Posted inଖେଳ

ମ୍ୟାଚ୍‌ ଫିକ୍ସିଂ ମାମଲା: ବୁକି ସଞ୍ଜୀବ ଚାଓ୍ବଲାଙ୍କୁ ଜାମିନ ମିଳିଲା

ନୂଆଦିଲ୍ଲୀ,୨।୫ (ପି.ଟି.): ଦକ୍ଷିଣ ଆଫ୍ରିକା ପୂର୍ବତନ ଅଧିନାୟକ ହାନ୍ସି କ୍ରୋନିଏ ସାମିଲ ଥିବା ବହୁ ଚର୍ଚ୍ଚିତ ମ୍ୟାଚ୍‌ ଫିକ୍ସିଂ ମାମଲାରେ ବୁକି ସଞ୍ଜୀବ ଚାଓ୍ବଲାଙ୍କୁ ଜାମିନ ମିଳିଛି। ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛି। ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ସ୍ବତନ୍ତ୍ର ବିଚାରପତି ଆଶୁତୋଷ କୁମାର ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଅଭିଯୁକ୍ତ ସଞ୍ଜୀବ ଗତ ୭୬ ଦିନ ହେବ ପୋଲିସ ହେପାଜତ୍‌ରେ ଥିଲେ। ଏ ନେଇ ତଦନ୍ତ ଶେଷ ହୋଇଥିବାରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି ବୋଲି ବିଚାରପତି କହିଛନ୍ତି। ତେବେ ଏହି ମାମଲାରେ ତଦନ୍ତକାରୀ ଅଧିକାରୀଙ୍କୁ ସ୍ବର ଓ ହାତଲେଖା ନମୁନା ପ୍ରଦାନରେ ସହଯୋଗ କରିବାକୁ କୋର୍ଟ ଚାଓ୍ବାଲଙ୍କୁ ନିର୍ଦ୍ଦେଶ ଦେଇଛି।
ଉଲ୍ଲେଖଥାଉ କି, ୫ଟି ମ୍ୟାଚ୍‌ରେ ଫିକ୍ସିଂ କରାଯାଇଥିବା ମାମଲାରେ ଚାଓ୍ବଲାଙ୍କୁ ଲଣ୍ଡନରୁ ପ୍ରତ୍ୟାର୍ପଣ କରାଯାଇ ଭାରତକୁ ଅଣାଯାଇଥିଲା। ୨୦୦୨ରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କ୍ରୋନିଏ ଏହି ମାମଲାରେ ସମ୍ପୃକ୍ତ ଥିଲେ ବୋଲି ପୋଲିସ ନ୍ୟାୟାଳୟଙ୍କୁ ଅବଗତ କରାଇଛି। ୨୦୦୦ ଫେବୃୟାରୀ- ମାର୍ଚ୍ଚରେ ଭାରତ ଗସ୍ତରେ ଦକ୍ଷିଣ ଆଫ୍ରିକା ଆସିଥିଲା। ଚାଓ୍ବଲା ଓ କ୍ରୋନିଏ ମିଳିତ ଭାବେ ମ୍ୟାଚ୍‌ ଫିକ୍ସିଂ କରିବାକୁ ଷଡଯନ୍ତ୍ର କରିଥିଲେ। ଦିଲ୍ଲୀ ଜନ୍ମିତ ବ୍ୟବସାୟୀ ଚାଓ୍ବଲା ବିଜନେସ ଭିଜା ମାଧ୍ୟମରେ ୧୯୯୬ରେ ଇଂଲଣ୍ଡ ଗସ୍ତକରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri