Posted inଖେଳ

ମାଗଣା ଖାଦ୍ୟ ଯୋଗାଇଲେ ଅମ୍ପାୟର ଆଲିମ ଦାର୍‌

ଲାହୋର,୨୭।୩(ପି.ଟି)- ପାକିସ୍ତାନର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏଲିଟ ପ୍ୟାନେଲ ଅମ୍ପାୟର ଆଲିମ ଦାର୍‌ ତାଙ୍କ ବଦାନ୍ୟତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ଚାକିରି ହରାଇଥିବା ବେକାର ଲୋକମାନଙ୍କୁ ସେ ତାଙ୍କ ରେଷ୍ଟୁରାଣ୍ଟରେ ମାଗଣାରେ ଖାଦ୍ୟ ଯୋଗାଇଛନ୍ତି। ପାକିସ୍ତାନରେ ଏକ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନା ଭାଇରସ୍‌ ସଂକ୍ରମଣର ଶିକାର ହୋଇଛନ୍ତି। ଏବେ ପାକିସ୍ତାନରେ ଲକ୍‌ ଡାଉନ ଜାରି ହୋଇଛି। ଫଳରେ କେତେକ ଲୋକ ଚାକିରି ହରାଇଥିଲେ। ଲାହୋରର ପିଆ ରୋଡ୍‌ରେ ଦାର୍‌ଙ୍କର ଏକ ରେଷ୍ଟୁରାଣ୍ଟ ରହିଛି। ଏହାର ନାମ ଡାର୍ସ ଡେଲିଟୋ ରଖାଯାଇଛି। ଯେଉଁମାନେ ରୋଜଗାର ହରାଇଛନ୍ତି ସେମାନେ ମୋ ରେଷ୍ଟୁରାଣ୍ଟକୁ ଆସି ମାଗଣାରେ ଖାଦ୍ୟ ଖାଇପାରିବେ ବୋଲି ଦାର ଟୁଇଟ୍‌ କରି ଏକ ଭିଡିଓ ମେସେଜ୍‌ରେ କହିଛନ୍ତି। ଦାର ତାଙ୍କ କ୍ୟାରିୟରରେ ପାଖାପାଖି ୪୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ ପରିଚାଳନା କରିଛନ୍ତି। ସେ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି। ପାକିସ୍ତାନ ସମେତ ସାରା ବିଶ୍ୱ କରୋନା ଭାଇରସ୍‌ ଏକ ମହାମାରୀର ରୂପ ନେଇଛି ବୋଲି ଦାର କହିଛନ୍ତି। ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ମାନିବାକୁ ସେ ସମସ୍ତ ଜନସଧାରଣଙ୍କୁ ଅନୁରୋଧ କରିଛନ୍ତି। ପୂର୍ବରୁ ପୂର୍ବତନ ପାକିସ୍ତାନ କ୍ରିକେଟର ଶାହିଦ ଆଫ୍ରିଦି ମଧ୍ୟ କରୋନା ଭାଇରସ ବିପକ୍ଷ ଲଢେଇରେ ସାମିଲ ହୋଇଛନ୍ତି। ସେ ତାଙ୍କ ଫାଉଣ୍ଡେଶନ ମାଧ୍ୟମରେ ସମାଜମଙ୍ଗଳ କାର୍ଯ୍ୟ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri