ମାମଲା ରଫାଦଫା ପାଇଁ ଲାଞ୍ଚ: ଫରେଷ୍ଟର ଗିରଫ

ଦେବଗଡ, ୬ା୧୧(ଡି.ଏନ.ଏ.) : କାଠ ଜବତ ମାଲଲାର ରଫାଦଫା କରିବା ପାଇଁ ଜଣେ ଯୁବକଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦେବଗଡ ବନଖଣ୍ଡ ଅଧୀନ କଂସର ଫରେଷ୍ଟର ପ୍ରସନ୍ନ କୁମାର ମିଶ୍ର ଭିଜିଲାନ୍ସ ଦ୍ୱାରା ମଙ୍ଗଳବାର ଗିରଫ ହୋଇଛନ୍ତି। ଖବର ମୁତାବକ ଗତ ଅକ୍ଟୋବର ୨୧ ତାରିଖରେ କଂସର ଭୁକ୍ତାପଡା ଗ୍ରାମର ଅରୁଣ ସାମାଧିଆ ନାମକ ଜଣେ ଯୁବକ କଂସର ଜଙ୍ଗଲରୁ ଏକ ଶାଳଗଛ କାଟୁଥିଲେ। ଏହାଦେଖି ଜଙ୍ଗଲ ଜଗୁଆଳିମାନେ କଟାଯାଇଥିବା ଗଛସହ ତାଙ୍କୁ କଂସର ସେକ୍ସନ କାର୍ଯ୍ୟାଳୟକୁ ଆଣିଥିଲେ। ୨୨ ତାରିଖ ସକାଳେ ଫରେଷ୍ଟର ମିଶ୍ର ଅରୁଣଙ୍କ ଘରକୁ ଯାଇ ତଲାସୀ କରିବା ସମୟରେ ୨ଟି ଲଙ୍ଗଳ ଓ ୪ଗୋଟି ଖଟପୁଆ ଜବତ କରିଥିଲେ। ହେଲେ ଏହି ମାମଲା ରଫାଦଫା କରିବା ପାଇଁ ସେ ୮ ହଜାର ଟଙ୍କା ଦେବାକୁ କହିଥିଲେ। ଦାବି ମୁତାବକ ଟଙ୍କା ନଦେଲେ ଜେଲ ହାଜତକୁ ପଠାଇ ଦେବାକୁ ଅରୁଣଙ୍କୁ ଧମକ ଦେଇଥିଲେ। ଅରୁଣ ଏକକାଳୀନ ଏତେ ଟଙ୍କା ଦେଇପାରିବ ନାହିଁ କରିବାରୁ ଶେଷରେ ୨ଟି ପର୍ଯ୍ୟାୟରେ ୮ ହଜାର ଟଙ୍କା ପ୍ରଦାନ ପାଇଁ କହିଥିଲେ। ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୩ ହଜାର ଟଙ୍କା ଦେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ତେବେ ପୂର୍ବରୁ ଅରୁଣ ଦେବଗଡ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆସି ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ବିଭାଗ ପକ୍ଷରୁ ଫରେଷ୍ଟର ମିଶ୍ରଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଯୋଜନା ଅନୁଯାୟୀ ଭିଲିଲାନ୍ସ ଡିଏସ୍‌ପି ପରମେଶ୍ୱର କିସାନ ଫରେଷ୍ଟରଙ୍କୁ ଧରିବା ନିମନ୍ତେ ଜାଲ ବିଛାଇବା ସହ ଅରୁଣ ହାତରେ ୬ଟି ୫ଶହ ଟଙ୍କିଆ ରଙ୍ଗବୋଳା ନୋଟ ଦେଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଅରୁଣ ଏହି ଟଙ୍କା ଫରେଷ୍ଟର ମିଶ୍ରଙ୍କୁ ଦେବାରୁ ସେ ଏହାକୁ ଟେବୁଲ ଉପରେ ରଖି ବାହାରକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଟଙ୍କା ଜବତ କରିବା ସହ ଫରେଷ୍ଟର ମିଶ୍ରଙ୍କୁ ଗିରଫ କରି ଦେବଗଡ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣିଥିଲେ। ଚଢାଉରେ ଦେବଗଡ ଭିଜିଲାନ୍ସ ଇନ୍ସପେକ୍ଟର ସୁଧିର କୁମାର ସାହୁ, ସମ୍ବଲପୁର ଭିଜିଲାନ୍ସ ଇନ୍ସପେକ୍ଟର କର୍ଣ୍ଣେଲିୟସ ବିଲୁଙ୍ଗ, ଏଏସ୍‌ଆଇ ବିଜୟ କୁମାର ପ୍ରଧାନ ସାମିଲ ହୋଇଥିଲେ। ବୁଧବାର ତାଙ୍କୁ କୋର୍ଟ
ଚାଲାଣ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ବର୍ଷର ଶିଶୁପୁତ୍ରଙ୍କୁ ହତ୍ୟା କଲେ ପିତା

ସୁନ୍ଦରଗଡ଼,୨୪ା୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲାର ବନ୍ଧମୁଣ୍ଡା ଥାନା ଆର୍‌ଏସ କଲୋନୀରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବାପା ନିଜ ୫ ବର୍ଷର ପୁଅଙ୍କୁ...

ଜାନୁୟାରୀ ଶେଷରୁ ଗଞ୍ଜାମରେ କିଣାଯିବ ଧାନ: ଜିଲାପାଳ

ଛତ୍ରପୁର,୨୯ା୮(ଡି.ଏନ୍‌.ଏ.): ଆସନ୍ତା ବର୍ଷ ଜାନୁୟାରୀ ଶେଷରୁ ମାର୍ଚ୍ଚ ୩୧ ମଧ୍ୟରେ ଗଞ୍ଜାମ ଜିଲାର ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିବ। ଏହାକୁ ଦୃଷ୍ଟିରେ ରଖି ଚାଷୀ...

ଜୁଲାଇ ୩ରେ ପିଜିଟି ନିଯୁକ୍ତି ପରୀକ୍ଷା

କଟକ ଅଫିସ,୨୧ା୬:ବିଜ୍ଞାନ ପାଠ୍ୟକ୍ରମର ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ନିଯୁକ୍ତି ପରୀକ୍ଷା ଆସନ୍ତା ଜୁଲାଇ ୩ରେ ଅନୁଷ୍ଠିତ ହେବ। ଏନେଇ ସୋମବାର ଓଡ଼ିଶା ଲୋକସେବା ଆୟୋଗ...

ଏମ୍‌କେସିଜି ଶିଶୁରୋଗ ଚିକିତ୍ସା ୱାର୍ଡରେ ଖୋଲିବ କୋଭିଡ୍‌ ହେଲ୍‌ଥ ସେଣ୍ଟର

ଛତ୍ରପୁର, ୨୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏମାନଙ୍କ ଚିକିତ୍ସା ପାଇଁ ଅତିରିକ୍ତ କୋଭିଡ୍‌ ହସ୍ପିଟାଲ...

ପାଟପୁର ପୋଲିସ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ପାଟପୁର,୧୬ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାଟପୁର ପୋଲିସ କର୍ମଚାରୀ କରୋନା ଲକ୍‌ଡାଉନ୍‌ ସମୟରେ ଗରିବ ଅସହାୟ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି। ପାଟପୁର ଥାନାଧିକାରୀ...

ଭକ୍ତଙ୍କ ପାଇଁ ଖୋଲିବ କି ଶ୍ରୀମନ୍ଦିର!

ପୁରୀ ଅଫିସ, ୨୮।୧: ଶ୍ରୀମନ୍ଦିର ଖୋଲିବା ନେଇ ଆଜି ବସିବ ବୈଠକ । ମୁଖ୍ୟ ପ୍ରଶାସକ କ୍ରିଶନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏ...

ଗାନ୍ଧିଜୀଙ୍କ ବେଶ ବଦଳାଇଥିଲା ଓଡ଼ିଶା

ପୁରୀ ଅଫିସ,୨୬।୩: ଶ୍ରୀକ୍ଷେତ୍ର ସହିତ ମହାତ୍ମା ଗାନ୍ଧୀ (ବାପୁଜୀ)ଙ୍କର ସ୍ମୃତି ଜଡ଼ିତ ରହିଛି। ଏହି ସ୍ମୃତିକୁ ଚିର ସ୍ମରଣୀୟ ରଖିବା ପାଇଁ ଶନିବାର ଶ୍ରୀକ୍ଷେତ୍ରରେ ଗାନ୍ଧିଜୀଙ୍କ...

ଶ୍ରଦ୍ଧାଳୁଙ୍କୁ ମିଳିବନି ସୁଯୋଗ

ତାଳଚେର,୨୬ା୪(ନି.ପ୍ର.):  ମା’ ହିଙ୍ଗୁଳାଙ୍କ ବାର ମାସରେ ତେର ଯାତ୍ରା। ସେଥିରୁ ଚୈତ୍ରମାସ ଶୁକ୍ଳପକ୍ଷ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀରେ ମା’ଙ୍କ ସ୍ବତନ୍ତ୍ର ପୂଜା କରାଯାଏ, ଯାହାକୁ ହିଙ୍ଗୁଳା...

Advertisement
Archives

Model This Week