Posted inଜାତୀୟ

ମହାରାଷ୍ଟ୍ରରେ ପ୍ରବଳ ବର୍ଷା: ୬ ମୃତ

ମୁମ୍ବାଇ,୫ା୮(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ଦୁଇଦିନ ହେଲା ପ୍ରବଳ ବର୍ଷା ଲାଗି ରହିଥିବାବେଳେ ମୁମ୍ବାଇ ଓ ସତାରାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ଅଞ୍ଚଳରେ ବନ୍ୟାପାଣି ଘେରରେ ରହିଯାଇଥିବା ୪୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାୟୁସେନା ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ବାୟୁସେନା ଏବଂ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ନିୟୋଜିତ କରାଯାଇଛି। ସାନ୍ତାକ୍ରୁଜ୍‌ ଅଞ୍ଚଳରେ ବଜ୍ରପାତରେ ମାଆପୁଅଙ୍କ ମୃତ୍ୟୁ ହୋଇଥିବାବେଳେ ଧରାବୀରେ ଜଣେ ଯୁବକ ଭାସିଯାଇଛନ୍ତି। ପୁଣେରେ ଡ୍ରେନପାଣିରେ ଭାସିଯାଇ ଦୁଇଜଣଙ୍କ ମୃତ୍ୟୁ ହୋଇଛି।
ଶନିବାର ରାତିସାରା ପ୍ରବଳ ବର୍ଷା ଫଳରେ ମହାନଗରୀ ସମେତ ଆଖପାଖ ଅଞ୍ଚଳରେ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି। ରବିବାର ସକାଳେ ଟ୍ରେନ୍‌ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପାଲଘର ଜିଲାରେ ଜଣେ ୧୬ ବର୍ଷର ନାବାଳକ ବନ୍ୟାପାଣିରେ ଭାସିଯାଇଛନ୍ତି। କ୍ରମାଗତ ଦୁଇଦିନ ଧରି ବର୍ଷା ଲାଗିରହିବା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଠାଣେ, ପାଲଘର ଜିଲା ଓ ନଓ୍ବି ମୁମ୍ବାଇ ସହରରେ ଦୁଇଦିନ ଧରି ଅବାରିତ ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିପଡ଼ିଛି। ୨୪ ଘଣ୍ଟାରେ ମୁମ୍ବାଇରେ ୧୦୦ ମିଲିମିଟର ବର୍ଷା ହୋଇଥିବାବେଳେ ଠାଣେ ଓ ନଓ୍ବି ମୁମ୍ବାଇରେ ୨୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ବିଭିନ୍ନ ରୁଟ୍‌ରେ ଲୋକାଲ ଟ୍ରେନ୍‌ ଚଳାଚଳ ବାତିଲ ଯୋଗୁ ଦୈନନ୍ଦିନ ଯାତ୍ରୀ ଅଫିସ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ରେଳଲାଇନ୍‌ ବର୍ଷାପାଣିରେ ବୁଡ଼ି ରହିଛି। ପୁଣେ-ମୁମ୍ବାଇ ଲାଇନରେ ମଧ୍ୟ ଟ୍ରେନ ଚଳାଚଳ ବନ୍ଦ ରହିଛି। ଦୁରନ୍ତୋ, କୋଣାର୍କ ଏକ୍ସପ୍ରେସ୍‌, ଅମୃତସର ଏକ୍ସପ୍ରେସ୍‌, ଦେବଗିରି ଏକ୍ସପ୍ରେସ ଭଳି ଦୂରଗାମୀ ଟ୍ରେନ୍‌ଗୁଡିକ ବିଭିନ୍ନ ସ୍ଥାନରେ ଅଟକି ରହିଛି। ବର୍ଷା ସାଙ୍ଗକୁ ଜୋରରେ ପବନ ବହିବା ଫଳରେ ସମୁଦ୍ରରେ ଉଚ୍ଚ ଜୁଆର ଆସିଛି। ଯାହା ଫଳରେ ବର୍ଷାପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଛି। ମିଠି ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ବିପନ୍ନମାନଙ୍କୁ ରିଲିଫ କ୍ୟାମ୍ପକୁ ନିଆଯାଇଛି। ସେମାନଙ୍କୁ ଖାଦ୍ୟ ପ୍ୟାକେଟ ଓ ପାଣି ଯୋଗାଇ ଦିଆଯାଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ବାର୍ଭି ଏବଂ ଉଲାସ ନଦୀକୂଳିଆ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ଠାଣେ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଠାଣେ, ରତ୍ନଗିରି ଓ ପୁଣେରେ ସୋମବାର ସ୍କୁଲ କଲେଜ ଛୁଟି କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖଣ୍ଡପୀଠରେ ସାବରିମାଲା ମାମଲାର ହେବ ବିଚାର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪।୧୧: ସାବରିମାଲା ମାମଲାର ବିଚାର ଏଣିକି ବଡ଼ ଖଣ୍ଡପୀଠରେ କରାଯିବ ବୋଲି ଗୁରୁବାର ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ବିଚାର ପ୍ରଧାନ ବିଚାରପତି ରଞ୍ଜନ...

ଋଣ ଭାର ସହି ନ ପାରି କୋଲ୍ଡ ଡ୍ରିଙ୍କସ୍‌ରେ ଜହର ମିଶାଇ ପିଇଲେ ପରିବାର ସଦସ୍ୟ: ୩ ଜଣଙ୍କ ମୃତ୍ୟୁ

ଭୋପାଳ,୨୫।୫: ଋଣ ଭାର ସହି ନ ପାରି ଜହର ମିଶା କୋଲ୍ଡ ଡ୍ରିଙ୍କସ୍‌ ପିଇ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶ...

୧୭ତମ ଲୋକ ସଭାରେ ୧୫୯ ଏମ୍‌ପିଙ୍କ ବିରୋଧରେ ଗୁରୁତର ଆପରାଧୀକ ମାମଲା: ଏଡିଆର୍‌ ରିପୋର୍ଟ

ନୂଆଦିଲ୍ଲୀ,୨୬।୫: ଦେଶର ୧୭ତମ ଲୋକ ସଭା ପାଇଁ ନିର୍ବାଚିତ ହୋଇଥିବା ୫୪୨ ଏମ୍‌ପି ମଧ୍ୟରୁ ୧୫୯ଙ୍କ ବିରୋଧରେ ଗୁରୁତର ଆପରାଧୀକ ମାମଲା ଥିବା ଆସୋସିଏଶନ୍‌ ଫର୍‌...

ପୁଣି ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ୩ ହଜାର ଟପିଲା ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେକାବୁ୍‌ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର...

ଫେବୃୟାରୀ ୨ରେ ଘୋଷଣା କରାଯିବ ସିବିଏସ୍‌ଇ ଦଶମ-ଦ୍ୱାଦଶ ପରୀକ୍ଷା ସୂଚୀ

ନୂଆଦିଲ୍ଲୀ,୨୮ ।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ)ର ଦଶମ ଓ ଦ୍ୱାଦଶ ଶ୍ରେଶୀ ବୋର୍ଡ ପରୀକ୍ଷା ଲାଗି ଫେବୃୟାରୀ ୨ରେ ପରୀକ୍ଷା ସୂଚୀ ଘୋଷଣା କରାଯିବ...

ଯାହା ଅନୁମାନ କରୁଥିଲେ ହୁଏତ ଓଲଟା ଫଳ ମିଳିବ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୫: ଆସନ୍ତା ରବିବାର ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଥିବା ବେଳେ ଏବେ ଫଳାଫଳକୁ ନେଇ ପ୍ରାୟ ସବୁ ରାଜନୈତିକ...

ପାର୍ଲାମେଣ୍ଟ୍‌ ପରିସରରେ ମହାତ୍ମାଙ୍କ ପ୍ରତିମୂର୍ତ୍ତି ଗେଟ୍‌ ନମ୍ବର ୧ରୁ ହଟାଗଲା

ନୂଆଦିଲ୍ଲୀ, ୨୦।୧: ପାର୍ଲାମେଣ୍ଟ୍‌ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଗେଟ୍‌ ନମ୍ବର ୧ରୁ ହଟାଇ ଦିଆଯାଇଛି। ଏବେ ଏହାକୁ ଗେଟ୍‌ ନମ୍ବର ୨ ଏବଂ ୩...

‘ଖାନ ସାର୍‌ଙ୍କ ଉପରୁ ମାମଲା ହଟାଅ’

ପାଟଣା,୨୮।୧: ରେଲଓ୍ବେର ରିକ୍ରୁଟମେଣ୍ଟ ପ୍ରକ୍ରିୟା ବିରୋଧରେ ଚାଲିଥିବା ହିଂସାତ୍ମକ ଛାତ୍ର ଆନ୍ଦୋଳନ ସହ ସମ୍ପୃକ୍ତି ଅଭିଯୋଗରେ ବିହାରର ଖାନ ସାରଙ୍କ ସହ ଅନ୍ୟମାନଙ୍କ ବିରୋଧରେ ମାମଲା...

Advertisement
Archives

Model This Week