ମାଲକାନଗିରି ଜିଲା ଚିଠି: କ୍ଷତି ସହୁଛି ଚାଷୀ, ଫାଇଦାରେ ବୀମା କମ୍ପାନୀ

ଚାଷୀଙ୍କ ସମସ୍ୟା କେବେହେଲେ ସୁଧୁରୁନାହିଁ। ଋଣ, ମରୁଡ଼ି, ବନ୍ୟା ବିତ୍ପାତଜନିତ ସମସ୍ୟାରେ ଫସଲ ନଷ୍ଟ ହୋଇ ଚାଷୀ କ୍ଷତି ସହୁଛି। ସବୁ ସହି ଯାହା ଧାନ ଅମଳ କରେ ନିଜ ଚଳିବା ଲାଗି ବର୍ଷକ ପାଇଁ ରଖି ବଳକା ଧାନ ବିକ୍ରି କରିବାକୁ ସେ ସରକାରୀ ମଣ୍ଡିକୁ ଯାଏ। ସେଠାରେ ମଧ୍ୟ ସମସ୍ୟା ତା’ ପିଛା ଛାଡେନି। ମିଲରମାନେ ଧାନ କିଣିବା ବେଳେ କୁଇଣ୍ଟାଲ ପିଛା ୫ରୁ ୧୦ କେଜି ଯାଏ ଧାନ କାଟିନିଅନ୍ତି। ଏହାକୁ ନେଇ ମୁହାଁମୁହିଁ ଅବସ୍ଥାକୁ ଆସି ମିଲରମାନେ ଦୀର୍ଘଦିନ ଧରି ମଣ୍ଡିରୁ ଧାନ ଉଠାନ୍ତିନାହିଁ। ଚାଷୀ ରାତିରାତି ଶୀତ କାକରରେ ପଡିରହି ମଣ୍ଡିରେ ନିଜ ଧାନ ଜଗିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହି ଆଦିବାସୀ ବହୁଳ ଜିଲାରେ ଚାଷୀମାନେ ଧାନ ବିକ୍ରି ପାଇଁ ଅନ୍‌ଲାଇନରେ ନାମ ପଞ୍ଜୀକୃତ କରିବା ନେଇ ସୃଷ୍ଟି ହେଉଥିବା ସମସ୍ୟା। ଅନେକ ସମୟରେ ଜିଲାରେ ଇଣ୍ଟରନେଟ ସମସ୍ୟା ଯୋଗୁ ଚାଷୀ ପଞ୍ଜୀକରଣ କରି ନ ପାରି ବାରମ୍ବାର ବିଭିନ୍ନ କାର୍ଯ୍ୟାଳୟ ଓ ଘରୋଇ ଇଣ୍ଟରନେଟ ସଂସ୍ଥାକୁ ଦୌଡି ନିରାଶ ହୋଇଥାଏ। ଫଳରେ ଶତ ପ୍ରତିଶତ ଚାଷୀ ମଣ୍ଡିରେ ସେମାନଙ୍କ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇ ନ ପାରି ଶେଷରେ ବାଧ୍ୟହୋଇ ସେମାନେ ଦଲାଲମାନଙ୍କୁ କମ୍‌ଦରରେ ଧାନ ବିକ୍ରି କରିଥାନ୍ତି।

ଏ ତ ଗଲା ମଣ୍ଡିରେ ଧାନ ବିକ୍ରି କଥା। ମାତ୍ର ଚାଷପାଇଁ ସମବାୟ ବ୍ୟାଙ୍କରୁ ଋଣ ନେଇ ସେସମୟରେ କରିଥିବା ବୀମା କ୍ଷେତ୍ରରେ ମଧ୍ୟ ସେ ଠକେଇର ଶିକାର ହୋଇଥାଏ। ବ୍ୟାଙ୍କରୁ ଋଣ ନେବା ବେଳେ ସେ ସମୟରେ ଚାଷୀଙ୍କୁ ବୀମା କରିବା ପାଇଁ ବାଧ୍ୟ କରାଯାଉଛି। ବୀମା କମ୍ପାନୀଗୁଡିକ ଋଣ ନେଇଥିବା ଚାଷୀଙ୍କ ବୀମା ବାବଦ ଅର୍ଥ ବ୍ୟାଙ୍କରୁ ନେଇଯାଇଥାନ୍ତି। ମାତ୍ର ଚାଷୀ ବନ୍ୟା, ବାତ୍ୟା, ମରୁଡି ପରି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହେଲେ ବୀମା ଦ୍ୱାରା କ୍ଷତିପୂରଣ ପାଇ ନ ଥାନ୍ତି। ଏ ଦିଗରେ କୃଷି ବିଭାଗ କ୍ଷେତ୍ର କର୍ମଚାରୀମାନେ କ୍ଷତିଗ୍ରସ୍ତ ଚାଷଜମି ସମ୍ପର୍କରେ ଠିକ୍‌ ତଥ୍ୟ ଜିଲା ପ୍ରଶାସନକୁ ନ ଦେବା ଏବଂ ଜିଲା ପ୍ରଶାସନ କ୍ଷତିଗ୍ରସ୍ତ ଚାଷୀଙ୍କ ତାଲିକା ସରକାର ଓ ବୀମା କମ୍ପାନୀକୁ ଦେଉ ନ ଥିବାରୁ ବୀମା କମ୍ପାନୀ ଚାଷୀଙ୍କୁ କ୍ଷତିପୂରଣ ବାବଦ ଅର୍ଥ ଦେଉନାହାନ୍ତି। ଫଳରେ ବୀମା କମ୍ପାନୀ ଫାଇଦାରେ ରହୁଥିବା ବେଳେ ଚାଷୀ କିଛି ପାଏନାହିଁ। ଜିଲାରେ ୨୦୧୭-୧୮ରେ ୩ଟି ସମବାୟ ବ୍ୟାଙ୍କ ଅଧୀନରେ ଥିବା ୮ଟି ଲ୍ୟାମ୍ପ ମାଧ୍ୟମରେ ୧୭ହଜାର ୮୪୬ ଜଣ ଚାଷୀଙ୍କୁ ୬୦ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ଏହି ସମୟରେ ବୀମା ବାବଦରେ ଚାଷୀଙ୍କଠାରୁ ରଖାଯାଇଥିବା ୭୧ ଲକ୍ଷ ୫୦ ହଜାର ଟଙ୍କା ରୟାଲ ସୁନ୍ଦରମ୍‌ ନାମକ ବୀମା କମ୍ପାନୀ ନେଇଥିଲା। ସେହିପରି ୨୦୧୯ ଜୁଲାଇ ପର୍ଯ୍ୟନ୍ତ ଜିଲାର ୮୪୦୩ ଚାଷୀଙ୍କୁ ୨୮ କୋଟି ୧୯ ଲକ୍ଷ ୫୭ ହଜାର ଋଣ ପ୍ରଦାନ କରାଯାଇଛି। ସେଥିରୁ ବୀମା କମ୍ପାନୀ ୫୩ ଲକ୍ଷ ୮୧ ହଜାର ଟଙ୍କା ନେଇଛି। ୨ବର୍ଷରେ ବୀମା କମ୍ପାନୀ ମୋଟ ୧ କୋଟି ୨୫ ଲକ୍ଷ ୫୩ ହଜାର ଟଙ୍କା ନେଇଛି। ଏହି ୨ବର୍ଷ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ତଥା ବନ୍ୟା ବାତ୍ୟା ଓ ଅଦିନିଆ ବର୍ଷାରେ ଚାଷୀଙ୍କ ଅନେକ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଗତ ଅଗଷ୍ଟ ମାସରେ ମଧ୍ୟ ଜିଲାରେ ପ୍ରବଳ ବର୍ଷା ଯୋଗୁ ୫ ଥର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଅନେକ ଚାଷୀଙ୍କ ଜମିରେ ଧାନଚାଷ ନଷ୍ଟ ହୋଇଛି। ଏନେଇ ଜିଲା ପ୍ରଶାସନ ଜିଲାରେ ୧୧ଶହ ଏକର ଧାନଚାଷ ନଷ୍ଟ ହୋଇଥିବା ସରକାରଙ୍କୁ ରିପୋର୍ଟ ଦେଇଛନ୍ତି। ତେବେ ଏହି କ୍ଷତିଗ୍ରସ୍ତ ଚାଷୀ ବୀମା ଅର୍ଥ ପାଇବେ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଗତ ୨ବର୍ଷର କ୍ଷୟକ୍ଷତି ସମ୍ପର୍କରେ ଜିଲା ପ୍ରଶାସନ ତଥ୍ୟ ସଂଗ୍ରହ କରିନାହିଁ କିମ୍ବା ସରକାରଙ୍କୁ ରିପୋର୍ଟ ଦେଇନାହିଁ।

– ଦୁର୍ଯ୍ୟୋଧନ ପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ବୋର୍ଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ: ଘରେ ଶୋଇଥିବା ବେଳେ କଳାକାନା ବୁଲାଇଲେ ଚୋର, ଲକ୍ଷାଧିକ ଟଙ୍କା ସହ ସୁନା-ରୁପା ଅଳଙ୍କାର ଲୁଟ୍‌

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବୋର୍ଡ଼ା ଫାଣ୍ଡି ଅନ୍ତର୍ଗତ କରଲାପିଠା ଗ୍ରାମରେ ଏକ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତି ପ୍ରାୟ…

୧୦୮ ଆମ୍ବୁଲାନ୍ସ ଭିତରେ ଜନ୍ମ ହେଲା ଶିଶୁ କନ୍ୟା: ଫାର୍ମାସିଷ୍ଟଙ୍କ ମହାନତାକୁ ପ୍ରଶଂସା

ଗୁଣପୁର,୭।୭(ସୁଜାତା ପାଢ଼ୀ): ମାନବତା ଏବେ ବି ବଞ୍ଚିଛି । ରାୟଗଡା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯୁଗଳ କିଶୋର ଶବର ମହାନତା ଦେଖାଇ…

ବୈତରଣୀରେ ବଢ଼ୁଛି ବନ୍ୟା, ଧସୁଛି ନଦୀବନ୍ଧ: ରାସ୍ତା ବିଚ୍ଛିନ୍ନ ହେବାର ଆଶଙ୍କା

ଧାମନଗର,୭।୭ (କାଳନ୍ଦି ବେହେରା): ଭଦ୍ରକ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ପାଞ୍ଚ ଦିନ ଧରି ବୈତରଣୀ ନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ଜଳସ୍ତର…

କୋରାପୁଟ ଷ୍ଟେଶନରେ ପହଞ୍ଚିଲା ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌: ଭବ୍ୟ ସ୍ବାଗତ କଲେ ବିଧାୟକ, ଜନସାଧାରଣ

କୋରାପୁଟ, ୭।୭ (ଅମିତାଭ ବେହେରା): ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ମଙ୍ଗଳବାର ସକାଳେ ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌ କୋରାପୁଟ ରେଳ ଷ୍ଟେଶନରେ ପହଞ୍ଚିଛି। ସକାଳ ୮ଟା…

ଆଇଆଇସି ବିଉଟି ମହାନ୍ତି ଆତ୍ମହତ୍ୟା ମାମଲା: ସନ୍ଦେହ ଘେରରେ ଏଏସ୍‌ଆଇ

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ଭାବେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀ ବିଉଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଦିନ ଗଡ଼ିବା…

ବର୍ଷାରେ ଧୋଇଗଲା ନିର୍ମାଣାଧିନ ରିଂ ରୋଡ: ସ୍ଥାୟିତ୍ୱ ନେଇ ଉଠିଲାଣି ପ୍ରଶ୍ନ

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶରେ ରିଂ ରୋଡ ନିର୍ମାଣ ଚାଲିଛି । ବରଗଡ଼ ସାଇ ମନ୍ଦିରରୁ ରୁହୁଣିଆଁ ପର୍ଯ୍ୟନ୍ତ ହେବାକୁ ଥିବା…

ପୁରୀ-କୋରାପୁଟ ସ୍ପେସିଆଲ୍‌ ଟ୍ରେନକୁ କେସିଙ୍ଗାରେ ସ୍ବାଗତ: ରହଣି ସମୟ ପରିବର୍ତ୍ତନ ପାଇଁ ଦାବି

କେସିଙ୍ଗା, ୭।୭( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ର ପୁରୀ-ଶାବର କ୍ଷେତ୍ର କୋରାପୁଟ ସ୍ପେସିଆଲ୍‌ ଏକ୍ସପ୍ରେସ ଟ୍ରେନ (ନଂ .୧୮୪୦୮)କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ…

ଏହି କାରଣରୁ ହୋଇଛି ବିଉଟି ମହାନ୍ତିଙ୍କ ମୃତ୍ୟୁ, ଆସିଲା ଚାଉଳିଆଗଞ୍ଜ ଥାନା IICଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ,୭।୭: ଚାଉଳିଆଗଞ୍ଜ ଥାନା IIC ବିଉଟି ମହାନ୍ତିଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ତେବେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri