ମୁଦ୍ରାଲୋନ୍‌ ଆକାଉଣ୍ଟରେ ୨୩୧୩ ଠକେଇ

ନୂଆଦିଲ୍ଲୀ, ୨-୭ – ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ଓ୍ବାଇ) ଆକାଉଣ୍ଟରେ ୨୩୧୩ ଠକେଇ ସାମ୍ନାକୁ ଆସିଛି। ୨୦୧୬-୧୭ ଆର୍ଥିକ ବର୍ଷ ପରଠାରୁ ଏହି ମାମଲାଗୁଡିକ ସାମ୍ନାକୁ ଆସିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକସଭାକୁ ଏକ ଲିଖିତ ଉତ୍ତରରେ ସୋମବାର ସୂଚନା ଦେଇଛନ୍ତି। ମୁଦ୍ରା ଋଣ ଯୋଜନା ଆରମ୍ଭ ହେବା ପରଠାରୁ ଚଳିତ ବର୍ଷ ଜୁନ ୨୧ ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକ ୧୯ କୋଟିରୁ ଉର୍ଦ୍ଧ୍ୱ ଋଣ ମଞ୍ଜୁର କରିଛନ୍ତି। ଏହି ମାମଲାଗୁଡିକରେ ତଦନ୍ତ ଆରମ୍ଭ କରାଯାଇଥିବା ସେ କହିଛନ୍ତି। ମାମଲାଗୁଡିକରେ ବ୍ୟାଙ୍କର ୧୦୩ କର୍ମଚାରୀ ଜଡ଼ିତ ଅଛନ୍ତି। ଏମାନଙ୍କ ମଧ୍ୟରୁ ୬୮ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ତାମିଲନାଡୁରେ ସର୍ବାଧିକ ୩୪୪ ଠକେଇ ମାମଲା ସାମ୍ନାକୁ ଆସିଛି। ଦ୍ୱିତୀୟ ସ୍ଥାନରେ ଛତିଶଗଡ ରହିଛି। ଏଠାରେ ୨୭୫ ଠକେଇ ହୋଇଥିବା ବେଳେ ତୃତୀୟ ସ୍ଥାନରେ ଥିବା ଆନ୍ଧ୍ରପ୍ରଦେଶରେ ୨୪୧ ମାମଲା ଆସିଛି।
ସେହିଭଳି ଏକ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ପ୍ରଦାନ କରିଥିବା ମୋଟ ଋଣ ମଧ୍ୟରୁ ୨୦୧୭-୧୮ରେ ୨.୫୨% ଏନ୍‌ପିଏ ଥିବା ବେଳେ ଏହା ୨୦୧୮-୧୯ରେ ୨.୬୮% ରହିଛି। ସୂଚନା ମୁତାବକ ମୁଦ୍ରା ଋଣର ଶିଶୁ ଶୃଙ୍ଖଳାରେ ଏନ୍‌ପିଏ ହ୍ରାସ ଘଟୁଛି। ଏହା ୨୦୧୬-୧୭ରେ ୪.୧୪% ରହିଥିଲା ବେଳେ ୨୦୧୭-୧୮ରେ ୧.୯୩% ଏବଂ ୨୦୧୮-୧୯ରେ ୧.୨୯%କୁ ଖସିଛି। ପ୍ରଦାନ କରାଯାଇଥିବା ଋଣର ଅସୁଲ ଲାଗି ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କର ନିୟମକୁ ପାଳନ କରୁଥିମା ସୀତାରାମନ କହିଛନ୍ତି। ମୁଦ୍ରା ଋଣ ଯୋଜନାରେ ବର୍ତ୍ତମାନ ଶିଶୁ, କିଶୋର ଏବଂ ତରୁଣ ବର୍ଗରେ ଋଣ ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିକ୍ ଗାଡ଼ିରେ ନିଆଁ ଲାଗିଲେ ମିଳିବ କି ଇନ୍ସୁରାନ୍ସ ଟଙ୍କା? ଜାଣନ୍ତୁ ବୀମା କମ୍ପାନୀର ନିୟମ

ନୂଆଦିଲ୍ଲୀ, ୧୬।୭: ନୋଏଡାର ସେକ୍ଟର ୬୬ ସ୍ଥିତ ଏକ ବିଲ୍ଡିଂର ପାର୍କିଂରେ ଛିଡ଼ା ହୋଇଥିବା ଇଲେକ୍ଟ୍ରିକ୍ ବାଇକ୍‌ରେ ସ୍ପାର୍କିଂ ହୋଇ ପ୍ରଚଣ୍ଡ ନିଆଁ ଲାଗିଯାଇଥିଲା। ଏହି ଦୁଃଖଦ…

ତେଲ ବଜାରରେ ହଲଚଲ: ପେଟ୍ରୋଲରେ ଆଶ୍ୱସ୍ତି, ଡିଜେଲ ଦେଲା ଝଟ୍‌କା, ଲାଗୁ ହେଲା ନୂଆ ଦର

ନୂଆଦିଲ୍ଲୀ,୧୬।୭: ମିଡିଲ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ସାମରିକ ତିକ୍ତତା ମଧ୍ୟରେ ଅନ୍ତର୍ଜାତୀୟ ତେଲ ବଜାରରେ ବଡ଼ ଧରଣର ଅସ୍ଥିରତା…

8th Pay Commission: ଚମକିବ ସରକାରୀ କର୍ମଚାରୀଙ୍କ ଭାଗ୍ୟ, ଆଶାଠାରୁ ଅଧିକ ମିଳିବ…

ନୂଆଦିଲ୍ଲୀ,୧୫।୭: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱାସନାଜନକ ଖବର ସାମ୍ନାକୁ ଆସିଛି। ଆଗାମୀ ଦିନରେ କର୍ମଚାରୀଙ୍କ ହାଉସ ରେଣ୍ଟ…

ଅଧିକ ବ୍ୟାଙ୍କ ଆକାଉଣ୍ଟ ରଖୁଛନ୍ତି କି? ସାବଧାନ! ଆପଣଙ୍କ ପକେଟ୍‌ ଉପରେ ପଡ଼ିପାରେ ଭାରି…

ନୂଆଦିଲ୍ଲୀ, ୧୫।୭: ଆଜିର ଡିଜିଟାଲ ଯୁଗରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଅତ୍ୟନ୍ତ ସହଜ ହୋଇଯାଇଛି। ବ୍ୟାଙ୍କକୁ ନଯାଇ ଘରେ ବସି ମୋବାଇଲ୍ ସାହାଯ୍ୟରେ ମିନିଟ୍‌କ ମଧ୍ୟରେ ନୂଆ…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri