ମାନିଲେନି ସେଣ୍ଟ୍ରାଲ ଜୁ ଅଥରିଟି ନିର୍ଦ୍ଦେଶ:ମାନ୍ୟତା ହରାଇବ କପିଳାସ ଚିଡ଼ିଆଖାନା

ଢେଙ୍କାନାଳ ଅଫିସ,୧୭ା୧୨ବନ ବିଭାଗର ଚରମ ଅବହେଳା, ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ମାନ୍ୟତା ହରାଇବାକୁ ଯାଉଛି ଢେଙ୍କାନାଳ ଜିଲାର କପିଳାସ ଚିଡ଼ିଆଖାନା। ଏ ନେଇ ନୂଆଦିଲ୍ଲୀସ୍ଥିତ ସେଣ୍ଟ୍ରାଲ ଜୁ ଅଥରିଟି ଅଫ୍‌ ଇଣ୍ଡିଆ ଗତ ନଭେମ୍ବରରେ ବନ ବିଭାଗକୁ ପତ୍ର ମାଧ୍ୟମରେ ଜଣାଇଛି। ଏହାପରେ ଜିଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ଚିଡ଼ିଆଖାନା ଗୌରବ ହରାଇବ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି।
୧୯୭୯ ଜାନୁୟାରୀ ୨୬ରେ ହରିଣ ପାର୍କ ଭାବେ ଆରମ୍ଭ ହୋଇଥିଲା କପିଳାସ ଜୁ’। ୧୯୮୬ରେ ଏହାକୁ ମିଳିଥିଲା ମିନି ଚିଡ଼ିଆଖାନାର ମାନ୍ୟତା। ୧୯୯୫ ଏପ୍ରିଲରେ ସେଣ୍ଟ୍ରାଲ ଜୁ ଅଥରିଟି ଅଫ୍‌ ଇଣ୍ଡିଆ ପକ୍ଷରୁ ଏହାକୁ ଚିଡ଼ିଆଖାନାର ମାନ୍ୟତା ଦିଆଯାଇଥିଲା। ଏବେ ଏଠାରେ ୧୨୦ ହରିଣ, ୪ ସମ୍ବର, ଗୋଟିଏ କୁଟୁରା, ୨ ଭାଲୁ, ୨ ମିଥୁନ ଗାଈ, ଗୋଟିଏ ବାର୍‌ହା, ୪ ହାତୀ, ୫୮ ପକ୍ଷୀ, ୧୧ ସରୀସୃପ ରହିଛନ୍ତି। ହେଲେ ଜୀବଜନ୍ତୁଙ୍କ ଚିକିତ୍ସା ଲାଗି ଏଠାରେ ପ୍ରାଣୀ ଚିକିତ୍ସାଳୟ ନାହିଁ। ବିଭାଗୀୟ ଚିକିତ୍ସକ ନ ଥିବାରୁ ଠିକ୍‌ ସମୟରେ ପ୍ରାଣୀଙ୍କୁ ଚିକିତ୍ସା ସୁବିଧା ମିଳିପାରୁନାହିଁ। ପଶୁପକ୍ଷୀଙ୍କ ଜନ୍ମମୃତ୍ୟୁ ପଞ୍ଜୀକରଣ ହେଉନାହିଁ। ଚିଡ଼ିଆଖାନା ରକ୍ଷଣାବେକ୍ଷଣ ଦାୟିତ୍ୱରେ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉନାହିଁ। ନିୟମ ବାହାରକୁ ଯାଇ ଶିଶୁ ପାର୍କ କରାଯାଇଛି। ବିଭିନ୍ନ ସମୟରେ ଚିଡ଼ିଆଖାନା ଆସୁଥିବା ଜୀବଜନ୍ତୁଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଉନି। ଗାଇଡ୍‌ ଲାଇନ ବାହାରକୁ ଯାଇ ଜୁ ପାଇଁ ଉଦ୍ଦିଷ୍ଟ ନ ଥିବା ପ୍ରାଣୀଙ୍କୁ ରଖାଯାଉଛି। କେବଳ ଏତିକି ନୁହେଁ, କପିଳାସ ଚିଡ଼ିଆଖାନାରେ ନିକଟ ଅତୀତରେ ଏକ ବଡ଼ କୁମ୍ଭୀରର ମୃତ୍ୟୁ ଘଟିଥିଲା। ସେହିପରି ତାର ଜାଲିରେ ମୁଣ୍ଡ ଫସିଯାଇ ଏକ ହରିଣର ଜୀବନ ଯାଇଥିଲା। ହେଲେ ଏହି ଘଟଣା ସମ୍ପର୍କରେ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇ ନ ଥିଲା। ଏଭଳି ଅବ୍ୟବସ୍ଥା ନେଇ କ୍ଷୋଭ ବ୍ୟକ୍ତ କରିଥିଲେ ସେଣ୍ଟ୍ରାଲ ଜୁ ଅଥରିଟି ଅଫ୍‌ ଇଣ୍ଡିଆ କର୍ତ୍ତୃପକ୍ଷ। ଚିଡ଼ିଆଖାନା ପାଇଁ ରହିଥିବା ନିୟମାବଳୀ ପାଳନ କରିବା ଏବଂ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ବନ ବିଭାଗକୁ ପତ୍ର ମାଧ୍ୟମରେ ଅବଗତ କରାଯାଇଥିଲା। ଅନ୍ୟପଟେ ଚିଡ଼ିଆଖାନା ମାନ୍ୟତା ଅବଧି ୨୦୧୯ ସେପ୍ଟେମ୍ବର ୨୮ରୁ ଶେଷ ହୋଇଯାଇଛି। ଏହାର ନବୀକରଣ ଲାଗି ଜିଲା ବନ ବିଭାଗ ପକ୍ଷରୁ ଜୁଲାଇରେ ୧୦ ହଜାର ଟଙ୍କା ଡିପୋଜିଟ୍‌ କରାଯାଇଛି। ଏ ସବୁ ସତ୍ତ୍ୱେ ଆବଶ୍ୟକ ଗାଇଡ୍‌ ଲାଇନ ପାଳନ କରାଯାଉ ନ ଥିବାରୁ କପିଳାସ ଚିଡିଆଖାନାର ମାନ୍ୟତା ପ୍ରତ୍ୟାହାର କରାଯିବ ବୋଲି ପତ୍ରରେ ଦର୍ଶାଯାଇଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି, ଗାଇଡ୍‌ଲାଇନକୁ କେତେକାଂଶରେ ପୂରଣ କରାଯାଇଛି। ଏ ନେଇ ସେଣ୍ଟ୍ରାଲ ଜୁ ଅଥରିଟି ଅଫ୍‌ ଇଣ୍ଡିଆକୁ ଅବଗତ କରାଯାଇଛି। ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତି ହୋଇ ନ ଥିବାରୁ କପିଳାସ ରେଞ୍ଜରଙ୍କ ତତ୍ତ୍ୱାବଧାନରେ ଚିଡ଼ିଆଖାନା କାର୍ଯ୍ୟକ୍ଷମ ହେଉଛି। ଏଥିଲାଗି ଏକ ବ୍ରୋଚ୍ୟୁର ପ୍ରସ୍ତୁତ କରାଯାଇଛି। ମାନ୍ୟତା ମିଳିବା ନେଇ ଜିଲା ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri