ମାନ୍ଦାବସ୍ଥା ପ୍ରଭାବ;ଟାଟା ମୋଟର୍ସ, ଅଶୋକ ଲେଲ୍ୟାଣ୍ଡ, ହିରୋ ଉତ୍ପାଦନ ବନ୍ଦ କଲା

ନୂଆଦିଲ୍ଲୀ,୧୭ -୮: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଶେଷ ହେବାର କୌଣସି ଚିହ୍ନବର୍ଣ୍ଣ ଦେଖାଯାଉନାହିଁ। ବାଧ୍ୟ ହୋଇ କମ୍ପାନୀମାନେ ନିଜର ଉତ୍ପାଦନ ବନ୍ଦ କରିବା ଲାଗି ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି। ପୂର୍ବରୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ସୁଜୁକି, ଟୟୋଟା ଏବଂ ଅଶୋକ ଲେଲ୍ୟାଣ୍ଡ,ଟାଟା ମୋଟର୍ସ ଉତ୍ପାଦନ ବନ୍ଦ କରିଥିବା ବେଳେ ହିରୋ ମୋଟୋକର୍ପ, ଟିଭିଏସ୍‌ ଗ୍ରୁପ୍‌ କମ୍ପାନୀ ସୁନ୍ଦରମ୍‌ କ୍ଲେଟନ ଲିମିଟେଡ ଓ ଲୁକାସ ଟିଭିସ୍‌ ସାମୟିକ ଭାବେ ଉତ୍ପାଦନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟାଟା ମୋଟର୍ସ ଚଳିତ ମାସ ୧୬ ଓ ୧୭ରେ ଉତ୍ପାଦନ ବନ୍ଦ ଘୋଷଣା କରିଛି। ଅଗଷ୍ଟ ପହିଲାରେ ଏହା ଜାମସେଦପୁର ପ୍ଲାଣ୍ଟକୁ ଦିନକ ପାଇଁ ବନ୍ଦ ରଖିଥିଲାବେଳେ ଅଗଷ୍ଟ ୮ରୁ ୧୦ ଯାଏ ଦ୍ୱିତୀୟ ଥର କାମ ବନ୍ଦ ରହିଥିଲା। ଗତ ୯ ଦିନ ଧରି କେତେକ ପ୍ଲାଣ୍ଟ ବନ୍ଦ ରଖିଥିବା ଅଶୋକ ଲେଲ୍ୟାଣ୍ଡ ଆସନ୍ତା ୧୭ ଓ ୧୯ରେ କାମ ବନ୍ଦ ରଖିବାକୁ ଘୋଷଣା କରି ୬ଷ୍ଠ ଦିନ ମଧ୍ୟ କାମ ବନ୍ଦ ରହିବ ବୋଲି କହିଛି। ସେହିପରି ହିରୋ ମୋଟୋକର୍ପ ୪ ଦିନ ପାଇଁ ଉତ୍ପାଦନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ସୁନ୍ଦରମ କ୍ଲେଟନ ଲିମିଟେଡ ଦୁଇ ଦିନ ପାଇଁ କାରଖାନା ବନ୍ଦ ରଖିବ। ଇତିପୂର୍ବେ ମହିନ୍ଦ୍ରା ୮ରୁ ୧୪ ଦିନ, ଟାଟା ମୋଟର୍ସ ୮ ଦିନ,ମାରୁତି ସୁଜୁକି ୩ ଦିନ, ଟୟୋଟା କିର୍ଲୋସ୍କର ୮ ଦିନ, ବସ୍‌ ୧୦ ଦିନ, ଜାମନା ଅଟୋ ୨୦ ଦିନ ଏବଂ ଓ୍ବାବ୍‌କୋ ୧୯ ଦିନ ଉତ୍ପାଦନ ବନ୍ଦ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ, ଦେଶ, ବିଶ୍ୱର ପ୍ରଭାବଶାଳୀ ନେତୃତ୍ୱଙ୍କୁ ନେଇ ‘ଧରିତ୍ରୀ’ର ପାୱାର ଲିଷ୍ଟ ୨୦୨୦

୨୦୨୦ ମସିହା କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ, ସମଗ୍ର ପୃଥିବୀକୁ ଦୋହଲାଇ ଦେଇଛି। କରୋନା ଭୂତାଣୁ ମଣିଷ ଜାତିକୁ ଅନେକ ନୂଆ ଦିଗ ଦେଖାଇଛି।...

କମିଲା ରୋଷେଇ ଗ୍ୟାସ ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ,୧।୫: ସାଧାରଣ ଜନତାଙ୍କ ପାଇଁ ଖୁସି ଖବର। ନନ୍‌- ସବ୍‌ସିଡି ରୋଷେଇ ଗ୍ୟାସ୍‌ର ଦାମ ଏବେ କମ୍‌ ହୋଇଛି। ଦେଶର ଅଏଲ ମାର୍କେଟିଂ କମ୍ପାନୀ ଏଚ୍‌ପିସିଏଲ୍‌,...

ବିଦ୍ୟୁତ୍‌ ବିଲ୍‌ ଲକ୍ଷେ ଟଙ୍କା ଟପିଲେ ରିଟର୍ନ ଫାଇଲିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧।୬: ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ସରକାର ଆୟକର ରିଟର୍ନ (ଆଇଟିଆର୍‌) ଫର୍ମ ବିଜ୍ଞପ୍ତି ଜାରି କରିଛନ୍ତି। କରେଣ୍ଟ ଆକାଉଣ୍ଟ ଜମା ୧ କୋଟି କିମ୍ବା...

ପତଞ୍ଜଳି ହାତକୁ ଯିବ ରୁଚି ସୋୟା

ନୂଆଦିଲ୍ଲୀ,୨୭-୭: ବାବା ରାମଦେବଙ୍କ ନେତୃତ୍ୱରେ ପରିଚାଳିତ ପତଞ୍ଜଳି ଗ୍ରୁପ୍‌ ଖାଦ୍ୟ ତେଲ କମ୍ପାନୀ ରୁଚି ସୋୟାର ମାଲିକ ହେବାକୁ ଯାଉଛି। ରାଷ୍ଟ୍ରୀୟ କମ୍ପାନୀ ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଟି) ରୁଚି...

ଏଫ୍‌ପିଆଇ ଉଠାଇ ନେଲେ ୯,୧୦୩ କୋଟି

ନୂଆଦିଲ୍ଲୀ,୧୩।୪: ବର୍ତ୍ତମାନ କୋଭିଡ୍‌-୧୯ ଲାଗି ଶେୟାର ବଜାର କାରବାର ଗଭୀର ଭାବେ ପ୍ରଭାବିତ ହୋଇଛି। ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟର(ଏଫ୍‌ପିଆଇ) ବା ବିଦେଶୀ ନିବେଶକମାନେ ଚଳିତ ମାସ...

କୃଷିଋଣ ପରିଶୋଧ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୩୧। ୩: କୋଭିଡ୍‌-୧୯ ଲକ୍‌ଡାଉନ କାରଣରୁ ଚାଷୀଙ୍କ ପାଇଁ ଫସଲ ଋଣ ପୁନଃ ପରିଶୋଧ ଅବଧି ବୃଦ୍ଧି ସମ୍ପର୍କରେ ସରକାର ଘୋଷଣା କରିଛନ୍ତି। ଏହା ସ୍ବଳ୍ପକାଳୀନ...

କୋଭିଡ୍‌ ଲଢ଼େଇରେ ଆର୍‌ବିଆଇ

ମୁମ୍ବାଇ,୨୩।୫: ଦେଶରେ ପ୍ରଥମ କରୋନା ମାମଲା ଜାନୁୟାରୀ ୩୦ରେ ସାମ୍ନାକୁ ଆସିଥିଲା। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ହୋଇଥିବା ଲକ୍‌ଡାଉନରେ ଦେଶକୁ ଅନେକ କ୍ଷତି ସହିବାକୁ...

ପିଆଜ ଆମଦାନୀ କଟକଣା କୋହଳ ହେଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପିଆଜ ଆମଦାନୀ ଉପରେ ରହିଥିବା କଟକଣାକୁ କୋହଳ କରିଛନ୍ତି। ଡିସେମ୍ବର ୧୫ ଯାଏ ଏହି ନିୟମ କୋହଳ କରାଯାଇଛି। ଘରୋଇ ବଜାରକୁ...

Advertisement


Archives

Model This Week