ଭଟଲି,୧୨ା୪(ଡି.ଏନ୍.ଏ.) : ଦିନକୁଦିନ କରୋନା ଭୟାବହତା ରାଜ୍ୟରେ ବଢ଼ିଚାଲିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଗତ ୯ତାରିଖରୁ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ପାଇଁ ବାଧ୍ୟ କରିଛନ୍ତି। ଅନ୍ୟପଟେ ଗ୍ରାମାଞ୍ଚଳରେ ମାସ୍କ ମିଳୁନାହିଁ। ସେଥିପାଇଁ କେତେକ ସଂଗଠନ ପକ୍ଷରୁ ରବିବାର ଭଟଲି ଦୈନିକ ପରିବା ବଜାର ପରିସରରେ ଲୋକଙ୍କୁ ମାଗଣାରେ ମାସ୍କ ବଣ୍ଟନ କରାଯାଇଛି। ଏହାସହିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଦିନ ମାସ୍କ ବ୍ୟବହାର କଲେ କରୋନା ଭଳି ଭୂତାଣୁ ଦୂରେଇ ହେବ ବୋଲି ସଚେତନ କରାଯାଇଥିଲା। ଏହି ଅବସରରେ ଭଟଲି ଚିରଞ୍ଜିଲାଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟର ମୁଖ୍ୟ କହ୍ନେୟାଲାଲ ଅଗ୍ରୱାଲ, କୌସ୍ତୁବ ସାହୁଙ୍କ ସମେତ ଭଟଲି ବଣିକ ସଂଘ ସଦସ୍ୟ ରାଜେଶ ଅଗ୍ରୱାଲ, ରାଧେଶ୍ୟାମ ପଣ୍ଡା, ନରସିଂହ ସାହୁ, ଅର୍ଜୁନ ସାହୁ ପ୍ରମୁଖ ମାଗଣାରେ ୪୦୦ ମାସ୍କ ବଣ୍ଟନ କରିଥିଲେ। ସେହିପରି ଭଟଲି ଭାଜପା ପକ୍ଷରୁ ରାଜ୍ୟ ଯୁବ ଭାଜପା ସମ୍ପାଦକ ଇରାସିସ୍ ଆଚାର୍ଯ୍ୟ, ଅଚ୍ୟୁତ ବୁଧିଆ, ପ୍ରତାପ ପଧାନ, ଫାରୁକ ଖାଁ, ସରୋଜ ବେହେରା, କ୍ଷୀରୋଦ ପଧାନ ପ୍ରମୁଖ ଲୋକଙ୍କୁ ମାଗଣାରେ ୧୨୦୦ ମାସ୍କ ବଣ୍ଟନ କରିଥିଲେ। ଏହି ଅବସରରେ ଭଟଲି ବିଡିଓ ଧୀରେନ୍ଦ୍ର ସେଠୀ, ଭଟଲି ଥାନା ଅଧିକାରୀ ରଞ୍ଜିତ କୁମାର ନାଏକ ପ୍ରମୁଖ ପୋଲିସ କର୍ମଚାରୀମାନେ ବଜାରରେ ବୁଲି ଉଭୟ ଚାଷୀ ଏବଂ ଖାଉଟିମାନଙ୍କ ପାଖକୁ ଯାଇ ପ୍ରତ୍ୟହ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।
Posted inHome, ଆମ ଜିଲା ଖବର, କରୋନା ଭାଇରସ୍, ବରଗଡ଼ View All
ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’
ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…
କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ
ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…
ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…
କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…
ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି
ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…
ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…
ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…
ବାହାରେ ବୁଲିବା ପଡ଼ିଲା ମହଙ୍ଗା
ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…
କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ
ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…
ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…
ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…
Archives

