Posted inଜାତୀୟ

ମହାରାଷ୍ଟ୍ରରେ ଏନ୍‌ଡିଏ, ହରିୟାଣାରେ ଝୁଲା

ନୂଆଦିଲ୍ଲୀ,୨୫-୧୦(ପି.ଟି.):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ଭାଜପା-ଶିବସେନା ମେଣ୍ଟକୁ ପୁଣିଥରେ ସରକାର ଗଠନ ପାଇଁ ସ୍ପଷ୍ଟ ଜନାଦେଶ ମିଳିଥିବାବେଳେ ହରିୟାଣାରେ ଗୈରିକ ଦଳ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି। ମହାରାଷ୍ଟ୍ରରେ ଭାଜପାକୁ ୧୦୬ ଓ ଶିବସେନାକୁ ୫୬ ଆସନରେ ସଫଳତା ମିଳିଥିବାରୁ ଦେବେନ୍ଦ୍ର ଫଡ୍‌ନବିସ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ପଥ ପରିଷ୍କାର ହୋଇଛି। ଏହି ରାଜ୍ୟରେ ପୂର୍ବ ରାଜିନାମା ଅନୁସାରେ ୫୦-୫୦ ସୂତ୍ରରେ ସରକାର ଗଠନ କରାଯିବ ବୋଲି ଶିବସେନା ପକ୍ଷରୁ କୁହାଯାଇଛି। ତେବେ ଉତ୍ତର ଭାରତର ଅନ୍ୟତମ ପ୍ରମୁଖ ହିନ୍ଦୀଭାଷୀ ରାଜ୍ୟ ହରିୟାଣାରେ ଭାଜପା କିମ୍ବା କଂଗ୍ରେସକୁ ସଂଖ୍ୟାଗରିଷ୍ଠତା ମିଳିନାହିଁ। ଫଳରେ ଏଠାରେ ଝୁଲା ବିଧାନସଭା ସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଭାଜପାକୁ ୪୦ ଆସନରେ ସଫଳତା ମିଳିଥିବାବେଳେ କଂଗ୍ରେସ ୩୧ ଆସନରେ ଜିତିଛି। ଅନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀ ୯ ଆସନରେ ବିଜୟୀ ହୋଇଥିବାବେଳେ ଦୁଷ୍ୟନ୍ତ ଚୌତାଲାଙ୍କ ନେତୃତ୍ୱାଧୀନ ଜନନାୟକ ଜନତା ପାର୍ଟି (ଜେଜେପି) ୧୦ ଆସନ ଦଖଲ କରିବାରେ ସକ୍ଷମ ହୋଇଛି। ଫଳରେ ଦୁଷ୍ୟନ୍ତ ଏଥର ‘କିଙ୍ଗ୍‌ ମେକର’ ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ ବୋଲି ଭାଜପା ପକ୍ଷରୁ କୁହାଯାଇଛି। ଦେଶରେ ଲାଗିରହିଥିବା ଆର୍ଥିକ ମାନ୍ଦାବସ୍ଥା ଓ ଅନ୍ୟ କେତେକ ସମ୍ବେଦନଶୀଳ ପ୍ରସଙ୍ଗ ଆଗରେ ‘ଅନୁଚ୍ଛେଦ ୩୭୦ ଉଚ୍ଛେଦ’ ସଫଳତାକୁ ନେଇ ଭାଜପାର ଧୂଆଁଧାର ପ୍ରଚାର ଫିକା ପଡ଼ିଯାଇଛି ବୋଲି ରାଜନୈତିକ ବିଶ୍ଳେଷକମାନେ ମତଦେଇଛନ୍ତି।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଓ ୯୦ ସଦସ୍ୟତା ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇଥିଲା। ଏହାସହ ଅନ୍ୟ ୭ ରାଜ୍ୟ, ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୧ ବିଧାନସଭା ଏବଂ ସମସ୍ତିପୁର(ବିହାର) ଓ ସତାରା(ମହାରାଷ୍ଟ୍ର) ଲୋକ ସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ହୋଇଥିଲା। ଗୁରୁବାର ଏହିସବୁ ଆସନରେ ଭୋଟ ଗଣତି କରାଯାଇଛି। ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୪୫ ହୋଇଥିବାବେଳେ ନିର୍ବାଚନ କମିଶନଙ୍କ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ ଭାଜପାକୁ ୧୦୬ ଓ ଶିବସେନାକୁ ୫୬ ଆସନରେ ସଫଳତା ମିଳିଛି। ବିରୋଧୀ କଂଗ୍ରେସକୁ ୪୪ ଓ ଶରଦ ପାଓ୍ବାରଙ୍କ ନେତୃତ୍ୱାଧୀନ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)କୁ ୫୪ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀ ୨୮ ଆସନରେ ବିଜୟୀ ହୋଇଛନ୍ତି। ଏହି ରାଜ୍ୟରେ ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ପ୍ରଦର୍ଶନ ପୂର୍ବ ଭଳି ହୋଇ ନ ଥିଲେ ହେଁ ବିରୋଧୀ କଂଗ୍ରେସ-ଏନ୍‌ସିପି ମେଣ୍ଟକୁ କ୍ଷମତାସୀନ ହେବାରୁ ଅଟକାଇଦେଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ନାଗପୁର ସାଉଥ୍‌ ଓ୍ବେଷ୍ଟ ଓ ଶିବସେନାର ମୁଖ୍ୟମନ୍ତନ୍ତ୍ରୀ ଚେହେରା ଆଦିତ୍ୟ ଠାକ୍‌ରେ ଓ୍ବର୍ଲି ଆସନରେ ବିଜୟୀ ହୋଇଛନ୍ତି। ଏନ୍‌ସିପି ନେତା ଅଜିତ୍‌ ପାଓ୍ବାର ବାରାମତୀ, କଂଗ୍ରେସ ନେତା ପୃଥ୍ବୀରାଜ ଚୌହାନ କରାଡ ସାଉଥ୍‌ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଭୋକର ଆସନରୁ ବିଜୟୀ ହୋଇଛନ୍ତି। ବରିଷ୍ଠ ଭାଜପା ନେତା ସ୍ବର୍ଗତ ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ ପାର୍ଲି ଆସନରେ ପରାଜିତ ହେବା ପରେ କାନ୍ଦୁଥିବା ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମହାରାଷ୍ଟ୍ରରେ ୨୦୧୪ ବିଧାନସଭା ନିର୍ବାଚନରେ ଭାଜପାକୁ ୧୨୨, ଶିବସେନାକୁ ୬୩, କଂଗ୍ରେସକୁ ୪୨ ଓ ଏନ୍‌ସିପିକୁ ୪୧ ଆସନରେ ସଫଳତା ମିଳିଥିଲା।
ସେହିପରି ଗତ ନିର୍ବାଚନରେ ହରିୟାଣାରେ ଭାଜପାକୁ ୪୭ ଆସନ ସହ ସଂଖ୍ୟାଗରିଷ୍ଠତା ମିଳିଥିଲା। ଆଇଏନ୍‌ଏଲ୍‌ଡି ୧୯ ଓ କଂଗ୍ରେସ ୧୫ ଆସନରେ ଜିତିଥିଲେ। କିନ୍ତୁ ଏଥର ଗଣିତ ବଦଳିଯାଇଛି। ମୁଖ୍ୟମନ୍ତ୍ରୀ ଆସନ ବଜାୟ ରଖିବା ପାଇଁ ମନୋହରଲାଲ ଖଟ୍ଟରଙ୍କୁ କୁହୁକ ସଂଖ୍ୟା ୪୬ ଜରୁରୀ। ଗୁରୁବାର ଭୋଟ ଗଣତି ପରେ ଜଣାପଡ଼ିଛି ଯେ, ଭାଜପା ୪୦ ଆସନରେ ସଫଳ ହୋଇଛି। କଂଗ୍ରେସ ୩୧ ଆସନରେ ବିଜୟୀ ହୋଇଥିବାବେଳେ ଜେଜେପି ୧୦ ଆସନରେ ଜିତିଛି। ଇଣ୍ଡିଆନ୍‌ ନ୍ୟାଶନାଲ ଲୋକଦଳ (ଆଇଏନ୍‌ଏଲ୍‌ଡି) ଗୋଟିଏ ଆସନରେ ବିଜୟୀ ହୋଇଥିବାବେଳେ ଅନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କ ଭାଗରେ ପଡ଼ିଛି ୮ ଆସନ। ଭାଜପା ସ୍ବାଧୀନ ପ୍ରାର୍ଥୀଙ୍କ ସହଯୋଗରେ କୌଣସି ପ୍ରକାରେ କ୍ଷମତାକୁ ଫେରିବା ପାଇଁ ଉଦ୍ୟମ ଜାରି ରଖିଥିତ୍ବାବେଳେ ଜେଜେପି ସମର୍ଥନରେ କଂଗ୍ରେସ ସରକାର ଗଠନ ଲାଗି ଅଣ୍ଟା ଭିଡ଼ିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ରୋହତକ୍‌ର ଗଢ଼ି ସାମ୍ପ୍ଲା-କିଲୋଇ ଆସନରେ ତାଙ୍କ ଭାଜପା ପ୍ରତିଦ୍ୱନ୍ଦ୍ୱୀ ସତୀଶ ନନ୍ଦାଲଙ୍କୁ ୫୮,୩୧୨ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଖଟ୍ଟର କର୍ନାଲ ଆସନରୁ ପୁନଃ ବିଜୟୀ ହୋଇଛନ୍ତି। ଭାଜପାର ବବିତା ଫୋଗଟ ଦାଦ୍ରିରେ, ହକି ଖେଳାଳି ସନ୍ଦୀପ ପେହୋଓ୍ବାରୁ ଓ ଟିକ୍‌ଟିକ୍‌ ଷ୍ଟାର୍‌ ସୋନାଲି ଫୋଗଟ ଆଦମପୁର ଆସନରେ ପରାଜୟର ମୁହଁ ଦେଖିଛନ୍ତି। ସେହିପରି ଭାଜପା ପ୍ରାର୍ଥୀ ଯୋଗେଶ୍ୱର ଦତ୍ତ (ବରୋଦା) ଓ କଂଗ୍ରେସର ରଣଦୀପ ସୁର୍ଜଓ୍ବୋଲା (କୈଠାଲ) ମଧ୍ୟ ପରାଜିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀଙ୍କ ପାଇଁ ‘ଲଡୁ ବିତରଣ ଯୋଜନ’: ପ୍ରତିମାସରେ ମିଳିବ ୧୫ ଲଡୁ

ଗାନ୍ଧିନଗର,୩୧ ।୮: ଗୁଜରାଟ ଗସ୍ତରେ ଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୋମବାର ତାଙ୍କର ନିର୍ବାଚନ ମଣ୍ଡଳୀ ଗାନ୍ଧିନଗରରେ ଗର୍ଭବତୀଙ୍କ ପାଇଁ ପୌଷ୍ଟିକ ‘ଲଡୁ ବିତରଣ ଯୋଜନା’ର...

‘ଝିଅଙ୍କୁ ସୁଯୋଗ ଦେଲେ ଦେଶ ଆଗେଇବ’

ନୂଆଦିଲ୍ଲୀ, ୧୪।୮: ଝିଅମାନଙ୍କୁ ସୁଯୋଗ ଦେଲେ ହିଁ ଦେଶ ଆଗେଇବ। ୭୫ତମ ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି ରାଷ୍ଟ୍ରପତି...

ଅପରାଜିତାଙ୍କ ପ୍ରଶ୍ନର ଉତ୍ତର ଦେଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୨୨।୩: ଭିନ୍ନକ୍ଷମ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଥିବା ବିଦ୍ୟାଳୟଗୁଡ଼ିକୁ ସ୍ବତନ୍ତ୍ର ସ୍ବୀକୃତି ପ୍ରସଙ୍ଗ ଉପରେ ସୋମବାର ଲୋକ ସଭାରେ ଆଲୋଚନା ହୋଇଥିଲା। ଭିନ୍ନକ୍ଷମଙ୍କୁ ଶିକ୍ଷାଦାନ କରୁଥିବା...

୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୁପେନ୍ଦ୍ର ପଟେଲ

ଗାନ୍ଧିନଗର,୧୩ ।୯: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଘାଟଲୋଡିଆ ବିଧାୟକ ଭୁପେନ୍ଦ୍ର ପଟେଲ ଗୁଜରାଟର ୧୭ ତମ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ...

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ, ଓ୍ବାର୍କ ଫ୍ରମ୍‌ ହୋମ୍‌ ପରାମର୍ଶ…

ନୂଆଦିଲ୍ଲୀ,୨୯।୧୦ : ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ଗୁରୁତର ଶ୍ରେଣୀରେ ପହଞ୍ଚିବା ପରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଏନସିଆରରେ କାର୍ଯ୍ୟକାରୀ ହୋଇଥିବା ଗ୍ରେପ୍‌ର କଠୋରତାକୁ ଆହୁରି...

ଭାଜପାକୁ ଭାଙ୍ଗିବାକୁ ପ୍ରୟାସ:ଟିଏମ୍‌ସିରେ ସାମିଲ ହେଲେ ଅନେକ ନେତା

କୋଲକାତା,୨୧।୬: ପଶ୍ଚିମବଙ୍ଗରେ ଭାଜପାକୁ ଆଉ ଏକ ଝଟ୍‌କା ଲାଗିଛି। ଅଲିପୁରଦ୍ୱାରରୁ ଦଳର ଜିଲାଧ୍ୟକ୍ଷ ଗଙ୍ଗା ପ୍ରସାଦ ଶର୍ମା ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ହାତ ଧରିଛନ୍ତି। ସୋମବାର ଦ୍ୱିପ୍ରହରରେ...

ଜନଔଷଧୀ କେନ୍ଦ୍ର ୧୦୫୦୦କୁ ବଢ଼ିବ

ନୂଆଦିଲ୍ଲୀ,୧୮ା୯:ଭାରତ ସରକାର ୨୦୨୫ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ କେନ୍ଦ୍ର(ପିଏମ୍‌ବିଜେକେ) ସଂଖ୍ୟାକୁ ୧୦୫୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ରସାୟନ ଓ...

ଗଣମାଧ୍ୟମରେ ନିଜର ମତ ନ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ୧୬।୪: ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କ ହତ୍ୟା ନେଇ ରାଜନୈତିକ ମହଲରେ ହଟଚମଟ ଦେଖିବାକୁ ମିଳିଛି। ସବୁଆଡୁ ଲଗାତାର ବୟାନବାଜି ଚାଲୁ...

Advertisement
Archives

Model This Week