ଯୁବତୀଙ୍କ ଅଶ୍ଳିଳ ଭିଡିଓ କରି ବ୍ଲାକ୍‌ମେଲିଂ: ଧରାପଡ଼ିଲେ ହୋଟେଲର ଦୁଇ ଯୁବକ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ନୟାପଲ୍ଲୀ ଥାନା ଏନ୍‌-୧ରେ ଥିବା ଏକ ହୋଟେଲରେ ଏକ ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ହୋଟେଲ କର୍ମଚାରୀ ଭାଇରାଲ କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏପରିକି ହୋଟେଲ କର୍ମଚାରୀ ୫୦ହଜାର ଟଙ୍କା ମାଗୁଥିବା ଥାନାରେ ଯୁବତୀ ଅଭିଯୋଗ କରିଛନ୍ତି। ପୋଲିସ ଯୁବତୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ହୋଟେଲର ଉକ୍ତ ଦୁଇ କର୍ମଚାରୀଙ୍କୁ ଗିରଫ କରି ପଚରାଉଚରା କରୁଛି। ତେବେ ଯୁବକଦ୍ୱୟଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ଅପରପକ୍ଷେ ପୋଲିସ ସିଆର୍‌ପିସି-୧୬୧ ଆଧାରରେ ଯୁବତୀଙ୍କ ବୟାନ ରେକର୍ଡ କରିଛି।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୫ ତାରିଖରେ ଯୁବତୀଜଣଙ୍କ ଜନ୍ମଦିନ ପାଳନ କରିବା ଲାଗି ଉକ୍ତ ହୋଟେଲକୁ ଯାଇଥିଲେ। ବିଳମ୍ବ ହୋଇଯାଇଥିବାରୁ ପୁରୁଷ ବନ୍ଧୁ ଓ ସେ ଉକ୍ତ ହୋଟେଲରେ ରହିଯାଇଥିଲେ। ହେଲେ ପୁରୁଷବନ୍ଧୁଙ୍କ ସହ ଅନ୍ତରଙ୍ଗ ସମୟର କିଛି ଭିଡିଓ ହିଡେନ୍‌ କ୍ୟାମେରା ଲଗାଇ ଉକ୍ତ କର୍ମଚାରୀମାନେ ଉତ୍ତୋଳନ କରିଥିଲେ। ଏହାର କିଛିଦିନ ପରେ ହେଟେଲର ଜଣେ କର୍ମଚାରୀ ଫୋନ କରି ଯୁବତୀଙ୍କୁ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲେ। ଏପରି ନ କରିବା ଲାଗି ୫୦ହଜାର ମାଗିଥିଲେ। ଏପରିକି ସେମାନଙ୍କର ଏଭଳି ବାରମ୍ବାର ଧମକ ପରେ ଯୁବତୀ ଆତ୍ମହତ୍ୟା ଉଦ୍ୟମ ପାଇଁ ଚେଷ୍ଟା କରିଥିବା କହିଛନ୍ତି। ଗୁରୁବାର ରାତିରେ ସେ କର୍ମଚାରୀଙ୍କ କହିବାନୁଯାୟୀ କିଛିଟଙ୍କା ଆଣି ଦେବାକୁ ଆସିଥିଲେ। ସିଆର୍‌ପି ଛକରେ ବସି କାନ୍ଦୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକ ଦେଖି ଉଦ୍ଧାର କରି ନୟାପଲ୍ଲୀ ଥାନାକୁ ଫୋନ କରି ଜଣାଇଥିଲେ। ଖବର ପାଇ ପୋଲିସ ଉକ୍ତ ହୋଟେଲରେ ଚଢ଼ାଉ କରି ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲେ। ପରେ କର୍ମଚାରୀଦ୍ୱୟଙ୍କୁ ଗିରଫ କରି ସେମାନେ ପ୍ରକୃତରେ ଭିଡିଓ ଯାଞ୍ଚ କରିଛନ୍ତି କି ନାହିଁ ତାହା ଯାଞ୍ଚ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri