Posted inଫୁରସତ

ଯେଉଁଠି ୫୦ ଟଙ୍କା ପାଇଁ ଲଗାଯାଏ ଜୀବନ ବାଜି

ବିଶ୍ୱରେ ଏମିତି ଅନେକ ପ୍ରକାରର ପରମ୍ପରା ରହିଛି, ଯାହା ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗେ ସେତିକି ଆଶଙ୍କା ବି ସୃଷ୍ଟି ହୁଏ। ଏଭଳି ଏକ ପରମ୍ପରା ରହିଛି ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ। ଏଠାରେ କାହଁି କେଉଁ କାଳରୁ ‘ଜୈରୀ’ ନାମକ ଖେଳର ଲୋକପ୍ରିୟତା ରହିଆସିଛି। ଏହି ଖେଳର ନିୟମ ଅନୁସାରେ, ଜଣେ ବ୍ୟକ୍ତିକୁ ୫୦ ଫୁଟ୍‌ ଉଚ୍ଚ ଖମ୍ବରେ ବନ୍ଧାଯାଇଥିବା ହାଣ୍ଡିକୁ ଭାଙ୍ଗିବାକୁ ହୁଏ। ଯିଏ ପ୍ରତିଯୋଗିତାରେ ବିଜୟଲାଭ କରେ ତାକୁ ମାତ୍ର ୫୦ ଟଙ୍କା ପୁରସ୍କାର ସ୍ବରୂପ ପ୍ରଦାନ କରାଯାଏ। ବେଳେବେଳେ ୫୦ଟଙ୍କା ସ୍ଥାନରେ ୧୧ ନ ହେଲେ ୨୧ ଟଙ୍କା ବି ଦିଆଯାଏ। ହୋଲିର ତୃତୀୟ ଦିନରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଏ। ସବୁଠୁ ଆଶ୍ଚର୍ଯ୍ୟ କଥା, ଏହି ଖେଳ ପାଇଁ ଅନେକ ଲୋକ ଖମ୍ବ ଉପରୁ ତଳେ ପଡ଼ି ଦିବ୍ୟାଙ୍ଗ ହୋଇଥିବା ବେଳେ କେତେକଙ୍କର ଜୀବନ ବି ଯାଇଛି। ତଥାପି ମଧ୍ୟ ଲୋକଙ୍କ ମଧ୍ୟରେ ଏହି ପରମ୍ପରା ପାଳନକୁ ନେଇ ଜୋଶ୍‌ ଭରିରହିଛି। ସେମାନଙ୍କ ମଧ୍ୟରେ ଏହି ପରମ୍ପରାକୁ ବେଶ୍‌ ସମ୍ମାନ ଦିଆଯାଏ। ଏସବୁସତ୍ତ୍ୱେ ବି ପ୍ରଶାସନ କିମ୍ବା ପୋଲିସ୍‌ ପକ୍ଷରୁ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଏ ନାହଁି। ମାତ୍ର ୫୦ଟଙ୍କା ପାଇଁ ଏଠାରେ ଜୀବନକୁ ବାଜିରେ ଲଗାଇ ଦିଆଯାଏ। ଯଦି କୌଣସି ବ୍ୟକ୍ତିଙ୍କର କିଛି କ୍ଷତି ହୁଏ, ତେବେ ତା’ର ଦାୟିତ୍ୱ କେହି ବି ନିଅନ୍ତି ନାହଁି। ପରମ୍ପରା ନଁାରେ ପାଳିତ ହେଉଥିବା ଏହି ଅନ୍ଧବିଶ୍ୱାସକୁ ଲୋକେ ଆଜି ବି ଉତ୍ସାହର ସହ ଗ୍ରହଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ଶେଷରେ ବିଜୟ ସ୍ବାଦ ଚାଖିଲା ଭାରତ: ଇଂଲଣ୍ଡକୁ କଲା ଧରାଶାୟୀ

ବର୍ମିଂହାମ୍‌,୧୫ା୭: ଚଳିତ ଇଂଲଣ୍ଡ ଟୁର୍‌ରେ ଲଗାତର ୪ ପରାଜୟ ପରେ ମଙ୍ଗଳବାର ଭାରତୀୟ ଦଳ ତା’ର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ…

ଜରାଜୀର୍ଣ୍ଣ ଘରେ ଜୀବନ କାଟୁଛନ୍ତି ତ୍ରିପୁରା: ସରକାରୀ ସହାୟତା ଅପେକ୍ଷାରେ …

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ):ବୟସର ଅପରାହ୍ନରେ ଜୀବନ ସହ ଲଢେଇ କରୁଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଲତରପାଲି ଗ୍ରାମର ୭୭ ବର୍ଷୀୟା ଅସହାୟ ବୃଦ୍ଧା ତ୍ରିପୁରା ମହାନନ୍ଦ। ସ୍ବାମୀ…

୨୪ ଘଣ୍ଟାରେ ଲଘୁଚାପ: ୩ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା, ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର, ୧୫ା୭ (ବନ୍ଦନା ସେଠୀ):ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ସହ ବିଭିନ୍ନ ସ୍ଥାନରେ ପ୍ରବଳରୁ…

ବିଦ୍ୟୁତ୍‌ ସଂଯୋଗ ନ ହେଲେ ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ନୂଆପଡ଼ା,୧୫ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ମଧ୍ୟସ୍ଥ ଢେକୁନପାଣି ଗଁାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯୋଗୁ ଲୋକେ ଅନ୍ଧାରରେ ରାତି ବିଉଛନ୍ତି।…

ଫିଫା ବିଶ୍ୱକପ୍‌: ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ସ୍ପେନ୍‌

ଆର୍ଲିଂଟନ,୧୫ା୭:୨୦୧୦ ସଂସ୍କରଣ ଚାମ୍ପିୟନ ସ୍ପେନ ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଚଳିତ ଫିଫା ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ସ୍ପେନ ୨-୦ ଗୋଲରେ…

ନୂଆଦିଲ୍ଲୀ ଗସ୍ତରେ ନବୀନ; ଭେଟିପାରନ୍ତି କିଛି…

ଭୁବନେଶ୍ୱର,୧୩।୭(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେବେ ସେ କେତେଦିନ ଲାଗି ଗସ୍ତ କରିଛନ୍ତି…

ମା’ ସୁଭଦ୍ରାଙ୍କୁ ‘ଶ୍ରୀମତୀ’ ବୋଲି ସମ୍ବୋଧନ କଲା ଇସ୍କନ, ବାଲୁକାଶିଳ୍ପୀ ସୁଦର୍ଶନ କହିଲେ…

ପୁରୀ, ୧୪।୭: ଇସ୍କନ (ISKCON) ପକ୍ଷରୁ ପ୍ରକାଶିତ ରଥଯାତ୍ରା ବାର୍ତ୍ତାକୁ ନେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଇସ୍କନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri