ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ନବୀନ

ପୁରୀ ଅଫିସ,୨୮।୫: ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଅପରାହ୍ନ ସାଢ଼େ ୫ଟାରେ ନବୀନ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ। ଏହାପରେ କଡ଼ା ସୁରକ୍ଷା ମଧ୍ୟରେ ସେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ତାଙ୍କ ସହ ଜିଲାର ନବ ନିର୍ବାଚିତ ବିଜେଡି ବିଧାୟକମାନେ ସାମିଲ ଥିଲେ।

ପ୍ରକାଶଯୋଗ୍ୟ, ବୁଧବାର ପଞ୍ଚମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ଶପଥ ଗ୍ରହଣ କରିବେ। ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ଲାଗି ବ୍ୟାପକ ପ୍ରସ୍ତୁତି କରାଯାଉଛି। ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳ, ଶିକ୍ଷକ ସଂଗଠନ, ମହିଳା ସ୍ବୟଂସହାୟକ ସଂସ୍ଥା, କୃଷକ ସଂଗଠନଗୁଡ଼ିକୁ ଯୋଗଦେବା ଲାଗି ନିମନ୍ତ୍ରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ମାସକରେ ୧୨ ଜିଲାରେ ୧୩୮ ସଂକ୍ରମିତ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହାକୁ ରୋକିବା ସରକାରଙ୍କ ପକ୍ଷେ ବେଳକୁ ବେଳ ମୁସ୍କିଲ ହୋଇପଡୁଛି। ସରକାର...

ମାଲକାନଗିରି ପରେ ଏବେ ଏସ୍‌ସିବି: ଟିକ୍‌ଟକ୍‌ରେ ମାତିଛନ୍ତି ଆଟେଣ୍ଡାଣ୍ଟ, ଭିଡିଓ ଭାଇରାଲ

କଟକ ଅଫିସ, ୨୮।୬: ମାଲକାନଗିରି ପରେ କଟକ ଏସ୍‌ସିବି ମେଡିକାଲରେ ସମାନ ଅବସ୍ଥା। ପୂର୍ବରୁ ଅସହାୟ ରୋଗୀମାନେ ବିିଭିନ୍ନ ସମୟରେ ଚିକିତ୍ସା ନ ପାଇଁ ମୃତ୍ୟୁବରଣ...

ବୈରୀ ଷ୍ଟେଶନ୍‌ରେ ରହିଲା କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର

ଛତିଆ,୧।୨(ଡି.ଏନ୍‌.ଏ.): ବୈରୀ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ସଫଳ ହୋଇଛି। ଶୁକ୍ରବାରଠାରୁ ବୈରୀ ଷ୍ଟେଶନରେ କେନ୍ଦୁଝର, ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌ ରହଣୀ ହୋଇଛି। ଉଭୟ ପଟୁ...

୩ ଫେରାର ଅଭିଯୁକ୍ତ ଏବେ ୱାଣ୍ଟେଡ୍‌

ଭୁବନେଶ୍ୱର,୩୦।୧୧(ବ୍ୟୁରୋ):  ରାଜ୍ୟରେ ବିଭିନ୍ନ ଠକେଇ ମାମଲାରେ ସମ୍ପୃକ୍ତ ଥାଇ ଫେରାର ୩ ଅଭିଯୁକ୍ତଙ୍କୁ ଓ୍ବାଣ୍ଟେଡ ଘୋଷଣା କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ଏମାନଙ୍କ...

୧୦୦ କି.ମି. ବେଗରେ ବହିବ ପବନ

ଭୁବନେଶ୍ୱର,୨।୧୨(ବୂ୍ୟରୋ): ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଡିପ୍ରେସନରେ ପରିଣତ ହେବ ୱେଲ ମାର୍କଡ ଲୋ’ ପ୍ରେସର । ଡିପ୍ରେସନ ହେବା ପରେ ବାତ୍ୟାର ଗତିପଥ ଅଧିକ...

କୋଟିଆ ସୀମା ବିବାଦ: ପୁଣି ସୁପ୍ରିମକୋର୍ଟ ଗଲା ଓଡ଼ିଶା

ନୂଆଦିଲ୍ଲୀ,୧୩।୧ : କୋରାପୁଟ ଜିଲାର କୋଟିଆ ଅଞ୍ଚଳ ସୀମା ବିବାଦକୁ ନେଇ ଓଡ଼ିଶା ସରକାର ବୁଧବାର ପୁଣିଥରେ ଆନ୍ଧ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।...

ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର,୩।୧(ବ୍ୟୁରୋ): ରାଜ୍ୟରେ ଆଉ ୧୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୬୬୬କୁ ବୃଦ୍ଧି...

ପୁରୁଣା ସରିନି, ନୂଆ ପ୍ରକଳ୍ପ ପାଇଁ ଚିନ୍ତା

ଖୋର୍ଦ୍ଧା ଅଫିସ,୨୧ା୧୧: ଖୋର୍ଦ୍ଧା ପୌରାଞ୍ଚଳ ଅନ୍ତର୍ଗତ ବରୁଣେଇ ସ୍ମାର୍ଟ ପାର୍କ ଏବଂ ଟିଏଲ୍‌ସି ରୋଡ୍‌ଠାରେ ଆଦର୍ଶ ଶ୍ମଶାନ ନିର୍ମାଣ ପାଇଁ ୨୦୨୦ ଡିସେମ୍ବର ୧୬ରେ ପୌର...

Advertisement
Archives

Model This Week