ମୁଣ୍ଡ ଉପରେ ଝୁଲୁଛି ବିଦ୍ୟୁତ୍‌ ତାର

ଅନୁଗୋଳ ଅଫିସ, ୨୫।୮ – ଅନୁଗୋଳ ଜିଲା ବଅଁରପାଳ ଥାନା ତଳମୂଳ ପଞ୍ଚାୟତର ଶିମିଳିଛୁଇଁ ଗ୍ରାମରେ ମୁଣ୍ଡ ଉପରେ ଝୁଲି ରହିଛି ବିଦ୍ୟୁତ୍‌ ତାର। ଏ ନେଇ ବାରମ୍ବାର ସେସୁ ଅଫିସ୍‌ରେ ଅଭିଯୋଗ ପରେ ବି କେହି କର୍ଣ୍ଣପାତ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ କହିବା ମୁତାବକ, ଭୂଇଁଠାରୁ ୬ ଫୁଟ ଉଚ୍ଚରେ ବିଦ୍ୟୁତ୍‌ ତାର ଝୁଲୁଛି। ଖୁଣ୍ଟ ମଧ୍ୟରେ ବ୍ୟବଧାନ ଅଧିକ ରଖାଯାଇଥିବାରୁ ତାର ତଳକୁ ଓହଳି ପଡୁଛି। ଏଥିଯୋଗୁ ଯେ କୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଆଶଙ୍କାରେ ଲୋକେ ଭୟଭୀତ ରହୁଛନ୍ତି। କେତେକ ସ୍ଥାନରେ ବାଉଁଶ, ଶୁଖିଲା ଡାଳ ଆଦି ଦିଆଯାଇ ତାରକୁ ଉଠାଯାଇଛି। ଏ ନେଇ ସେସୁ କର୍ମଚାରୀଙ୍କୁ ବାରମ୍ବାର ଅବଗତ କରାଇବା ସତ୍ତ୍ୱେ କେହି ଦୃଷ୍ଟି ଦେଉନାହାନ୍ତି। ଏପରି କି ପବନ ବୋହିଲେ ଶର୍ଟସର୍କିଟ ହୋଇ ଗ୍ରାମରେ ଥିବା ଘରଗୁଡ଼ିକରେ ନିଅଁ। ଲାଗିବାର ମଧ୍ୟ ଆଶଙ୍କା ରହିଛି। ଉକ୍ତ ରାସ୍ତା ଦେଇ କୌଣସି ଯାନବାହାନ ମଧ୍ୟ ଭୟରେ ଯାତାୟାତ କରିପାରୁନାହିଁ। ଏହା ଅନୁଗୋଳ ଓ ହିନ୍ଦୋଳର ମୁଖ୍ୟ ରାସ୍ତା ହୋଇଥିବାରୁ ଲୋକେ ସମସ୍ୟାରେ ପଡ଼ୁଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ପୂର୍ବରୁ ଗ୍ରାମରେ ଥିବା ବିଜୁଳି ଖୁଣ୍ଟିରେ କେବୁଲ ତାର ଟଣା ଯାଇଥିଲେ ମଧ୍ୟ ଏଥିରେ ବିଜୁଳି ସଂଯୋଗ ଦିଆଯାଉ ନାହିଁ। ଏହାଦ୍ୱାରା ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି। ଏ ନେଇ ତାଳଚେର ଡିଭିଜନ୍‌ ଏକଜିକ୍ୟୁଟିଭ ଇଞ୍ଜିନିୟର ନିହାର ରଞ୍ଜନ ପାଣିଗ୍ରାହୀ କହିଛନ୍ତି, ଉକ୍ତ ଗ୍ରାମରେ ଏହା କାହିଁକି ହୋଇନାହିଁ ତାହାର ତଦାରଖ କରାଯିବ। ତେବେ ଏଲଟି ଲାଇନ୍‌ ହୋଇଥିବାରୁ ଏନ୍‌ଜେଏନ୍‌ ଅଧିକାରୀଙ୍କୁ ଅବଗତ କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

ଭାରତର ବଢିଲା ଟେନ୍‌ସନ: ଯେଉଁଠୁ ଆସେ ଗ୍ୟାସ୍‌, ସେଠି ଘଟିଲା…

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଶତ୍ରୁତାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା…

ଶେଷରେ ନରମ ପଡ଼ିଲେ ଟ୍ରମ୍ପ: କହିଲେ, ମୁଁ ଆଉ ଚାହୁଁନାହିଁ…

ଓ୍ବାଶିଂଟନ୍‌,୧୯।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟେନ୍‌ସନ୍‌ରେ ଅଛନ୍ତି। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ କତାରର ତରଳ ପ୍ରାକୃତିକ ଗ୍ୟାସ…

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri