ମା’କେ ଝୁରି ହେଉଛନ୍‌ ଶିବାନନ୍ଦ: ସରକାରୀ ସାହାଯ୍‌ ଆଶ୍‌ରେ ପରିବାର

ଲୋଇସିଂହା, ୨୮ା୧୨ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଛେଲବାହାଲ ଗଁାର ପ୍ରେମାନନ୍ଦ ଦନ୍ତା(୪୫)କଁର ମାଏକିନା ଲବଙ୍ଗକଁର ମାସେ ତଲେ ମୁର୍‌ତୁ ହେଇଛେ। ଏନ୍‌ତାଥି ତାକର ସାଢ଼େ ୪ ବଛର୍‌ର ପୁଓ ଶିବାନନ୍ଦ ମା’କେ ହରମେଶା ଝୁରି ହେଉଛନ୍‌। ବଡ଼ଭାଗି ସମିଆ ସେ ମା’କେ ଝୁରି ଝୁରି କଁଦାକଟା କରବାର ଲାଗି ତାହାକୁ ଜର ହେଇଯାଉଛେ ବଲି ତାକର ପଡ଼ିଶା ଘରର ଲୋକ୍‌ କହିଛନ୍‌।
ସୂଚନା ହିସାବେ ଯୋଗୀସର୍ଡ଼ା ପଁଚେତ୍‌ ଅଧୀନ ଛେଲବାହାଲ ଗଁାର ପ୍ରେମାନନ୍ଦକଁର ପରିବାର କହେଲେ ପଁଚମ୍‌ ଶ୍ରେଣୀରେ ପଢ଼ୁଥିବାର ଝି’ ପ୍ରିୟଙ୍କା ଆର ପୁଓ ଶିବାନନ୍ଦକୁଁ ନେଇ ସଁସାର। ମାସେ ତଲେ ମାଏକିନା ଲବଙ୍ଗ ଆରପାରକେ ଚାଲିଯାଇଛନ୍‌। ଏନ୍‌ତାଥି ଦୁଇ ମା’ଛେଉଁଡ୍‌ ଛୁଆ ମା’କେ ଝୁରି ଝୁରି ଅଲାଜିଅଁା ହେଇଯାଉଛନ୍‌। ଅନେକ ସମିଆରେ ତାକର ଦିହିପା ଖରାପ ହେଇଯାଉଛେ। ଇଆଡ଼େ ପ୍ରେମାନନ୍ଦ ଝନେ ନିହାତି ଗରିବ୍‌ ଲୋକ୍‌, ଜମିବାଡ଼ି ବଲି କିଛି ନାଇଁ। କୁଲିମଜୁରି କରି କୁଟୁମ ପୁଷୁଛନ୍‌। ମାସକେତେ ତଲେ ପରିବାରଟା ଅଲପ୍‌ ରୁଜ୍‌ଗାରରେ ବି ହଁସ୍‌ଖୁସିରେ ଚଲୁଥିଲେ। ହେଲେ ଅଚାନକ ନଭେମ୍ବର ଦୁତୀଅ ହପ୍‌ତାବେଲେ ଲବଙ୍ଗକଁର ଦିହିପା ଖରାପ ହେଇ ମୁହୁଁ ମୁରି ହେଇଯାଇଥିଲା। ପ୍ରେମାନନ୍ଦ ଲବଙ୍ଗକୁଁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭରତି କରିଥିଲେ। ସେଠାନେ ଦିନାକେତେ ଚିକିଛା କଲା ଉତାରୁ ଡାକ୍‌ତର ବୁର୍ଲା ନେବାକେ ପରାମଶ ଦେଇଥିଲେ। ଏନ୍‌ତାଥି ପ୍ରେମାନନ୍ଦ ଧାରଉଧାର କରି ଲବଙ୍ଗକୁଁ ବୁର୍ଲା ବଡ଼ ଡାକ୍‌ତରଖାନା ନେଇଥିଲେ। ସେଠାନେ ଚିକିଛାଧୀନ ଅବସ୍‌ତାରେ ନଭେମ୍ବର ୨୭ ତାରିଖ ଲବଙ୍ଗକଁର ମୁର୍‌ତୁ ହେଇଥିଲା। ଲବଙ୍ଗକଁର ମୁର୍‌ତୁରେ ପ୍ରେମାନନ୍ଦ ଦୁଖ୍‌ରେ ଭାଂଗି ପଡ଼ିଛନ୍‌। ଦୁଇ ଛୋଟ୍‌ ଛୋଟ୍‌ ଛୁଆକର ଭବିଷତ୍‌ କେନ୍‌ଥେଇ ଗଢ଼ବେ, ପାଲପୋଷ କରବେ ସେ ଚିନ୍‌ତାରେ ତାହାକୁ ଚାର୍‌ହିକୁତି ଅଁଧାର ଦିଶୁଛେ। ପ୍ରେମାନନ୍ଦ ଝି’କେ କେହେନ୍‌ସିମିତି ଭୁରତେଇଛନ୍‌। ହେଲେ ପୁଓ ଶିବାନନ୍ଦକୁଁ ଭୁରତାବାର ତାକର ପକ୍ଷେ ସମ୍‌ଭବ ନାଇଁ ହେବାର। ସେ ସବୁବେଲେ ମା’ର ପାସ୍‌କେ ଯିମି ବଲି ଜିଦ୍‌ ଧରୁଛନ୍‌। ଶୁକୁରବାର ଶିବାନନ୍ଦ ସଖାଲୁ ଉଠ୍‌ଲାରୁ ପ୍ରେମାନନ୍ଦ ତାହାକୁ ବ୍ରସ କରାବାକେ ଗଁାଖୁଲିକେ ଆନିଥିଲେ। ହେଲେ ଶିବାନନ୍ଦ ମା’ ବ୍ରସ୍‌ କରେଇଦେବା, ମା’କେ ଡାକିଆନ ବଲି ଜିଦ୍‌ କରି କଁଦାକଟା କରିଥିଲେ। ଇ ଦୁରୁଶ୍‌ ଦେଖି ଆସେପାସେ ଥିବାର ଲୋକ୍‌ମାନକର ଆଏଁଖ୍‌ଥୁ ଲହ ଝରି ପଡ଼ିଥିଲା। ଲବଙ୍ଗ ଚାଲିଗଲା ଉତାରୁ ପ୍ରେମାନନ୍ଦ ଏହେଦେ ମା’ବାପ୍‌ ଦୁଇଝନ୍‌କର ଦାଇତିଅ ତୁଲଉଛନ୍‌। ଛୁଆକୁ ଦେଖ୍‌ରେଖ କରବାର ଲାଗି ବି ଘରେ କେହି ନାଇଁ। ଏନ୍‌ତାଥି ସେ ବାହାରକେ କୁଲିମଜୁରି କରିଯାଇ ନାଇଁପାରବାର। ଇଆଡ଼େ ପ୍ରେମାନନ୍ଦ ଲବଙ୍ଗକଁର ଚିକିଛା ଲାଗି ଆଗ୍‌ରୁ ଲାଗ୍‌ବରମସରେ ବୁଡ଼ି ରହିଛନ୍‌। କିଛି ସରକାରୀ ସାହାଯ୍‌ ମିଲ୍‌ଲେ ହେଲେ ଛୁଆପିଲାକର ଭବିଷତ୍‌ ଗଢ଼ିପାରତି ବଲି ପ୍ରେମାନନ୍ଦ କହିଛନ୍‌। ଗଁାବାସୀ ବି ଇ ଦୁଖି ପରିବାରକେ ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଗୋଚର ଜମିରୁ ମୋରମ ଉଠାଇ ବନ ବିଭାଗ କରୁଛି ରାସ୍ତା କାମ

ପାଟଣାଗଡ଼, ୨୬ା୭(ଡି.ଏନ.ଏ.) ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ପ୍ରଶାସନ ବେଆଇନ ମୋରମ ଚୋରା ଚାଲାଣ ବେଳେ ୪ ଟ୍ରାକ୍ଟର, ଗୋଟିଏ ଜେସିବିକୁ ଜବତ କରିଛି। ସୋମବାର...

ଆନ୍ତଃରାଜ୍ୟ ବସ୍‌ ଚଳାଚଳ ନେଇ ନିଆଯାଇନାହିଁ ନିଷ୍ପତ୍ତି

ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜ୍ୟରେ ଲକ୍‌ଡାଉନ୍‌ ନିୟମ କୋହଳ କରାଯାଇଥିଲେ ସୁଦ୍ଧା ଆନ୍ତଃରାଜ୍ୟ ବସ୍‌ ଚଳାଚଳ ନେଇ ଅନିଶ୍ଚିତତା ଜାରି ରହିଛି। ଏ ନେଇ ଶନିବାର ପ୍ରତିକ୍ରିୟା ରଖି...

୩ଦିନ ଅସମ୍ଭାଳ ତାତି: ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ପାରଦ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟରେ ଏବେଠୁ ଅସମ୍ଭାଳ ହେଲାଣି ତାତି। ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟାଇଁ ଟାଇଁ ଖରା ହେଉଥିବାବେଳେ ୧୧ଟାରୁ ୪ଟା ତତଲା ପବନ...

ପ୍ରଥମ ରନର୍ସ ଅପ୍‌ ହେଲେ ଗଞ୍ଜାମର ଗୁଞ୍ଜନ

ଭୁବନେଶ୍ୱର, ୧୭।୮ (ବ୍ୟୁରୋ)-ରାଜ୍ୟ ତଥା ଜାତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କମାଲ୍‌ ଦେଖାଉଛନ୍ତି ଓଡ଼ିଆ ଝିଅ। ନୂଆଦିଲ୍ଲୀରେ ଅନୁଷ୍ଠିତ ସର୍ବଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ ରନର୍ସଅପ୍‌...

ବୃଦ୍ଧାଙ୍କୁ ଗଁ। ଦାଣ୍ଡରେ ପିଟିଲେ ମା, ବାପା, ପୁଅ ଅଟକ

ଗଞ୍ଜାମ,୨୧ା୭(ଡି.ଏନ.ଏ.)- ସାମାନ୍ୟ ମାଛ କିଣାବିକାକୁ ନେଇ ଜଣେ ବୃଦ୍ଧାଙ୍କୁ ଗଁା ଦାଣ୍ଡରେ ମାଡ ମାରିଛନ୍ତି ମା’, ବାପା ଓ ପୁଅ। ଏନେଇ ଗଞ୍ଜାମ ଥାନାରେ ସମ୍ପୃକ୍ତ...

ନକଲି ସାର୍ଟିଫିକେଟ୍‌ରେ ଶିକ୍ଷକତା

ଭଦ୍ରକ ଅଫିସ, ୧୯।୧୧- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଅଁା ନିକଟସ୍ଥ ସୁଦର୍ଶନପୁର ଅଞ୍ଚଳର ଜଣେ ଯୁବକ ନକଲି ସାର୍ଟିଫିକେଟ ଦେଇ ୮ ବର୍ଷ ଧରି...

ବିକାଶଠାରୁ ବହୁ ଦୂରରେ ଝରକାଢ଼ି ସାନ୍ତାଳିପଡ଼ା

ମହାକାଳପଡ଼ା,୧୧।୧୨ (ଡି.ଏନ.ଏ.): ମୌଳିକ ସେବାରୁ ବଞ୍ଚିତ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଖରିନାସୀ ପଞ୍ଚାୟତର ଏକ ନମ୍ବର ୱାର୍ଡର ଝରକାଢ଼ି ସାନ୍ତାଳିପଡ଼ା।...

ପ୍ରେମିକ ଗିରଫ: ଲୁଟ୍‌ ଟଙ୍କାରେ ପ୍ରେମିକାଙ୍କୁ ଦେଉଥିଲେ ଦାମୀ ଉପହାର

କେନ୍ଦ୍ରାପଡ଼ା ଅଫିସ୍‌, ୧୩ା୬: ଚୋରି, ଡକାୟତି ଟଙ୍କାରେ ପ୍ରେମିକାଙ୍କୁ ଉପହାର ଦେବା ଭଳି ବହୁ ଘଟଣା ଟିଭି ସିରିଏଲ ଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ।...

Advertisement
Archives

Model This Week