ମହୀଧରପୁରରେ ପୃଥକ୍‌ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

ଅନୁଗୋଳ ଅଫିସ,୧୨।୧୦: ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁରରେ ଶନିବାର ୨ଟି ସ୍ଥାନରେ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଶୁଶୁଡା ଅଞ୍ଚଳର ନରେଶ ମାହାଳିକ(୩୨) ଓରଫ ପିଣ୍ଟୁ। ଗୁରୁତର ଦ୍ୱୟ ହେଲେ ଶୁଶୁଡା ଅଞ୍ଚଳର ସତ୍ୟବ୍ରତ ମହାପାତ୍ର ଓ ଫୁଲପଡା ଅଞ୍ଚଳର ଯଶବନ୍ତ ତ୍ରିପାଠୀ।
ସୂଚନାଯୋଗ୍ୟ, ପିଣ୍ଟୁ ଓ ସତ୍ୟବ୍ରତ ବାଇକ୍‌ (ଓଡି୧୯ କେ ୭୦୫୨) ଯୋଗେ ମହୀଧରପୁରରୁ ଅନୁଗୋଳ ଅଭିମୁଖେ ଯାଉଥିଲେ। ହାଟଛକ ନିକଟରେ ଏକ ୪୦୭ ଟ୍ରକ୍‌ ତାଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ପିଣ୍ଟୁଙ୍କୁ ମୃତ ଘୋଷଣା କରିଥିଲେ।
ସେହିପରି ମହୀଧରପୁର କାଜୁ ସାହିର ଯଶବନ୍ତ ବାଇକ୍‌ ଯୋଗେ ଅନୁଗୋଳ ଅଭିମୁଖେ ଯାଉଥିବା ବେଳେ ଏକ ଟିପ୍ପର ଗାଡ଼ି (ଓଡି ୧୫ ଏସ ୫୪୪୫) ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣା ଘଟାଇଥିବା ମିନିଟ୍ରକ୍‌ ଏବଂ ଟିପ୍ପର ଗାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର ତହସିଲ ଦୁଇ ଭାଗ: ନିଯୁକ୍ତି ହେବେ ଅନେକ ଅମିନ-ଆରଆଇ କହିଲେ…

ସମ୍ବଲପୁର, ୨।୨(ପ୍ରମୋଦ ବହିଦାର): ସମ୍ବଲପୁରର ରାଜସ୍ବ ବିଭାଗ ଓ ବିକାଶମୂଳକ କାର୍ଯ୍ୟକୁ ନେଇ ସୋମବାର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।…

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସମେତ ୧୫ ଅଭିଯୁକ୍ତ କୋର୍ଟରେ ହାଜର

ବ୍ରହ୍ମପୁର,୨।୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ୧୫ ଅଭିଯୁକ୍ତ ସୋମବାର ଜିଲା ଦୌରାଜଜ୍‌…

ଭାରତ ବିପକ୍ଷରେ ଖେଳିବନି ପାକିସ୍ତାନ, ପ୍ରତି ୧୦ ସେକେଣ୍ଡରେ ହେବ ଏତେ କ୍ଷତି , ଜାଣିଲେ…

ନୂଆଦିଲ୍ଲୀ,୨।୨: ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଏହାର ସରକାର ଟି-୨୦ ବିଶ୍ୱକପରେ ସେମାନଙ୍କର କ୍ରିକେଟ ଦଳ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଫେବୃଆରୀ ୧୫ ତାରିଖରେ ଭାରତ…

ଗୁମର ଖୋଲିଲେ ଶାହିଦ ଆଫ୍ରିଦି: କହୁ କହୁ କହିଦେଲେ ପାକିସ୍ତାନ ନ ଖେଳିବା…

ଇସଲାମାବାଦ୍‌,୨।୨: ୨୦୨୬ ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ନ ଖେଳିବା ପାଇଁ ପାକିସ୍ତାନର ନିଷ୍ପତ୍ତି ଉପରେ ଅନେକ ପ୍ରମୁଖ ବ୍ୟକ୍ତି ପ୍ରତିକ୍ରିୟା ଦେଉଛନ୍ତି। ପୂର୍ବତନ ପାକିସ୍ତାନୀ ଅଲରାଉଣ୍ଡର…

ଲକ୍ଷେ ଯାଏ ଖସିଯିବ ସୁନା! ଏକ୍ସପର୍ଟ କଲେ ବଡ଼ ଖୁଲାସା…

ନୂଆଦିଲ୍ଲୀ,୨।୨: ବିଶ୍ୱ ଅସ୍ଥିରତା ଯୋଗୁଁ ଗତ ବର୍ଷ ଧରି ସୁନା ଏବଂ ରୂପା ମୂଲ୍ୟରେ ଲଗାତାର ରେକର୍ଡ ଉଚ୍ଚତା ସତ୍ତ୍ୱେ ଗତ ତିନିରୁ ଚାରି ଦିନ ମଧ୍ୟରେ…

ଫେବୃଆରୀ ୨ରେ ନୁହଁ, ଏହି ତାରିଖରେ ସାତଫେରା ନେବେ ରଶ୍ମିକା-ବିଜୟ

ମୁମ୍ବାଇ,୨।୨: ଗ୍ଲାମର ଦୁନିଆର ଫେମସ କପଲ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହ ଖବରକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ନୂଆ ନୂଆ…

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ଭବିଷ୍ୟବାଣୀ କଲେ ରିକି ପଣ୍ଟିଂ: ଅଷ୍ଟ୍ରେଲିଆ ନୁହେଁ, ଏହି ଦଳ ହେବ ଚାମ୍ପିୟନ୍‌

ସିଡନୀ,୨।୨:ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଏବଂ କିମ୍ବଦନ୍ତୀ କ୍ରିକେଟ ବିଶେଷଜ୍ଞ ରିକି ପଣ୍ଟିଂ ICC ପୁରୁଷ T20 ବିଶ୍ୱକପ 2026 ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ପଣ୍ଟିଂ…

ବଜେଟ ଘୋଷଣା ପରେ ଶସ୍ତା ହେବ କି ମୋବାଇଲ? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨।୨: ଯେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକ ସଭାରେ ବଜେଟ 2026 ଉପସ୍ଥାପନ କରୁଥିଲେ, ଦେଶର ଲକ୍ଷ ଲକ୍ଷ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା: କ’ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri