ମହାରାଷ୍ଟ୍ର, ହରିୟାଣାରେ ପୁଣି ଭାଜପା

ନୂଆଦିଲ୍ଲୀ,୨୨ା୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ସୋମବାର ଶେଷ ହୋଇଛି। ଗୁରୁବାର ଭୋଟଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ତେବେ ଭୋଟଗ୍ରହଣ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ବୁଥ୍‌ ଫେରନ୍ତା ଜନମତ (ଏକ୍‌ଜିଟ୍‌ ପୋଲ୍‌) ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଉଭୟ ରାଜ୍ୟରେ ଭାଜପା ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ପୁଣିଥରେ ସରକାର ଗଢ଼ିବ ବୋଲି ଅଧିକାଂଶ ଗଣମାଧ୍ୟମ ପୂର୍ବାନୁମାନ କରିଛନ୍ତି।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଠନ ଲାଗି କୁହୁକ ସଂଖ୍ୟା ୧୪୫ ହୋଇଥିଲାବେଳେ ଭାଜପା-ଶିବସେନା ମେଣ୍ଟକୁ ୨୩୦ ଆସନ ମିଳିବ ବୋଲି ଟାଇମ୍ସ ନାଓ ଏକ୍‌ଜିଟ ପୋଲ୍‌ ପୂର୍ବାନୁମାନ କରିଛି। ଏଥିରେ କଂଗ୍ରେସ ଏନ୍‌ସିପି ମେଣ୍ଟକୁ ମାତ୍ର ୪୮ ଆସନ ମିଳିବ ବୋଲି କୁହାଯାଇଥିଲାବେଳେ ଅନ୍ୟାନ୍ୟ ଦଳଙ୍କୁ ୧୦ଟିରେ ସୀମିତ ରହିବାକୁ ପଡିବ। ସେହିପରି ନ୍ୟୁଜ୍‌ ୧୮-ଆଇପିଏସ୍‌ଓଏସ୍‌ ସର୍ଭେ ଅନୁଯାୟୀ ଭାଜପା-ଶିବସେନା ମେଣ୍ଟକୁ ୨୪୩ ଆସନ ମିଳିବାକୁ ଥିଲାବେଳେ କଂଗ୍ରେସ-ଏନ୍‌ସିପିକୁ ୪୧ ଓ ଅନ୍ୟମାନଙ୍କୁ ୪ ଆସନ ମିଳିବ। ଦେବେନ୍ଦ୍ର ଫଡ୍‌ନବିସ୍‌ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଭାଜପା ପକ୍ଷରୁ ଘୋଷଣା କରାଯାଇଛି। ଏବିପି ନ୍ୟୁଜ୍‌-ସି ଭୋଟର ଏକ୍‌ଜିଟ ପୋଲ୍‌ ଅନୁଯାୟୀ ଭାଜପା-ଶିବସେନା ମେଣ୍ଟକୁ ୧୯୨ରୁ ୨୧୬ ଆସନ ମିଳିବାକୁ ଥିଲାବେଳେ ବିରୋଧୀ ମେଣ୍ଟକୁ ୫୫ରୁ ୮୧ ଆସନ ମିଳିବା ପୂର୍ବାନୁମାନ କରାଯାଇଛି। ସେହିପରି ଇଣ୍ଡିଆ ଟୁଡେ-ଆକ୍ସିସ ସର୍ଭେରେ ଶାସକ ମେଣ୍ଟକୁ ୧୬୬-୧୯୪ ଆସନ ଏବଂ କଂଗ୍ରେସ-ଏନ୍‌ସିପି ମେଣ୍ଟକୁ ୭୨ରୁ ୯୦ ଆସନ ମିଳିବ ବୋଲି କୁହାଯାଇଛି। ରିପବ୍ଲିକ-ଜନ୍‌ କୀ ବାତ୍‌ ସର୍ଭେ ଅନୁଯାୟୀ ଭାଜପା-ଶିବସେନା ମେଣ୍ଟକୁ ୨୧୬-୨୩୦ ଏବଂ କଂଗ୍ରେସ-ଏନ୍‌ସିପିକୁ ୫୨-୫୯ ଆସନ ମିଳିବ। ନ୍ୟୁଜ୍‌ ଏକ୍ସ-ପୋଲ୍‌ ଷ୍ଟ୍ରାଟ୍‌ ସର୍ଭେ ଅନୁଯାୟୀ ଶାସକ ମେଣ୍ଟ ୧୮୮ରୁ ୨୦୦ ଆସନ ପାଇବାକୁ ଥିଲାବେଳେ ବିରୋଧୀ ମେଣ୍ଟକୁ ୭୪ରୁ ୮୯ ଏବଂ ଅନ୍ୟମାନଙ୍କୁ ୬ରୁ ୧୦ ଆସନ ମିଳିବ ବୋଲି କୁହାଯାଇଛି।
ହରିୟାଣାରେ ମଧ୍ୟ ଅନୁରୂପ ପୂର୍ବାନୁମାନ କରାଯାଇଛି। ଟାଇମ୍ସ ନାଓର ବୁଥ୍‌ଫେରନ୍ତା ଜନମତ ସର୍ଭେ ଅନୁଯାୟୀ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ଶାସକ ଭାଜପାକୁ ୭୧ ଆସନ ମିଳିବାକୁ ଥିବାବେଳେ କଂଗ୍ରେସକୁ ୧୧ ଓ ଅନ୍ୟ ଦଳଙ୍କୁ ୮ ଆସନ ମିଳିବ। ସେହିପରି ରିପବ୍ଲିକ୍‌ ଟିଭି- ଜନ କୀ ବାତ୍‌ ଅନୁଯାୟୀ ଭାଜପାକୁ ୫୨ରୁ ୬୩, କଂଗ୍ରେସକୁ ୧୫ରୁ ୧୯ ଏବଂ ଅନ୍ୟମାନଙ୍କୁ ୮ରୁ ୧୨ ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି। ଏଠାରେ ମ୍ୟାଜିକ୍‌ ନମ୍ବର ହେଉଛି ୪୬।
ସିଏନ୍‌ଏନ୍‌ ନ୍ୟୁଜ୍‌୧୮-ଆଇପିଏସ୍‌ଓଏସ୍‌ ଏକ୍‌ଜିଟ ପୋଲ୍‌ରେ ଭାଜପାକୁ ୭୫ ଆସନ ମିଳିବ ବୋଲି କୁହାଯାଇଥିଲାବେଳେ କଂଗ୍ରେସ ୧୦ଟିରେ ବିଜୟୀ ହେବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ଏହି ସଂସ୍ଥା ଆଇଏନ୍‌ଏଲ୍‌ଡିକୁ କୌଣସି ଆସନ ଦେଇନାହିଁ। ସେହିପରି ନ୍ୟୁଜ୍‌ଏକ୍ସ-ପୋଲ୍‌ଷ୍ଟ୍ରାଟ ସର୍ଭେ ଅନୁଯାୟୀ ଭାଜପା ୭୫ରୁ ୮୦ ଆସନ ପାଇବାକୁ ଥିବାବେଳେ କଂଗ୍ରେସ ୯ରୁ ୧୨ ଆସନରେ ସୀମିତ ରହିବ ଓ ଅନ୍ୟମାନଙ୍କୁ ୪ଟି ଆସନ ମିଳିବ। ଅବ୍‌କି ବାର ୭୫ ପାର୍‌ ବୋଲି ଭାଜପା ପକ୍ଷରୁ ହରିୟାଣାରେ ସ୍ଲୋଗାନ ଦିଆଯାଇଥିଲା। ନିର୍ବାଚନ ପ୍ରଚାରରେ ଭାଜପା ମୁଖ୍ୟତଃ ଜାତୀୟ ସୁରକ୍ଷା ଏବଂ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ପ୍ରାଧାନ୍ୟ ଦିଆଯାଇଥିଲା। ଭାଜପା ପାଇଁ ପ୍ରଚାରର ମଙ୍ଗ ଧରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ତଥା ଦଳ ଅଧ୍ୟକ୍ଷ ଅମିତ୍‌ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ କଂଗ୍ରେସ ପାଇଁ ପ୍ରଚାରର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବର୍ଷ ଧରି ଯୁବତୀଙ୍କ ଦେହରେ ଥିବା ଗୁଳିକୁ ବାହାର କଲେ ଡାକ୍ତର

ହାଇଦ୍ରାବାଦ,୨୩।୧୨: ତେଲେଙ୍ଗାନା ଜାହାନୁମା ଫାଲକନୁମା ଅଞ୍ଚଳର ଆସମା ବେଗମ(୧୯)ଙ୍କ ଶରୀରରେ ଥିବା ଗୁଳିକୁ ପ୍ରାୟ ୨ ବର୍ଷ ପରେ ବାହାର କରାଯାଇଥିବା ଜଣାପଡିଛି। ନିଜାମ ଇନଷ୍ଟିଚ୍ୟୁଟ...

କରୋନାକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କଲେ ପ୍ରଧାନମନ୍ତ୍ରୀ: କହିଲେ, ସତର୍କ ରହିବା ଜରୁରୀ

ନୂଆଦିଲ୍ଲୀ,୨୭।୪: ଗତ ୨ସପ୍ତାହ ଧରି ଦେଶରେ ବର୍ଦ୍ଧିତ କରୋନା ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଧ୍ୟାହ୍ନ ୧୨ଟାରେ ଭିଡିଓ କନଫରେନ୍ସିଂରେ ରାଜ୍ୟର ସମସ୍ତ...

ସୋନୁଙ୍କ ବିରୋଧରେ ୨୦ କୋଟି ଆୟକର ଫାଙ୍କିବା ଅଭିଯୋଗ …

ମୁମ୍ବାଇ,୧୮।୯: ବଲିଉଡ୍‌ ଅଭିନେତା ସୋନୁସୁଦ୍‌ଙ୍କ ବିରୋଧରେ ଆୟକର ବିଭାଗ ପକ୍ଷରୁ ଅଭିଯୋଗ ଅଣାଯାଇଛି। ସୋନୁ ୨୦ କୋଟି ଟଙ୍କାର ଆୟକର ଫାଙ୍କିଥିବା କୁହାଯାଉଛି। ନିଜ ଆୟ...

ବୁଲେଟ୍‌ ଚଢ଼ି ବିବାହମଣ୍ଡପରେ ପହଞ୍ଚିଲେ କନ୍ୟା

ପାଟନା,୭।୩: ସବାରି କିମ୍ବା ଚାରି ଚକିଆ ଯାନରେ କନ୍ୟା ବିବାହମଣ୍ଡପକୁ ଆସିବା କଥା ସମସ୍ତେ ଶୁଣିଥିବେ। ହେଲେ ବିହାରର ଗୟାରେ ଜଣେ କନ୍ୟା ୧୬ ଶୃଙ୍ଗାର...

‘ଏବେ ଗୁଣ୍ଡାଗର୍ଦ୍ଦି ରାଜନୀତିକୁ ଓହ୍ଲାଇଛି ଭାଜପା’

ନୂଆଦିଲ୍ଲୀ,୩୧।୮: ଗୁଜରାଟରେ ଆମ୍‌ ଆଦମୀ ପାର୍ଟି ନେତା ମନୋଜ ସୋରାଥିଆଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏଏପି ଏମ୍‌ପି ରାଘବ ଚଢା ଭାଜପାକୁ ଘେରିଛନ୍ତି। ବର୍ତ୍ତମାନ...

ବିଭାଜନ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ମୋଦି-ଶାହା

ନୂଆଦିଲ୍ଲୀ,୧୪ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ‘ବିଭାଜନ ବିଭିଷିକା ସ୍ମୃତି ଦିବସ’ ଅବସରେ ଦେଶର ବିଭାଜନ ସମୟରେ ମୃତ୍ୟୁ ହୋଇଥିବା ସମସ୍ତ ନାଗରିକଙ୍କୁ...

ନାବାଳିକା ବକ୍ସରଙ୍କୁ ବଳାତ୍କାର

ମୁମ୍ବାଇ,୧୨।୩ : ମୁଲନ୍ଦ ଅଞ୍ଚଳରେ ଜଣେ ନାବାଳିକା ବକ୍ସରଙ୍କୁ ବଳାତ୍କାର ଅଭିଯୋଗରେ ୩୦ ବର୍ଷୀୟ କୋଚ୍‌ଙ୍କୁ ଗିରଫ କରାଯାଇଛି। ଏ ନେଇ ଗୁରୁବାର ସ୍ପଷ୍ଟ କରିଛି...

ବିହାର ବିଧାନସଭା ନିର୍ବାଚନ ପାଇଁ ଭାଜପାର ଶଙ୍ଖନାଦ: ମାସ ବି ଘୋଷଣା କଲେ ନଡ୍ଡା

ପାଟନା,୨୨।୨: ବିହାର ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଶନିବାର ଶଙ୍ଖନାଦ କରାଯାଇଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଆୟୋଜିତ ଏକ ସଭାରେ ଏନେଇ ସୂଚନା...

Advertisement
Archives

Model This Week