ମହାରାଜା ବସ୍‌ ଦୁର୍ଘଟଣାକୁ ୩ ବର୍ଷ: ସମୟ ବିତିଛି, ସୁଧୁରିନି କିଛି

(ମନୋଜ କୁମାର ପ୍ରଧାନ) ମାଧପୁର, ୯ା୯:  ଅନୁଗୋଳ ଜିଲା ଆଠମଲ୍ଲିକଠାରେ ଘଟିଥିବା ମହାରାଜା ବସ୍‌ ଦୁର୍ଘଟଣାକୁ ପୂରିଛି ୩ ବର୍ଷ। ୨୦୧୬ ସେପ୍ଟେମ୍ବର ୯ରେ ପୁରୁଣାମାଣତ୍ରୀ ପୋଲ ତଳକୁ ଏହି ବସ୍‌ ଖସି ୧୯ ଜଣଙ୍କ ଜୀବନ ଦୀପ ଲିଭିଯାଇଥିଲା। ବର୍ଷ ପରେ ବର୍ଷ ବିତିଯାଇଥିଲେ ବି ଏହି ଦୁର୍ଘଟଣା ଏବେ ବି ଆଠମଲ୍ଲିକବାସୀଙ୍କ ମନରେ ତାଜାହୋଇ ରହିଛି। ଚାଳକଙ୍କ ବେପରୁଆ ଗାଡ଼ିଚାଳନା, ଓଭରଲୋଡିଂ ଯୋଗୁ ଅକାଳରେ ଏତେ ସଂଖ୍ୟକ ଲୋକଙ୍କ ପ୍ରାଣହାନି ସେତେବେଳେ ପ୍ରଶାସନର ଅପାରଗତାକୁ ପଦାରେ ପକାଇ ଦେଇଥିଲା। ତେବେ ଦୁର୍ଘଟଣା ପରେ ଚେଇଁ ଉଠିଥିବା ପ୍ରଶାସନ, ପରିବହନ ବିଭାଗ ପକ୍ଷରୁ ହଠାତ୍‌ ସମସ୍ତ ନିୟମକୁ କଡ଼ାକଡ଼ି କରାଯାଇଥିଲା। ଆଗକୁ ଏପରି ଦୁର୍ଘଟଣା ଯେପରି ନ ଘଟେ ସେଥିପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପରିବହନ ବିଭାଗ ସହ ପ୍ରଶାସନ ପକ୍ଷରୁ ବଡ଼ ବଡ଼ ପ୍ରତିଶ୍ରୁତି ମିଳିଥିଲା। ହେଲେ କେବଳ ସମୟ ବିତିଛି ସିନା ଯାନବାହନ ଚଳାଚଳଜନିତ ସମସ୍ୟା ଏବେ ବି ସୁଧୁରିପାରି ନ ଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଆଠମଲ୍ଲିକବାସୀ।

ଅସୁରକ୍ଷିତ ଛାତ୍ରୀଛାତ୍ର
ମହାରାଜା ବସ୍‌ରେ କଲେଜ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା। ଏଥିରେ ମୋ ହାତ ଭାଙ୍ଗି ଯାଇଥିଲା। ବସ୍‌ରେ ନିର୍ଦ୍ଧାରିତ ଯାତ୍ରୀଙ୍କଠାରୁ ଅଧିକ ଲୋକଙ୍କୁ ପରିବହନ କରାଯିବା ଦୁର୍ଘଟଣାର ଅନ୍ୟତମ ମୁଖ୍ୟ କାରଣ ଥିଲା। ଏହା ପରେ ବି କିଛି ସୁଧୁରିନି। ହାତଗଣତି ବସ୍‌ରେ ମାଧପୁର, କିଆକଟା, ବିନିକେୟୀ ଅଞ୍ଚଳରୁ ଛାତ୍ରୀଛାତ୍ରମାନେ ଅସୁରକ୍ଷିତ ଭାବେ ଦୈନିକ ଆଠମଲ୍ଲିକ କଲେଜ ଆସୁଛନ୍ତି। ଓଭରଲୋଡିଂ ନ ହେବା ଦିଗରେ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ।
-ଅମର ପ୍ରଧାନ,କୁନ୍ଦନାଳୀ

ମରାମତି ହେଉନି ରାସ୍ତା
ଚାଳକଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁ ଏତେବଡ ଦୁର୍ଘଟଣା ଘଟିଗଲା। ପ୍ରାଣ ହରାଇଥିବା ୧୯ ଲୋକଙ୍କ ମଧ୍ୟରେ ବାପା ବି ଥିଲେ। କ୍ଷତିପୂରଣ ପାଇଁ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ଏଯାଏ ପୂରଣ ହୋଇନାହିଁ। ଆଜି ପର୍ଯ୍ୟନ୍ତ ବୀମା ଟଙ୍କା ମିଳିପାରୁନାହିଁ। ଏବେ ବି ଅନେକ ବସ୍‌ ବେଆଇନ ଭାବେ ଚଳାଚଳ କରୁଛି। ରାସ୍ତା ଅବସ୍ଥା ଖରାପ ଥିଲେ ବି ତାହାର ସମାଧାନ କରାଯାଉ ନାହିଁ।
-ଭୀମସେନ ମହାକୁଡ଼

ଯାଞ୍ଚ କଡ଼ାକଡି ହେଉ
ମହାରାଜା ବସ୍‌ ଦୁର୍ଘଟଣାରେ ୧୯ ଲୋକଙ୍କ ଜୀବନ ଚାଲିଗଲା। ସେତେବେଳେ ପ୍ରଶାସନ ବେଶ୍‌ ତତ୍ପରତା ଦେଖାଇଥିଲା। ହେଲେ ସମୟ କ୍ରମେ ପୁଣି ଅବ୍ୟବସ୍ଥା ଜାରି ରହିଛି। ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀମାନେ ଯା’ଆସ କରୁଛନ୍ତି। ତେଣୁ ସବୁ ରାସ୍ତାରେ ପୋଲିସ ଓ ପରିବହନ କର୍ମଚାରୀ ଜଗି ରହି ବସ୍‌ଗୁଡିକର ଯାଞ୍ଚ କଡ଼ାକଡ଼ି କରିବା ଦରକାର।
-ଅମରେଶ ଷଡ଼ଙ୍ଗୀ, ମାଧପୁର/ରମେଶ ପ୍ରଧାନ, ପୁରୁଣାମାଣତ୍ରୀ

ଅଧିକ ବସ୍‌ର ସୁବିଧା କରାଯାଉ
ଅଳ୍ପ ସଂଖ୍ୟକ ବସ୍‌ ଥିବାରୁ ଅଧିକ ସଂଖ୍ୟାରେ ଯାତ୍ରୀ ସେଥିରେ ଯିବାଆସିବା କରୁଛନ୍ତି। ଫଳରେ ଅନେକ ସମୟରେ ଓଭରଲୋଡିଂ ଦୁର୍ଘଟଣାର କାରଣ ହେଉଛି। ବିଭାଗ ତଥା ସରକାରଙ୍କ ପକ୍ଷରୁ ଏ ଦିଗରେ ଦୃଷ୍ଟି ଦିଆଯାଇ ଆଠମଲ୍ଲିକରେ ଅଧିକ ସଂଖ୍ୟକ ବସ୍‌ ଚଳାଚଳର ସୁବିଧା କରାଯାଉ।
-ଇଂ. ଆଭାସ କୁମାର କ୍ଷେତୀ, ଆଠମଲ୍ଲିକ
-ଦେବେନ୍ଦ୍ର ପ୍ରଧାନ, ସଭାପତି, କୃଷକ ମହାସଂଘ ଆଠମଲ୍ଲିକ ଶାଖା


Enter your email to get our daily news in your inbox.

All Right Reserved By Dharitri.Com

୧୬.୭୨ ଲକ୍ଷ ଟଙ୍କା ଆତ୍ମସାତ: ପ୍ୟାକ୍ସର ପୂର୍ବତନ ସମ୍ପାଦକ ଶ୍ରୀପତି ପ୍ରଧାନ ଗିରଫ

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): ସାର ବିକ୍ରି ଓ ସରକାରୀ ପାଣ୍ଠି ହେରଫେର ମାମଲାରେ ଭିଜିଲାନ୍ସକୁ ବଡ଼ ସଫଳତା। ୧୬.୭୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ…

ବୁଧ-ମଙ୍ଗଳଙ୍କ ଯୋଗରେ ୪ ରାଶିଙ୍କ ଖୋଲିବ ଭାଗ୍ୟ, ୨ଗୁଣା କରିବେ ଇନକମ୍‌! ମାସେ ଯାଏ ଧନଯୋଗ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳବାର ୧ ସେପ୍ଟେମ୍ୱର, ୨୦୨୬ ସଂଧ୍ୟା ୬ଟା ୪୮ ମିନିଟରୁ ବୁଧ ଏବଂ ମଙ୍ଗଳ ଗ୍ରହ ପରସ୍ପରଠାରୁ ୬୦ଓ ଦୂରତାରେ ଅବସ୍ଥାନ କରିବେ,…

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

ୟୁକ୍ରେନ୍‌ରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ୧୨ ମୃତ

କିଭ୍‌,୧ା୯: ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମଙ୍ଗଳବାର କହିଛନ୍ତି। ୟୁକ୍ରେନ୍‌ର ବିଭିନ୍ନ ସହର…

କାହିଁକି ବାରମ୍ୱାର ୨୬ ତାରିଖରେ ଘଟୁଛି ପ୍ରଳୟ? ଭେଙ୍ଗାବାବା ଖୋଲିଲେ ରହସ୍ୟ…

ନୂଆଦିଲ୍ଲୀ,୧।୯: ନେପାଳ-ତିବ୍ଦତ ସୀମାରେ ହିମାଳୟର ହିମବାହ (ଗ୍ଲେସିୟର) ଭାଙ୍ଗି ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ପରେ ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳିଯାଇଛି। ଶହ ଶହ…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

କନ୍ୟାସନ୍ତାନ ଜନ୍ମଦେବା ପରେ ଆଖି ବୁଜିଲେ ମା’

ପାଟଣା, ୧ା୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବଡ଼ପଶି ଗ୍ରାମର କମଳ କିଶୋର ଜେରାଇଙ୍କ ସ୍ତ୍ରୀ ତିଲୋତ୍ତମା ତିରିଆ (୨୫)ଙ୍କର ଚିକିତ୍ସାଧୀନ…

ସାହାଣୀ କପ୍‌ ଫୁଟ୍‌ବଲ୍‌: ୩ରେ ହେବ ଖେଳାଳି ଚୟନ, କେମିତି କରିବେ ଆବେଦନ ଜାଣନ୍ତୁ…

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କ୍ରୀଡ଼ା ସଂସ୍ଥା ଆନୁକୂଲ୍ୟରେ ସାହାଣୀ କପ୍‌ ସିନିଅର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ପାଇଁ ଆସନ୍ତା ଗୁରୁବାର ଷ୍ଟାଡିୟମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri