ଯୁକ୍ତ ୨ ପଢ଼ିବାକୁ ଆଗ୍ରହ ଦେଖାଉନାହାନ୍ତି ଛାତ୍ରୀଛାତ୍ର : ବଢୁଛି କଲେଜ, କମୁଛନ୍ତି ପିଲା

ଭୁବନେଶ୍ୱର, ୨୬।୭(ବ୍ୟୁରୋ) : ରାଜ୍ୟରେ ପ୍ରତିବର୍ଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ୨ କଲେଜ ସଂଖ୍ୟା ବଢୁଛି। ହେଲେ ସେହି ଅନୁପାତରେ ପିଲା ହେଉନାହାନ୍ତି। ମାଟ୍ରିକ୍‌ରେ ପାସ୍‌ ହାର ହ୍ରାସ ସାଙ୍ଗକୁ ସାଧାରଣ ପାଠ୍ୟକ୍ରମରେ ପିଲାଙ୍କ ଅନାଗ୍ରହ ଯୋଗୁ ପ୍ରତିବର୍ଷ ଲକ୍ଷାଧିକ ସିଟ୍‌ ଖାଲିପଡୁଛି। ୪ରୁ ୫ବର୍ଷ ତଳେ ୧୪୦୦ ଯୁକ୍ତ ୨ କଲେଜ ରହିଥିବା ବେଳେ ଏବେ କଲେଜ ସଂଖ୍ୟା ୧୬୦୦ ଟପିଲାଣି। ତେବେ ସ୍ଥିତିରେ କିଛି ବି ସୁଧାର ଆସୁନି। କିଛିବର୍ଷ ତଳେ ଜାରି ରହିଥିବା ସ୍ଥିତି ଏଥର ଆହୁରି ଭୟଙ୍କର ହୋଇଯାଇଛି। ଏହା ମଧ୍ୟରେ ଯୁକ୍ତ ୨ ପାଇଁ ଦୁଇଟି ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଗୁରୁବାରଠାରୁ ସ୍ପଟ୍‌ ଆଡ୍‌ମିଶନ ଆରମ୍ଭ ହୋଇଛି। ତେବେ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ଥିବା ୧୯୮୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ୨ କଲେଜ), ସେଲ୍‌ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ କଲେଜରେ ମୋଟ ୪ ଲକ୍ଷ ୪୮ ହଜାର ୪୫୧ ସିଟ୍‌ ରହିଛି। ସେଥିମଧ୍ୟରୁ ୩ ଲକ୍ଷ ୧୦ ହଜାର ୭୬୯ ସିଟ୍‌ ପୂରଣ ହୋଇଛି। ଏବେବି ଆହୁରି ୧ ଲକ୍ଷ ୩୭ ହଜାର ୬୮୨ ସିଟ୍‌ ଖାଲିପଡ଼ିଛି।
କଳା ବିଭାଗରେ ୨ ଲକ୍ଷ ୩୯ ହଜାର ୬୬ଟି ସିଟ୍‌ ରହିଥିବା ବେଳେ ସେଥିମଧ୍ୟରୁ ୨ଲକ୍ଷ ୪ ହଜାର ୪୬୪ ସିଟ୍‌ ପୂରଣ ହୋଇଛି। ଆହୁରି ୩୪, ୬୦୨ ସିଟ୍‌ ଖାଲିପଡ଼ିଛି। ସେହିଭଳି ବିଜ୍ଞାନ ବିଭାଗରେ ସର୍ବାଧିକ ସିଟ୍‌ ଖାଲି ରହିଛି। ବିଜ୍ଞାନରେ ମୋଟ ୧ଲକ୍ଷ ୪୪ ହଜାର ୨୨୨ ସିଟ୍‌ ରହିଥିବା ବେଳେ ୭୬, ୨୩୩ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଆହୁରି ୬୭ ହଜାର ୯୮୯ ସିଟ୍‌ ବଳକା ରହିଛି। ଅନୁରୂପ ଭାବେ ବାଣିଜ୍ୟ ବିଭାଗରେ ୫୦ ପ୍ରତିଶତରୁ ଅଧିକ ସିଟ୍‌ ବଳକା ରହିଛି। ମୋଟ ୪୪, ୫୧୫ ସିଟ୍‌ ମଧ୍ୟରୁ ୨୦, ୬୧୪ ସିଟ୍‌ ପୂରଣ ହୋଇଛି। ଆହୁରି ୨୩, ୯୦୧ ସିଟ୍‌ ଖାଲି ରହିଥିବା ଜଣାପଡ଼ିଛି। ସଂସ୍କୃତରେ ଥିବା ୧୧, ୩୧୨ ସିଟ୍‌ ମଧ୍ୟରୁ ମାତ୍ର ୫, ୪୬୦ ସିଟ୍‌ ପୂରଣ ହୋଇଛି ଓ ୫ , ୮୫୨ ସିଟ୍‌ ଖାଲି ରହିଛି। ତେବେ ଧନ୍ଦାମୂଳକ ଶିକ୍ଷାରେ ଅଧିକ ପ୍ରତିଶତ ସିଟ୍‌ ଖାଲିରହିଛି। ଏହି ବିଭାଗରେ ୯, ୩୩୬ ସିଟ୍‌ ରହିଥିବା ବେଳେ ୩, ୯୯୮ ପୂରଣ ହୋଇଛି। ଏବେ ବି ୫, ୩୩୮ ସିଟ୍‌ ଖାଲି ପଡ଼ିଥିବା ସାମ୍‌ସ ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଛି।
ଅନ୍ୟପକ୍ଷରେ ବାଣିଜ୍ୟ ପଢିବାକୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆଉ ପୂର୍ବଭଳି ଆଗ୍ରହ ଦେଖିବାକୁ ମିଳୁନି। ଏହି ବିଭାଗରେ ବହୁ ସିଟ୍‌ ଖାଲିପଡୁଛି। ଏହାକୁ ନେଇ କଲେଜ କର୍ତ୍ତୃପକ୍ଷ ମଧ୍ୟ ଚିନ୍ତାରେ ପଡିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ବୌଦ୍ଧ ଜିଲାରେ ବାଣିଜ୍ୟରେ ମାତ୍ର ୫ ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଏଠାରେ ମୋଟ ୧୨୮ ସିଟ୍‌ ରହିଥିବା ବେଳେ ୧୨୩ ସିଟ୍‌ ଏବେ ବି ଖାଲିପଡ଼ିଛି। ଦେବଗଡ଼ ଜିଲାରେ ବାଣିଜ୍ୟ ବିଭାଗରେ ମାତ୍ର ୬୪ ସିଟ୍‌ ରହିଛି। ସେଥିମଧ୍ୟରୁ ୨୦ଟି ପୂରଣ ହୋଇଥିବା ବେଳେ ୪୪ ଖାଲିପଡ଼ିଛି। ସୋନପୁର ଜିଲାରେ ବି ବାଣିଜ୍ୟରେ ଥିବା ୩୭୯ ସିଟ୍‌ ମଧ୍ୟରୁ ୯୪ ପୂରଣ ହୋଇଛି। ୨୮୫ ଏବେବି ଫାଙ୍କା ପଡ଼ିଛି। ଏପଟେ କନ୍ଧମାଳ ଜିଲାରେ ବିଜ୍ଞାନରେ ଥିବା ୧୩୩୮ ସିଟ୍‌ ମଧ୍ୟରୁ ମାତ୍ର ୩୬୮ ପୂରଣ ହୋଇଥିବା ବେଳେ ୯୭୦ ସିଟ୍‌ ଖାଲିରହିଛି। ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ଅଧିକାଂଶ ଜିଲାରେ ୧୦ ପ୍ରତିଶତ ସିଟ୍‌ ବି ପୂରଣ ହୋଇପାରିନାହିଁ। ୨୭ ତାରିଖ ପର୍ଯ୍ୟନ୍ତ ସ୍ପଟ୍‌ ନାମଲେଖା ଚାଲିବାକୁ ଥିବାରୁ ଆଉ କିଛି ସିଟ୍‌ ପୂରଣ ହେବ ବୋଲି ଆଶା କରାଯାଉଛି। ଜୁଲାଇ ୨୯ରୁ ଯୁକ୍ତ ୨ ପ୍ରଥମବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା ପାଇଁ ଉପଦେଷ୍ଟା କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ୧୦ ଜିଲାରେ ସଂକ୍ରମଣ ହାର କମିଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାମାତ୍ର...

ଏନ୍‌ସିଆର୍‌ବି ରିପୋର୍ଟ: ଦେଶରେ ବଢ଼ୁଛି ଶ୍ରମିକ ଆତ୍ମହତ୍ୟା

ଭୁବନେଶ୍ୱର,୪।୯(ବ୍ୟୁରୋ): ଲୋକମାନେ କାମଧନ୍ଦା ହରାଇ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି। ଏପରି କି ଦୁଇଓଳି ଦୁଇମୁଠା ଖାଇବାକୁ ମଧ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି।...

ଆଜି ରାଜ୍ୟରୁ ୨୫ ପଜିଟିଭ୍‌ ଚିହ୍ନଟ, ୧୨,୮୮,୭୬୨ରେ ପହଞ୍ଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୭୬୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେବା କରୁଥିବି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବରଗଡ଼ ଅଫିସ୍‌,୧୬।୪: କାଳିଆ ଯୋଜନାରେ ୪୦ଲକ୍ଷ ଚାଷୀ ଉପକୃତ ହେଲେଣି। ମାତ୍ର କେନ୍ଦ୍ରର ଭାଜପା ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରିଛି। କିନ୍ତୁ...

ସାବିତ୍ରୀ ଅମାବାସ୍ୟାରେ ସବୁ ଉଚ୍ଚଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଆସନ୍ତା ୩୦ ତାରିଖରେ ସାବିତ୍ରୀ ଅମାବାସ୍ୟା। ସେଦିନ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟର...

ଜୁଲାଇ ୧୬ ପର୍ଯ୍ୟନ୍ତ ଆଂଶିକ ଲକ୍‌ଡାଉନ୍‌, ଜାଣନ୍ତୁ କ’ଣ ରହିବ ଖୋଲା, କ’ଣ ବନ୍ଦ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଟିକେ ହ୍ରାସ ପାଉଥିବାରୁ ଅନଲକ୍‌ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ରଣନୀତି ଆପଣାଇଥିଲେ। ରାଜ୍ୟର ସମସ୍ତ ଜିଲାକୁ ୨ ଭାଗରେ...

ଶ୍ରୀମନ୍ଦିର ହେବ ଆଲୋକୀକରଣ

ପୁରୀ ଅଫିସ,୧୬।୬: ଶ୍ରୀମନ୍ଦିରକୁ ଆଲୋକୀକରଣ କରାଯିବ। ରଙ୍ଗବେରଙ୍ଗ ଆଲୋକରେ ଶ୍ରୀମନ୍ଦିର ଚୂଡ଼ାରୁ ତଳ ଭାଗ ପର୍ଯ୍ୟନ୍ତ ଝଲସିବ। ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)ର ପାଞ୍ଚଜଣିଆ...

ବୌଦ୍ଧ ବିହାର ରତ୍ନଗିରି ଅସୁରକ୍ଷିତ: ସୁରକ୍ଷା ନାଁରେ କୋଟିକୋଟି ଟଙ୍କା ହରିଲୁଟ୍‌

ବରୀ,୧୨।୯ (ସ୍ବ.ପ୍ର): ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ବିହାର ରତ୍ନଗିରି ପାହାଡ଼ ଅସୁରକ୍ଷିତ ହୋଇପଡ଼ିଛି। ଏହାର ସୁରକ୍ଷା ପାଇଁ ଆସୁଥିବା...

Advertisement
Archives

Model This Week