Posted inଜାତୀୟ

ମହାନଦୀ ଜଳ ବିବାଦ: ଓଡ଼ିଶା, ଛତିଶଗଡ଼କୁ ଦସ୍ତାବିଜ୍‌ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪ା୭: ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ଏକାଧିକ ପ୍ରକଳ୍ପ ନିର୍ମାଣ କରି ଓଡ଼ିଶାକୁ ଜଳପ୍ରବାହରେ ବାଧା ସୃଷ୍ଟି କରିଥିବାବେଳେ ଏହି ମାମଲା ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ଅକ୍ଟୋବର ୧୯ ପୂର୍ବରୁ ଏହା ଉପରେ ଦସ୍ତାବିଜ୍‌ ଦାଖଲ କରିବା ଲାଗି ଟ୍ରିବ୍ୟୁନାଲ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଛତିଶଗଡ଼ର ଉକ୍ତ ପ୍ରକଳ୍ପସ୍ଥଳ ପରିଦର୍ଶନ କରିବା ପୂର୍ବରୁ ଓଡିଶା ସରକାର କେତେକ ତଥ୍ୟ ମାଗିଥିବାବେଳେ ଏହା ଯୋଗାଇଦେବା ଏବଂ ଦୁଇ ରାଜ୍ୟ ମଧ୍ୟରେ ବୈଠକରେ ସମନ୍ବୟ ରକ୍ଷା ପାଇଁ ଟ୍ରିବ୍ୟୁନାଲ ଜଣେ ଆସେସର (ବିଚାରପତିଙ୍କୁ ସହାୟତା କରିବା ଲାଗି ବିଶେଷଜ୍ଞ) ନିଯୁକ୍ତ କରିବେ ବୋଲି ଜଣାପଡିଛି। ଓଡ଼ିଶା ସରକାରଙ୍କ ଆବେଦନକ୍ରମେ ଅଗଷ୍ଟ ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ଲାଗି ଏ.ଏମ୍‌. ଖାନଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି। ଜଣେ ଆସେସର ନିଯୁକ୍ତ ହୋଇଥିବାବେଳେ ପରବର୍ତ୍ତୀ ଶୁଣାଣିରେ ଅନ୍ୟ ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ଖଣ୍ଡପୀଠ କହିଛନ୍ତି।
ଓଡ଼ିଶା ସରକାରଙ୍କ ପ୍ରତିନିଧି ଦଳ ଛତିଶଗଡ଼ରେ ପ୍ରକଳ୍ପସ୍ଥଳ ଅନୁଧ୍ୟାନ କରିବା ପରେ ସେଠାରୁ ଏକ ପ୍ରତିନିଧି ଦଳ ଓଡ଼ିଶା ଆସି ମହାନଦୀ ଜଳପ୍ରବାହ ପରିଦର୍ଶନ କରିବ। ପରେ ଦୁଇପକ୍ଷ ମଧ୍ୟରେ ଆପୋସ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ କରିବେ। ପରିଦର୍ଶନ ପୂର୍ବରୁ ଛତିଶଗଡ଼ ନିର୍ମାଣ କରୁଥିବା ବ୍ୟାରେଜ ସମ୍ପର୍କରେ ଅଧିକ ତଥ୍ୟ ଆବଶ୍ୟକ ବୋଲି ଶୁଣାଣି ବେଳେ ଓଡିଶା ପକ୍ଷରୁ ମହାଧିବକ୍ତା ଅଶୋକ ପରିଜା ଟ୍ରିବ୍ୟୁନାଲଙ୍କୁ କହିଥିଲେ। ଛତିଶଗଡ଼ର ଜବାବ ଉପରେ ପ୍ରତିଜବାବ ତିନିସପ୍ତାହ ମଧ୍ୟରେ ରଖିବା ଲାଗି ଖଣ୍ଡପୀଠ କହିବା ସହ ସମସ୍ତ ପକ୍ଷଙ୍କୁ ଦସ୍ତାବିଜ୍‌ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରୁଥିବା ୬ଟି ବ୍ୟାରେଜ୍‌ ଉପରେ ରହିତାଦେଶ ଜାରି କରିବା ସହିତ ଅଣମୌସୁମୀ ଋତୁ (ନଭେମ୍ବରରୁ ମେ)ରେ ଓଡ଼ିଶାକୁ ଜଳପ୍ରବାହ ୧.୭୪ ନିୟୁତ ଏକର ଫୁଟ୍‌ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦ୍‌ ଦିବସ: ଶ୍ରୀନଗରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶ୍ରୀନଗର,୧୩।୭: ଶନିବାର ଜମ୍ମୁ-କଶ୍ମୀର ଶହୀଦ୍‌ ଦିବସ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ତଥା ଶ୍ରୀନଗରର କେତେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।...

ଧର୍ମଠାରୁ ଜୀବନ ବଡ଼

ନୂଆଦିଲ୍ଲୀ, ୨୧ା୭: ବକ୍‌ର-ଇଦ୍‌ ଉତ୍ସବ ପାଇଁ କରୋନା ଲକ୍‌ଡାଉନ୍‌ ଓ ଅନ୍ୟ କଟକଣା କୋହଳ କରିବାକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କେରଳ ସରକାରଙ୍କ ଉପରେ ବର୍ଷିଛନ୍ତି।...

ସରକାର ଗଠନ ନେଇ ଶାହଙ୍କ ସଙ୍କେତ

ନୂଆଦିଲ୍ଲୀ,୨୫-୧୦(ପି.ଟି.):ହରିୟାଣାରେ ଭାଜପା ସରକାର ଗଠନ କରିବ ବୋଲି ଦଳର ଅଧ୍ୟକ୍ଷ ଅମିତ୍‌ ଶାହ ସଙ୍କେତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଜ୍ୟର ବିକାଶ ପାଇଁ...

ମୃତଦେହ ଧରିବାକୁ ଗଙ୍ଗାରେ ଜାଲ

ପାଟନା, ୧୩ା୫: କରୋନା ଆକ୍ରାନ୍ତଙ୍କ ମୃତଦେହ ଦାହ କରି ନ ପାରି ଏହାକୁ ଗଙ୍ଗା ନଦୀରେ ଫିଙ୍ଗି ଦିଆଯାଉଥିବା ଘଟଣା ଉତ୍ତର ଭାରତରେ ଭୟର ବାତାବରଣ...

ଧର୍ମପରିବର୍ତ୍ତନ ସହିତ ନିଜ ପସନ୍ଦର ଜୀବନସାଥୀ ଚୟନ କରିପାରିବେ ସାବାଳକ: ହାଇକୋର୍ଟ

କୋଲକାତା,୨୩।୧୨: ସାବାଳକମାନେ ଧର୍ମପରିବର୍ତ୍ତନ କରିବା ସହିତ ନିଜ ପସନ୍ଦର ଜୀବନସାଥୀ ଚୟନ କରିପାରିବେ। ଏନେଇ ତାଙ୍କୁ କେହି ବାଧା ଦେଇପାରିବେ ନାହିଁ। କୋଲକାତା ହାଇକୋର୍ଟଙ୍କ ପକ୍ଷରୁ...

୭୬ବର୍ଷ ପରେ ଜଣେ ଶିଶୁ ପାଇଁ ଖୋଲିଲା ସ୍କୁଲ

ଚେନ୍ନାଇ. ୨୦।୬: ତାମିଲନାଡୁର ଏକ ପ୍ରାଥମିକ ସ୍କୁଲ ୭୬ ବର୍ଷ ପରେ ଗୋଟିଏ ଶିଶୁ ପାଇଁ ଖୋଲିଛି। କ୍ଲୂପରାଇର ଚିନ୍ନାଇକଲ୍ଲାରର ଏହି ସ୍କୁଲ ଦ୍ରବିଡାର ଏବଂ...

ଆଲିଗଡ଼ରେ ବିକ୍ଷୋଭବେଳେ ଗୁଳିମାଡ଼

ନୂଆଦିଲ୍ଲୀ,୨୪ା୨(ପି.ଟି.): ଉତ୍ତରପ୍ରଦେଶର ଆଲିଗଡ଼ଠାରେ ରବିବାର ସିଏଏ ବିରୋଧୀ ବିକ୍ଷୋଭ ହିଂସାତ୍ମକ ରୂପ ନେଇଛି। ପୋଡ଼ାଜଳା ଓ ଟେକାମାଡ଼ ପରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ...

କେଜରିୱାଲଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୨୧ ।୯: କିଛି ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ସବୁ ଦଳ ପ୍ରସ୍ତୁତ ହୋଇଗଲେଣି । ଭୋଟରଙ୍କୁ ଆକୃଷ୍ଟ...

Advertisement


Archives

Model This Week