Posted inଖେଳ

ମହିଳା କ୍ରିକେଟ ବିଶ୍ୱକପ: କୌଣସି ଦଳ ଫେଭରାଇଟ୍‌ ନୁହଁନ୍ତି: ମିଥାଲି

ନୂଆଦିଲ୍ଲୀ, ୫।୫-
ଆସନ୍ତା ବର୍ଷ ପ୍ରାରମ୍ଭରେ ମହିଳା କ୍ରିକେଟ ବିଶ୍ୱକପ ଅନୁଷ୍ଠିତ ହେବ । ମାତ୍ର କୋଭିଡ୍‌-୧୯ ଯୋଗୁ ଏହି ମେଗା ଇଭେଣ୍ଟ ପାଇଁ କୌଣସି ଦଳ ପ୍ରସ୍ତୁତି ଆରମ୍ଭ କରିପାରି ନାହାନ୍ତି। ତେଣୁ ଆଗାମୀ ଟୁର୍ନାମେଣ୍ଟ ପାଇଁ କୌଣସି ଦଳ ଫେଭରାଇଟ ନୁହନ୍ତି, ପ୍ରତିଯୋଗିତା ସମସ୍ତଙ୍କ ପାଇଁ ଓପନ ରହିବ ବୋଲି ଅନୁଭବ କରୁଛନ୍ତି ଭାରତୀୟ ଦଳର ଅଧିନାୟିକା ମିଥାଲି ରାଜ। ”ଏବେ ଟ୍ରେନିଂ ବନ୍ଦ, ଜିମ୍‌କୁ ଯିବା ମଧ୍ୟ ମନା। ତେଣୁ ୨୦୨୧ ଆଇସିସି ମହିଳା ବିଶ୍ୱକପ ପାଇଁ କେହି ଫେଭରାଇଟ ବିବେଚିତ ହେବେନାହିଁ। ତେଣୁ ଭାରତ ପାଇଁ ମଧ୍ୟ ସୁଯୋଗ ରହିବ“ ବୋଲି ମିଥାଲି କହିଛନ୍ତି। ୨୦୧୭ ବିଶ୍ୱକପର ଫାଇନାଲରେ ଭାରତ ଦୁର୍ଭାଗ୍ୟଜନକଭାବେ ଇଂଲଣ୍ଡଠାରୁ ହାରିଯାଇଥିଲା। ଏଥର କିନ୍ତୁ ଦଳ ପୂର୍ବାପେକ୍ଷା ଶକ୍ତିଶାଳୀ। ”ଆମକୁ ଏବେ କୌଣସି ଦଳ ହାଲ୍‌କାଭାବେ ନେଇ ପାରିବେ ନାହିଁ। କ୍ରମାଗତଭାବେ ଆମେ ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକୁ ହରାଇ ଆସୁଥିବାରୁ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢ଼ିଛି। ଆମେ ମଧ୍ୟ ଯେ କୌଣସି ଦଳକୁ ହରାଇ ପାରିବା ହୃଦ୍‌ବୋଧ ହୋଇଛି“ ବୋଲି ମିଥାଲି ପ୍ରକାଶ କରିଛନ୍ତି।
ଆୟୋଜକ ନ୍ୟୁଜିଲାଣ୍ଡ ସମେତ ଆଇସିସି ମହିଳା ଚାମ୍ପିୟନଶିପ୍‌ର ଶ୍ରେଷ୍ଠ ୪ ଦଳଭାବେ ଭାରତ ସ୍ବାଭାବିକଭାବେ ବିଶ୍ୱକପ ଯୋଗ୍ୟତା ହାସଲ କରିଛି। ଭାରତ ୨୦୦୫ ଓ ୨୦୧୭ରେ ଫାଇନାଲରେ ପ୍ରବେଶ କରିଥିଲେ ହେଁ ଟାଇଟଲ ହାସଲରୁ ବଞ୍ଚତ୍ତ ହୋଇଥିଲା। ନିଜ ନେତୃତ୍ୱରେ ଭାରତକୁ ବିଶ୍ୱକପ ଜିତାଇବାକୁ ଚାହାନ୍ତି ମିଥାଲି। ଟି୨୦ କ୍ରିକେଟରୁ ଅବସର ନେଇ ସେ କେବଳ ଏକଦିବସୀୟ କ୍ରିକେଟ ଉପରେ ଫୋକସ କରୁଛନ୍ତି। ଗୋଟିଏ ଫର୍ମାଟରେ ଖେଳୁଥିବାରୁ ଟୁର୍ନାମେଣ୍ଟ ପାଇଁ ଫିଟ୍‌ନେସ ବଜାୟ ରଖିବା କେତେ ଗୁରୁତ୍ୱପୂର୍ଣ୍ଣ ତାହା ସେ ଭଲଭାବେ ଜାଣନ୍ତି। ” ମୋ ବୟସରେ ଫିଟ୍‌ନେସ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ନିଜ ଉପରେ ମୋ ଭରସା ରହିଛି । ଏବେ ମଧ୍ୟ ଅନେକ କିଛି କରିବାର ମନୋବଳ ମୋ ନିକଟରେ ଅଛି। ରିଦିମ ପାଇଁ ମୁଁ କିଛି ସେସନ ଅଭ୍ୟାସ ଆବଶ୍ୟକ କରୁଛି“ ବୋଲି ମିଥାଲି ପ୍ରକାଶ କରିଛନ୍ତି। ୨୦୧୭ ବିଶ୍ୱକପର ଫାଇନାଲରେ ଇଂଲଣ୍ଡ ୭ ଉଇକେଟ ହରାଇ ୨୨୮ରନ କରିଥିବାବେଳେ ଭାରତ ୪୮.୪ ଓଭରରେ ୨୧୯ ରନରେ ଅଲଆଉଟ ହୋଇ ମାତ୍ର ୯ ରନରେ ପରାଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri