Posted inରାଜ୍ୟ

ଯାଜପୁରରେ ବଦଳିପାରେ ପୂର୍ବ ଧାରା: ଏକ୍‌ଜିଟ ପୋଲ୍‌କୁ ନେଇ ମିଶ୍ରିତ ପ୍ରତିକ୍ରିୟା

ଯାଜପୁର ଅଫିସ,୨୧।୫: ୨୦୧୯ ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ବିଭିନ୍ନ ଟିଭି ଚ୍ୟାନେଲ ଓ ସର୍ଭେ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍‌ଜିଟ ପୋଲ ସର୍ଭେ ରିପୋର୍ଟ ଜଣାପଡ଼ିବା ପରେ ଯାଜପୁର ଜିଲାରେ ରାଜନୈତିକ ଚର୍ଚ୍ଚା ସରଗରମ ହୋଇଉଠିଛି। ବିଶେଷକରି ଓଡିଶା ସପକ୍ଷରେ ଜନମତକୁ ନେଇ ହୋଇଥିବା ପୂର୍ବାନୁମାନ ଉପରେ ବିଭିନ୍ନ ମତପ୍ରକାଶ ପାଇଛି। ଏକ୍‌ଜିଟ ପୋଲ ଆକଳନକୁ ଅନେକ ସମର୍ଥନ କରିଥିବାବେଳେ କେତେକ ନାପସନ୍ଦ ମଧ୍ୟ କରିଛନ୍ତି ା ୨ଦିନ ପରେ ସାଧାରଣ ନିର୍ବାଚନର ଫଳାଫଳ ଜଣାପଡ଼ିବ। ତେଣୁ ହାରଜିତକୁ ନେଇ ହାଇପ୍ରୋଫାଇଲ ପ୍ରାର୍ଥୀଙ୍କ ମଧ୍ୟରେ ଆଶାଆଶଙ୍କା ବଢିଯାଇଛି। ଯାଜପୁର ଜିଲାର ୧ ଲୋକ ସଭା ଓ ୭ ବିଧାନସଭା ଆସନ ପାଇଁ ୬୧ ଜଣ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ମୁଖ୍ୟତଃ ବିଜେଡି, କଂଗ୍ରେସ ଓ ଭାଜପା ନେତା, କର୍ମୀ ଓ ପ୍ରାର୍ଥୀଙ୍କ ଅଙ୍କକଷା ଚାଲିଛି। ଫଳାଫଳକୁ ନେଇ ଗ୍ରାମାଞ୍ଚଳରୁ ସହରାଞ୍ଚଳ ଏବଂ ଚା’ ପାନ ଦୋକାନରୁ ହୋଟେଲ, କ୍ଲବରୁ ଖଟି, ସରକାରୀ କାର୍ଯ୍ୟାଳୟରୁ ବାର ଆସୋସିଏଶନ ସବୁଠି କେବଳ ହାରଜିତ ନେଇ ଚର୍ଚ୍ଚା ଜୋର ଧରିଛି । ଜିଲାରେ କେଉଁ ଦଳ କେତେ ଆସନ ପାଇବ, କିଏ ଜିତିବ ଓ କିଏ ହାରିବ ଏବଂ ରାଜ୍ୟରେ ପରବର୍ତ୍ତୀ ସରକାର କେଉଁ ଦଳ କରିବ ଏଭଳି ଅନେକ ଆଲୋଚନା ଚାଲିଛି। ତେବେ ଏକଜିଟ ପୋଲ ଆକଳନ ପ୍ରକାଶ ପାଇବା ପରେ ଭାଜପା କର୍ମୀମାନେ ଅଧିକ ଉସତ୍ାହିତ ହୋଇ ପଡିଛନ୍ତି। ତେବେ ରାଜ୍ୟରେ ପୁଣି ବିଜେଡି କ୍ଷମତାକୁ ଫେରିବା ରିପୋର୍ଟକୁ ଭାଜପା କର୍ମୀମାନେ ମାନିବାକୁ ନାରାଜ। ଭାଜପା ପକ୍ଷରୁ ଦାବି ହେଉଛି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର ଗଠନ କରିବ। କିନ୍ତୁ ବିଜେଡି କର୍ମୀଙ୍କ କହିବା କଥା ରାଜ୍ୟରେ ପୁଣି ଥରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବେ। ଇଣ୍ଡିଆ ଟୁଡେ କରିଥିବା ସର୍ଭେ ଅନୁଯାୟୀ ଭାଜପା ୧୫ ରୁ ୧୯ ଆସନ ଜିତିବାର ସମ୍ଭାବନାକୁ ବିଜେଡି କର୍ମୀମାନେ ହାସ୍ୟାସ୍ପଦ ବୋଲି କହିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଲୋକସଭା ଆସନ ଭାଜପା ପୂର୍ବାପେକ୍ଷା ଅଧିକ ପାଇପାରେ ା କିନ୍ତୁ ବିଜେଡି ଆଗରେ ରହିବ ା ତେବେ ଯାଜପୁର ଜିଲା ରାଜନୀତିକୁ ନେଇ କେହି ବି ସ୍ପଷ୍ଟ ଆକଳନ କରି ପାରି ନାହାନ୍ତି ା ଲୋକସଭା ଆସନ ଭାଜପା କିମ୍ବା ଓ ବିଜେଡି ହାତକୁ ଯିବ ସେ ନେଇ ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଇଛି ା ତେବେ ୭ଟି ବିଧାନସଭା ଆସନକୁ ନେଇ ୩ଟି ଲେଖାଏ ବିଜେଡି ଓ ଭାଜପା ଭାଗ କରୁଥିବାବେଳେ ଗୋଟିଏ ଆସନ କଂଗ୍ରେସ ହାତକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ବିଶେଷକରି ଯାଜପୁର ଆସନ ଫଳାଫଳକୁ ନେଇ ସମସ୍ତେ ଅପେକ୍ଷାରେ ରହିଛନ୍ତି। ଏଠାରୁ ପ୍ରଣବପ୍ରକାଶ ଦାସ(ବବି) ଲଗାତାର ୩ ଥର ନିର୍ବାଚିତ ହେବେ ନା ଭାଜପାର ଗୌତମ ରାୟ ତାଙ୍କୁ ମାତ୍‌ ଦେଇ ପ୍ରଥମ ଥରପାଇଁଁ ବିଜୟୀ ହେବେ ସେ ନେଇ ମଧ୍ୟ ଆଲୋଚନା ଥମୁନାହିଁ। ତେବେ ଏଥର ଓଲଟପାଲଟ ସମୀକରଣ ଥିବାରୁ ଭାଜପାର ଅଧିକ ଜିତିବା ସମ୍ଭାବନା ରହିଛି ବୋଲି ଯାଜପୁର ବିଧାନସଭା କ୍ଷେତ୍ରର ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟ ବଜେଟ: ଓଡ଼ିଶାର ମୁଣ୍ଡ ପିଛା ଆୟ ୯.୨% ବୃଦ୍ଧି

ଭୁବନେଶ୍ୱର,୨୦ା୨(ରବିନାରାୟଣ ଜେନା): ଓଡ଼ିଶାର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହେଉଛି। ଏଥିଯୋଗୁ ୨୦୨୫-୨୬ (ଅଗ୍ରୀମ ଆକଳନ)ରେ ଓଡ଼ିଶାର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୭୬୧ ଟଙ୍କାରେ…

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri