Posted inଜାତୀୟ

ମୋଟରଯାନ ବିଲ୍‌ ରାଜ୍ୟ ସଭାରେ ଗୃହୀତ: ତ୍ରୁଟି ସଂଶୋଧନ ପାଇଁ ଲୋକ ସଭାକୁ ପୁଣି ଯିବ: ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଧାର ଜରୁରୀ

ନୂଆଦିଲ୍ଲୀ,୧ା୮(ପି.ଟି.): ସଡ଼କ ନିରାପତ୍ତା ବୃଦ୍ଧି ଲାଗି ଅଣାଯାଇଥିବା ମୋଟରଯାନ (ସଂଶୋଧନ) ବିଲ୍‌ ବୁଧବାର ରାଜ୍ୟ ସଭାରେ ଗୃହୀତ ହୋଇଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଏଥିରେ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ଟ୍ରାଫିକ୍‌ ନିୟମର ଉଲ୍ଲଂଘନ ପାଇଁ ଦଣ୍ଡବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଦୁର୍ଘଟଣାରେ ମୃତ୍ୟୁ ହେଲେ ୫ ଲକ୍ଷ ଏବଂ ଗୁରୁତର ଆହତ ହେଲେ ୨.୫ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ। ଗତ ୨୩ ତାରିଖରେ ଏହି ବିଲ୍‌ ଲୋକ ସଭାରେ ଗୃହୀତ ହୋଇଥିଲା। ତେବେ ଏଥିରେ ଟାଇପ୍‌ଗତ ଭୁଲ୍‌ ଥିବାରୁ ଏହାକୁ ପୁଣି ଥରେ ଲୋକ ସଭାକୁ ପଠାଯିବ।
ସଭାରେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ୩ଟି ସଂଶୋଧନ ସହ ଆଣିଥିବା ଏହି ବିଲ୍‌ ସପକ୍ଷରେ ୧୦୮ ଭୋଟ ପଡିଥିବାବେଳେ ବିପକ୍ଷରେ ୧୩ଟି ଭୋଟ ଯାଇଥିଲା। ଷୋଡ଼ଶ ଲୋକ ସଭାରେ ବିଲ୍‌ ଗୃହୀତ ହୋଇଥିଲେ ହେଁ ରାଜ୍ୟ ସଭାରେ ପାରିତ ହୋଇ ନ ପାରିବାରୁ ତାହା ରଦ୍ଦ ହୋଇଯାଇଥିଲା। ବୁଧବାର ଏହା ଉପରେ ଆଲୋଚନା କରି ଗଡ଼କରୀ କହିଥିଲେ, କେନ୍ଦ୍ର ସରକାର ରାଜ୍ୟଗୁଡିକର କୌଣସି ଅଧିକାର ଉପରେ ହସ୍ତକ୍ଷେପ କରିବେ ନାହିଁ। ଅଫିସର ନିଯୁକ୍ତିଠାରୁ ଆରମ୍ଭ କରି ଯାନ ପଞ୍ଜୀକରଣ ଦେୟ ଏବଂ ପର୍‌ମିଟ ଦେୟ ଧାର୍ଯ୍ୟ କରିବା ଅଧିକାର ରାଜ୍ୟର ରହିବ। ରାଜ୍ୟ ରାଜସ୍ବରୁ ଗୋଟିଏ ହେଲେ ଟଙ୍କା କେନ୍ଦ୍ର ସରକାର ନେବେନାହିଁ ବୋଲି ଗଡ଼କରୀ ସ୍ପଷ୍ଟ କରିଦେଇଥିଲେ।
ଦେଶରେ ୨୨ରୁ ୨୫ ଲକ୍ଷ ଡ୍ରାଇଭର ଅଭାବ ରହିଛି। ଏହାର ପୂରଣ ଲାଗି ସରକାର ତାଲିମ କେନ୍ଦ୍ର ଖୋଲିବାକୁ ଯୋଜନା କରୁଛନ୍ତି। ପ୍ରତି ତାଲିମ କେନ୍ଦ୍ର ପାଇଁ ସରକାର ୧ କୋଟି ଟଙ୍କା ଲେଖାଏ ସବ୍‌ସିଡି ଯୋଗାଇଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଗଡ଼କରୀ କହିଥିଲେ। ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ବ୍ୟବସ୍ଥା କମ୍ପ୍ୟୁଟରୀକରଣ ହେବ। ଯେକେହି, ସେ ମନ୍ତ୍ରୀ ହୁଅନ୍ତୁ କି ଏମ୍‌ପି, ଅନ୍‌ଲାଇନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଲାଇସେନ୍ସ ପାଇବେ। ରାଜ୍ୟ ପରିବହନ ନିଗମଗୁଡିକର ବସ୍‌ ଚଳାଚଳରେ କେନ୍ଦ୍ର ହସ୍ତକ୍ଷେପ କରିବେ ନାହିଁ। ଅଧିକାଂଶ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ପରିବହନ ବ୍ୟବସ୍ଥା କ୍ଷତିରେ ଚାଲୁଥିବାବେଳେ ଏଥିରେ ବିଦେଶୀ ପୁଞ୍ଜିନିବେଶ ପାଇଁ କେନ୍ଦ୍ର ଉଦ୍ୟମ କରୁଛି। ଏହା କେବଳ ମୋଟରଯାନ ଆଇନ ନୁହେଁ ସଡକ ସୁରକ୍ଷା ବିଲ୍‌। ଏହା କାର୍ଯ୍ୟକାରୀ ହେଲେ ଦୁର୍ଘଟଣା ହ୍ରାସ ପାଇବ ବୋଲି ପରିବହନ ମନ୍ତ୍ରୀ କହିଥିଲେ। ରାଜ୍ୟଗୁଡିକ ସହ ପରାମର୍ଶ କରି ଏକ ଜାତୀୟ ପରିବହନ ନୀତି ପ୍ରଣୟନ ଲାଗି ବିଲ୍‌ରେ ପ୍ରସ୍ତାବ ରହିଛି। ନୂଆ ଗାଡି ଡିଲରଙ୍କ ପାଖରେ ପଞ୍ଜୀକୃତ ହେବ ଏବଂ ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ପାଖକୁ ଗ୍ରାହକଙ୍କୁ ଦୌଡ଼ିବାକୁ ପଡିବ ନାହିଁ।
ବ୍ୟବସ୍ଥା ଅନୁଯାୟୀ ଜରୁରିକାଳୀନ ଯାନକୁ ବାଟ ନ ଛାଡିଲେ ୧୦ ହଜାର ଏବଂ ଅଯୋଗ୍ୟ ଘୋଷିତ ହେବା ସତ୍ତ୍ୱେ ଗାଡି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଡ୍ରାଇଭିଂ ଲାଇସେନ୍ସ ଉଲ୍ଲଂଘନ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ବିଲ୍‌ରେ ରହିଥିବାବେଳେ ଅଧିକ ବେଗରେ ଚଳାଚଳ ପାଇଁ ୧୦୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ସେହିପରି ବିନା ବୀମାରେ ଗାଡ଼ି ଚଳାଇଲେ ୨୦୦୦ ଟଙ୍କା ଓ ବିନା ହେଲ୍‌ମେଟରେ ଗାଡ଼ି ଚଳାଇଲେ ୧୦୦୦ ଟଙ୍କା ଜରିମାନା ସହ ଲାଇସେନ୍ସକୁ ୩ ମାସ ପାଇଁ ନିଲମ୍ବିତ ରଖାଯିବ। ନାବାଳକ ସଡ଼କ ନିୟମ ଉଲ୍ଲଂଘନ କଲେ ଏଥିପାଇଁ ଅଭିଭାବକ କିମ୍ବା ଗାଡ଼ି ମାଲିକଙ୍କୁ ଦାୟୀ କରାଯିବ ଏବଂ ଯାନର ପଞ୍ଜୀକରଣ ରଦ୍ଦ ହେବ। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ପୂର୍ବରୁ ୧୦୦ ଟଙ୍କା ଜରିମାନା ଥିବାବେଳେ ତାହାକୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶର ଅବମାନନା କଲେ ୨୦୦୦ ଟଙ୍କା ଜରିମାନା ଦେବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri