Posted inଜାତୀୟ

ମୋବାଇଲ୍‌ ଫ୍ଲାଶ୍‌ ଲାଇଟ୍‌ରେ ଅପରେଶନ୍‌ କଲେ ଡାକ୍ତର; ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଲକ୍ଷ୍ନୌ,୧।୯: ଡାକ୍ତର ଲୋକଙ୍କୁ ବିଭିନ୍ନ ରୋଗ ସମସ୍ୟାରୁ ମୁକ୍ତ କରିଥାନ୍ତି। ତେଣୁ ଡାକ୍ତରଙ୍କୁ କେତେକ ଭଗବାନ ବୋଲି କହିଥାନ୍ତି। ଜଣେ ଡାକ୍ତର ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରୟାସ କରିଥାନ୍ତି। ଏହାର ସଦ୍ୟତମ ଉଦାହରଣ ଉତ୍ତରପ୍ରଦେଶ ଶିକୋହାବାଦ୍‌ରେ ଦେଖିବାକୁ ମିଳିଛି। ଏଠାରେ କେତେକ ଡାକ୍ତର ବିଦ୍ୟୁତ୍‌ ଆଲୁଅ ନ ଥିବାରୁ ନିଜ ମୋବାଇଲ୍‌ ଫ୍ଲାଶ୍‌ ଲାଇଟରେ ରୋଗୀଙ୍କ ଅପରେଶନ୍‌ କରିଛନ୍ତି। ସ୍ଥାନୀୟ ସରକାରୀ ହସ୍ପିଟାଲରେ ଦୁର୍ଘଟଣାରେ ଖଣ୍ଡିଆ ଖାବରା ହୋଇ ଜଣେ ବ୍ୟକ୍ତି ପହଞ୍ଚିଥିଲେ। ତେବେ ହସ୍ପିଟାଲରେ ସେତେବେଳେ ଲାଇନ୍‌ କଟିଯାଇଥିଲା। ମାତ୍ର ରୋଗୀଙ୍କ ଖଣ୍ଡିଆରେ ଷ୍ଟିଚ୍‌ ପକାଇବା ଆବଶ୍ୟକ ଥିଲା। ଡାକ୍ତରମାନେ ମିଳିମିଶି ମୋବାଇଲ୍‌ ଫ୍ଲାଶ୍‌ ଲାଇଟ୍‌ରେ ଷ୍ଟିଚ୍‌ ପକାଇବାକୁ ସ୍ଥିର କରିଥିଲେ। ଶେଷରେ ଏପରି କରାଯାଇଥିଲା। ସୋସିଆଲ ମିଡ଼ିଆରେ ଏବେ ଏହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଡାକ୍ତରଙ୍କୁ ସଭିଏଁ ପ୍ରଶଂସା କରି କମେଣ୍ଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନାଗଡ଼ରେ ଏନଫୋର୍ସ ଟିମର ଖାଦ୍ୟ ସାମଗ୍ରୀ ଯାଞ୍ଚ

ଜୁନାଗଡ଼,୧୮।୪(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଶନିବାର ଏନଫୋର୍ସ ଟିମ ପକ୍ଷରୁଖାଦ୍ୟ ସାମଗ୍ରୀ ଯାଞ୍ଚ କରାଯାଇଛି। ଏହି ଟିମରେ ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ,ଜୁନାଗଡ଼…

ସିବିଏସ୍‌ଇ ଦଶମ ପରୀକ୍ଷା: ପ୍ରଗତି କନ୍‌ସେପ୍ଟ ସ୍କୁଲ ଛାତ୍ରୀଛାତ୍ରଙ୍କ ସଫଳତା

ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ)-ସିବିଏସ୍‌ଇ ଦଶମ ପରୀକ୍ଷାରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ପ୍ରଗତି କନ୍‌ସେପ୍ଟ ସ୍କୁଲର ଛାତ୍ରୀଛାତ୍ର ସଫଳତା ପାଇଛନ୍ତି। ଛାତ୍ର ବବୁଲ କୁମାର ମେହେର ୯୭.୬୦%…

ନୂଆପଡ଼ାରେ ତିନିଦିନ ସ୍କୁଲ ବନ୍ଦ

ନୂଆପଡ଼ା,୧୮ା୪ (ମକାରୁ ବେମାଲ): ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲା ପ୍ରଶାସନ ସମସ୍ତ ସ୍କୁଲକୁ ତିନିଦିନ ପାଇଁ ବନ୍ଦ ଘୋଷଣା କରିଛି।…

ହର୍ମୁଜରେ ଭାରତୀୟ ଜହାଜ ଉପରେ ଗୁଳିମାଡ଼ କଲା ଇରାନ! ସମୁଦ୍ର ମଝିରେ ମୁହାଁମୁହିଁ ହୋଇଗଲେ…

ନୂଆଦିଲ୍ଲୀ,୧୮।୪: ବିଶ୍ୱ ଶକ୍ତି ଯୋଗାଣ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଧମନୀ ମଧ୍ୟରୁ ଗୋଟିଏ ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଇରାନୀ…

ଭାରତ ଆଡେ ମୁହାଁଉଥିବା ତେଲ ଟ୍ୟାଙ୍କର ହର୍ମୁଜରେ ନେଲା ୟୁ ଟର୍ନ, ହଠାତ୍‌ ମଝି ସମୁଦ୍ରରେ ଘେରିଗଲେ…

ନୂଆଦିଲ୍ଲୀ,୧୮।୪: ଇରାନର ଦାବି ସତ୍ତ୍ୱେ ଯେ ସେ ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବରେ ଖୋଲି ଦେଇଛି, ପରିସ୍ଥିତି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୱାଭାବିକ ହୋଇନାହିଁ। ବ୍ଲୁମବର୍ଗର ଏକ ରିପୋର୍ଟ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବାବେଳେ ୨ ଜଣଙ୍କୁ ଆକ୍ରମଣ କଲା ବାର୍‌ହା

ଦେବଗଡ଼,୧୮ା୪(ଶଶାଙ୍କ ଶେଖର ଝାଙ୍କର): ବାର୍‌ହା ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି। ଦେବଗଡ଼ ଜିଲା ରିଆମାଳ ବ୍ଲକ ଜୟନ୍ତପାଲି ଗ୍ରାମର ଟୁନି ଭୋଇ ଓ ମଦନ ମୋହନ…

ପାକିସ୍ତାନ ଆତଙ୍କୀ ଲିଙ୍କ: ଇମ୍ରାନଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ, ଦେଶ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର

ଭୁବନେଶ୍ୱର,୧୮।୪: ଶେଖ୍‌ ଇମ୍ରାନଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଦ୍ବାରା ଆତଙ୍କବାଦୀ ମଡ୍ୟୁଲ ପର୍ଦ୍ଦାଫାସ କରାଯାଇଛି। ଇମ୍ରାନଙ୍କ ସହ ଅନ୍ୟ ୩…

୨ ଯୁବତୀଙ୍କ ସହ ବାଇକ୍‌ରେ ଯାଉଥିଲେ ଯୁବକ, ସାମ୍ନାପଟୁ ଧକ୍କାଦେଲା ହାଇଓ୍ବା, ଆଉ ତା’ ପରେ…

ଥୁଆମୂଳ ରାମପୁର,୧୮ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଶ୍ରୀମସ୍କା ଛକଠାରେ ଶନିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଗ୍ରାମ ଭିତରୁ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri