Posted inଫୁରସତ

ମାଙ୍କଡ଼ ପଢୁଛି ପାଠ

ପିଲାମାନଙ୍କୁ ବିଦ୍ୟାଳୟାଭିମୁଖୀ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ଫଳରେ ବିଦ୍ୟାଳୟ ଯିବାକୁ ପିଲା ଆଗ୍ରହୀ ହେଉଛନ୍ତି। ଖାଲି ଯେ, ପିଲାମାନେ ଏହାକୁ ଅନୁକରଣ କରୁଛନ୍ତି ତା’ନୁହେଁ, ଏକ ମାଙ୍କଡ଼ ମଧ୍ୟ ପ୍ରତିଦିନ ବିଦ୍ୟାଳୟ ଯାଉଛି ପାଠ ପଢ଼ିବାକୁ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଆନ୍ଧ୍ରପ୍ରଦେଶର ଏକ ବିଦ୍ୟାଳୟରେ। ଆନ୍ଧ୍ରର ପିପୁଲ ବ୍ଲକ ବେଙ୍ଗଲମପଲ୍ଲୀ ଗଁାରେ ଥିବା ଏକ ବିଦ୍ୟାଳୟକୁ ଗୋଟିଏ ମାଙ୍କଡ଼ ପାଠ ପଢ଼ିବାକୁ ଆସୁଛି। ପିଲାମାନେ ଯେତେବେଳେ ବହିବସ୍ତାନୀ ଧରି ଶ୍ରେଣୀ ଗୃହକୁ ପ୍ରବେଶ କରିଥା’ନ୍ତି ମାଙ୍କଡ଼ଟି ସେମାନଙ୍କ ସହିତ ଯାଇ ଶ୍ରେଣୀରେ ବସିପଡୁଛି।

ଖାଲି ଏତିକି ନୁହେଁ, ଶିକ୍ଷକ ପଢ଼ାଉଥିବାବେଳେ ଧ୍ୟାନର ସହିତ ସେ ବସି ଶୁଣୁଛି। ପ୍ରଥମେ ଯେଉଁଦିନ ମାଙ୍କଡ଼ଟି ଶ୍ରେଣୀଗୃହରେ ପ୍ରବେଶ କଲା, ଶିକ୍ଷକଙ୍କ ସମେତ ପିଲାମାନେ ମଧ୍ୟ ଭୟଭୀତ ହୋଇ କବାଟ ଝରକା ବନ୍ଦ କରିଦେଲେ। କିନ୍ତୁ ଝରକା ନିକଟରେ ବସି ସେ ପାଠ ଶୁଣୁଥାଏ। ଏହାପରଠାରୁ ପ୍ରତିଦିନ ମାଙ୍କଡ଼ଟି ପିଲାଙ୍କ ବିଦ୍ୟାଳୟ ଆସିବା ସମୟରେ ଶ୍ରେଣୀଗୃହକୁ ଆସି ଧୀରସ୍ଥିର ହୋଇବସିଲା। ମାଙ୍କଡ଼ଟି କିଛି କ୍ଷତି କରୁ ନ ଥିବା ଦେଖି ଶିକ୍ଷକ ଏବଂ ପିଲାମାନେ ମଧ୍ୟ ତାକୁ ଆଉ ଘଉଡ଼ାଇଲେ ନାହିଁ। ଶିକ୍ଷକ ମାଙ୍କଡ଼ର ନାଁ ଲକ୍ଷ୍ମୀ ଦେଇଛନ୍ତି। ଉପସ୍ଥାନ ଡାକିବା ସମୟରେ ପିଲାଙ୍କ ପରି ମଧ୍ୟ ସେ ଠିଆ ହୋଇପଡ଼ୁଛି। ଏହା ବ୍ୟତୀତ ପ୍ରାର୍ଥନା କରିବା, ଖେଳିବା, ପିଲାଙ୍କ ସହ ମିଶି ମଧ୍ୟାହ୍ନଭୋଜନ କରୁଛି । ଶିକ୍ଷକ କୁହନ୍ତି, ଲକ୍ଷ୍ମୀ ବିଦ୍ୟାଳୟକୁ ଆସିବା ଦିନୁ ପିଲାଙ୍କ ଉପସ୍ଥାନ ମଧ୍ୟ ବଢ଼ିଯାଇଛି। ଲକ୍ଷ୍ମୀର ପାଠ ପଢ଼ିବା ଆଗ୍ରହ ଦେଖି ଶିକ୍ଷକ ଖୁସି ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟୁଜିୟମ୍‌ରେ ମହିଳାଙ୍କ ହୃଦୟ

ଲଣ୍ଡନ: ନିକଟରେ ଜଣେ ମହିଳା ନିଜ ହୃଦୟ ଦେଖିବାକୁ ମ୍ୟୁଜିୟମ୍‌ରେ ପହଞ୍ଚିଛନ୍ତି, ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଇଂଲଣ୍ଡର ହମ୍‌ସିର୍‌ର ବାସିନ୍ଦା...

ଅଷ୍ଟ୍ରିଜ୍ ସହ ରେସ୍‌ରେ ଦୌଡିଲେ ଦୁବଇ କ୍ରାଉନ୍ ପ୍ରିନ୍ସ

ଆଜିକାଲି ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଲୋକେ ହସି ହସି ବେଦମ୍ ହେଉଛନ୍ତି । ଏବେ ସେମିତି ଏକ ଭିଡିଓ...

ନିଆରା ଗାଁର କଥା

ଯେଉଁ ଗାଁର ଅଛି ନିଜର ସୂର୍ଯ୍ୟ: ଭିଗାନେଲା, ଇଟାଲିର ଏକ ଛୋଟିଆ ଗାଁ। ଯାହାକି ଦୁଇ ସୁଉଚ୍ଚ ପାହାଡ ମଧ୍ୟସ୍ଥ ନିମ୍ନଭାଗରେ ଅବସ୍ଥିତ। ଏହି ଗାଁଟି...

ନନ୍ଦ ମାଷ୍ଟ୍ରେଙ୍କ ଚାଟଶାଳୀ

ଜୀବନର ଅପରାହ୍ନରେ ସେ ଉପନୀତ। ତଥାପି ବଞ୍ଚେଇ ରଖିଛନ୍ତି ଗାଁ ଚାଟଶାଳୀକୁ। କିନ୍ତୁ ଶିକ୍ଷା କ୍ଷେତ୍ରରେ ସେବା ଓ ତ୍ୟାଗ ପାଇଁ ତାଙ୍କୁ ମିଳିଛି ଦେଶର...

ଡାକ୍ତର ତିିଆରି କଲେ ଏମିତି ମେଶିନ, ଏଥିରୁ ରୋଗୀଙ୍କୁ ଦେଉଛନ୍ତି ଅମ୍ଳଜାନ

ଭୋପାଳ,୪।୫: ମଧ୍ୟପ୍ରଦେଶର ମାଲଓ୍ବା ଜିଲାରେ ରୋଗୀଙ୍କୁ ଲଗାତର ଅକ୍ସିଜେନ ଅଭାବ ପଡୁଥିବା ଦେଖିବାକୁ ମିଳିଛି। ସରକାରୀ ହସ୍ପିଟାଲର ଡାକ୍ତର ଏବଂ କର୍ମଚାରୀ ରୋଗୀଙ୍କ ଜୀବନ ବଞ୍ଚାଇବା...

ଗୋଟିଏ ଥରରୁ ଅଧିକ ଟଏଲେଟ୍‌ ଗଲେ ଦେବାକୁ ପଡ଼ିବ ଜରିମାନା, ଜାଣନ୍ତୁ କ’ଣ ରହିଛି କାରଣ

ଥରେ ଭାବିଲେ ସବୁ କିଛି ଅଟକାଇ ହେବ ଟଏଲେଟ୍‌ ଯିବା କ’ଣ କେହି କେବେ ଅଟକାଇ ପାରିବ? ଅଫିସରେ କାମ କରୁଛନ୍ତି, ଆପଣଙ୍କୁ ଟଏଲେଟ୍‌ ଯିବାକୁ...

ଦୂରତା ରକ୍ଷାକରି ଲୋକେ ଏମିତି ଦେଖିଲେ ବାଇକ୍‌ ରେସ୍‌

କରୋନା ଯୋଗୁ ସମଗ୍ର ବିଶ୍ୱରେ ଲକ୍‌ଡାଉନ୍‌ ଜାରି ରହିଛି। କେତେକ ସ୍ଥାନରେ ଏହି ଲକ୍‌ଡାଉନ୍‌ ଅବଧି ଶେଷ ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ପୁଣି...

ଭ୍ରମଣରେ ଦେଶପ୍ରେମ

ସାଧାରଣତନ୍ତ୍ର ଦିବସ ଅବସରରେ ଭାରତର ବିଭିନ୍ନ ସ୍ଥାନରେ ଭବ୍ୟ ପରେଡ୍‌ର ଆୟୋଜନ କରାଯାଇଥାଏ। ତା’ସହିତ ଦେଶପ୍ରେମ ସମ୍ପର୍କିତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଝଲକ ବି ଏଥିରେ...

Advertisement
Archives

Model This Week