରେ ବଢ଼ୁଥିବା ଅସନ୍ତୋଷ ତାଙ୍କୁ ଅଡ଼ୁଆରେ ପକାଇପାରେ। ପ୍ରକାଶ ଯେ, ୨୦୦୦ରେ ଝାଡ଼ଖଣ୍ଡ ଗଠନ ହେବାଠାରୁ ଭାଜପା ଅଧିକାଂଶ ସମୟ କ୍ଷମତାରେ ରହିଛି। କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ୨୦୦୯ ଓ ୨୦୦୪ରେ ସରକାର ଗଢ଼ିଥିଲା। ୨୦୧୪ରେ ଭାଜପା କ୍ଷମତାକୁ ଫେରିବା ପରେ ରଘୁବର ଶାସନ ଡୋରି ଧରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ଭାରତର କଡ଼ା ଜବାବ, ୬-୧୦ ପାକିସ୍ତାନ ସେନା ନିହତ, ୩ ଆତଙ୍କବାଦୀ ଶିବିର ଧ୍ୱଂସ: ବିପିନ ରାଓ୍ବତ

ନୂଆଦିଲ୍ଲୀ,୨୦।୧୦: ପାକିସ୍ତାନ ବାରମ୍ବାର ସୀମାରେ ଅସ୍ତ୍ରବିରତି ଉଲ୍ଲଘଂନ କରିବା ପରେ ଭାରତୀୟ ସେନା ପକ୍ଷରୁ ରବିବାର କଡା ଜବାବ ଦିଆଯାଇଛି। ଭାରତୀୟ ସେନା ପାକ ଅଧିକୃତ...

‘ଆମକୁ ରାଜନୀତି ନୁହେଁ, ସ୍କୁଲ ଖୋଲିବା ଆସେ’

ଚଣ୍ଡିଗଡ,୬।୪: ପଞ୍ଜାବରେ ଏକ ବଡ଼ ବିଜୟ ହାସଲ ପରେ ଆମ ଆଦମୀ ପାର୍ଟି ହିମାଚଳ ପ୍ରଦେଶ ମୁହାଁ ହୋଇଛି। ରାଜ୍ୟର ମଣ୍ଡି ଜିଲାରେ ବୁଧବାର ଏଏପି...

ଅପଚୟ କଲେ କମ୍‌ ମିଳିବ

ନୂଆଦିଲ୍ଲୀ,୯ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୁଡ଼ିକୁ ସାବାଳକଙ୍କ ପାଇଁ ମାଗଣାରେ ଟିକା ଦିଆଯିବ ବୋଲି ଘୋଷଣା କରିବାର ଦିନକ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ...

୩ ରାଜ୍ୟ ସୀମାରେ ବିଏସ୍‌ଏଫ୍‌ର କ୍ଷମତା ବୃଦ୍ଧି, ପଶ୍ଚିମବଙ୍ଗ-ପଞ୍ଜାବ କଲେ ବିରୋଧ…

ନୂଆଦିଲ୍ଲୀ,୧୪।୧୦: ପାକିସ୍ତାନ ଏବଂ ବାଂଲାଦେଶ ସହିତ ଆନ୍ତର୍ଜାତୀୟ ସୀମା ରହିଥିବା ତିନୋଟି ରାଜ୍ୟ ମଧ୍ୟରେ ୫୦ କିଲୋମିଟର ପର୍ଯ୍ୟନ୍ତ ବିଏସ୍‌ଏଫ୍‌ କ୍ଷମତା ବୃଦ୍ଧି ପାଇବ। ଆସାମ,...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ୧୫୦ ଜଣଙ୍କ ନାଁରେ ଏଫ୍‌ଆଇଆର୍‌

ନୂଆଦିଲ୍ଲୀ,୮ ।୧: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ପୋଲିସ ଆଇପିସି ଧାରା ୨୮୩ ଅନୁଯାୟୀ ୧୫୦ ଜଣ ଅଜ୍ଞାତ ଲୋକଙ୍କ ବିରୋଧରେ...

ଖବରଦାତା ସମ୍ମିଳନୀରେ ଶୋଇଲେ ନେତା: କହିଲେ ମୁଁ ମନନ ଚିନ୍ତନ କରୁଥିଲି

ପାଟନା,୧୭।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ପାଖାପଖି ଶହେ ଶିଶୁଙ୍କ ମୃତ୍ୟୁ ହେବା ଚିନ୍ତାର କାରଣ ପାଲଟିଛି। ଏହାର ମୁକାବିଲା କରିବାକୁ ନେଇ ଏକ ଖବରଦାତା...

ପ୍ରତିଶ୍ରୁତିରେ କୃଷକ ନିରାଶ

ନୂଆଦିଲ୍ଲୀ,୬ା୭(ପି.ଟି.): ୨୦୨୨ରେ ସ୍ବାଧୀନତାର ୭୫ ବର୍ଷ ପାଳନ କରାଯିବ। ଏହି ଅବଧି ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ ଲକ୍ଷ୍ୟ ରଖିଥିବା କେନ୍ଦ୍ର ସରକାରଙ୍କ...

‘ୟୁଏପିଏରେ ଗିରଫ ଏକ ଚକ୍ରାନ୍ତ’

ନୂଆଦିଲ୍ଲୀ, ୨୪ା୮: ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଘଟଣାରେ ଷଡ଼ଯନ୍ତ୍ର କରାଯାଇ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ପୂର୍ବତନ ଛାତ୍ରନେତା ଉମର ଖଲିଦ୍‌ଙ୍କୁ ଗିରଫ କରାଯାଇଥିଲା ବୋଲି ସୋମବାର...

Advertisement
Archives

Model This Week