Posted inଜାତୀୟ

ମନମୋହନଙ୍କ ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହୃତ

ନୂଆଦିଲ୍ଲୀ,୨୭ା୮: କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସୁରକ୍ଷା ହ୍ରାସ କରିଛନ୍ତି। ତାଙ୍କୁ ଯୋଗାଇଦିଆଯାଇଥିତ୍ବା ସ୍ବତନ୍ତ୍ର ସୁରକ୍ଷା ଗ୍ରୁପ୍‌ (ଏସ୍‌ପିଜି) ପ୍ରତ୍ୟାହାର କରିନିଆଯାଇ ଜେଡ୍‌ ପ୍ଲସ୍‌ ସୁରକ୍ଷା ପ୍ରଦାନ କରାଯାଇଛି। କୌଣସି ପ୍ରଧାନମନ୍ତ୍ରୀ ପଦ ଛାଡିବାର ବର୍ଷକ ପରେ ତାଙ୍କୁ ଯୋଗାଇ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଥାଏ। ୨୦୧୪ ମେ ମାସରେ ମନମୋହନ ପ୍ରଧାନମନ୍ତ୍ରୀ ପଦ ଛାଡିଥିଲେ ହେଁ ତାଙ୍କୁ ୫ ବର୍ଷ ହେଲା ଏସ୍‌ପିଜି ସୁରକ୍ଷା ଯୋଗାଇ ଦିଆଯାଇ ଆସୁଥିଲା। ଏଣିକି ସିଆର୍‌ପିଏଫ୍‌ ଯବାନମାନେ ମନମୋହନଙ୍କୁ ସୁରକ୍ଷା ଯୋଗାଇବେ। ଏବେ ଏସ୍‌ପିଜି ସୁରକ୍ଷା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମିଳୁଛି।
୧୯୯୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନିଧନ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଅନୂ୍ୟନ ୧୦ ବର୍ଷ ପାଇଁ ଏସ୍‌ପିଜି ସୁରକ୍ଷା ଯୋଗାଇଦେବାକୁ ଆଇନରେ ସଂଶୋଧନ କରାଯାଇଥିଲା।୨୦୦୩ରେ ଏସ୍‌ପିଜି ଆଇନରେ ପୁନର୍ବାର ସଂଶୋଧନ କରାଯାଇ ଏହି ସମୟସୀମାକୁ ୧ ବର୍ଷକୁ କମାଇ ଦିଆଯାଇଥିଲା ଏବଂ ଏହା ପରେ ପ୍ରତିବର୍ଷ ବିପଦ ସମ୍ଭାବନାର ସମୀକ୍ଷା କରି କେନ୍ଦ୍ର ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବାର ବ୍ୟବସ୍ଥା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାରାଡୋନାଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୬ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନ୍ ଫୁଟବଲ ଖେଳାଳି ଡିଏଗୋ ମାରୋଡୋନାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କ କ୍ୟାରିୟରରେ ଖେଳ...

କରୋନା ଭାଇରସ୍‌ରେ ସଂକ୍ରମିତ ରୁଷ ପ୍ରଧାନମନ୍ତ୍ରୀ: ଆଶୁ ଆରୋଗ୍ୟ କାମନା କଲେ ମୋଦି

ମସ୍କୋ/ନୂଆଦିଲ୍ଲୀ,୧।୫: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ୨ଲକ୍ଷ ୨୮ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୩୨ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା...

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନାହିଁ ଅମରିନ୍ଦର ସିଂ

ଚଣ୍ଡିଗଡ଼,୩୦।୫: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ମିଡିଆ...

ଭାରତରେ କରୋନା ସହିତ ଲଢ଼େଇ : ସାମାଜିକ ଦୂରତା ବଜାୟ ରଖିବା ହିଁ ଶ୍ରେଷ୍ଠ ପ୍ରତିଷେଧକ ବ୍ୟବସ୍ଥା, କହିଲା ଏମ୍ସ୍‌

ନୂଆଦିଲ୍ଲୀ,୯।୫: ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅଭାବନୀୟ ସ୍ଥିତି...

ଓମିକ୍ରନ୍‌ ଆତଙ୍କ, ୧୦୯ ବିଦେଶ ଫେରନ୍ତା ନିଖୋଜ…

ମୁମ୍ବାଇ,୭।୧୨: ଦେଶରେ କରୋନାର ନୂତନ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶରେ ୨୩ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।...

ନିଷାଦ ପାର୍ଟି ୧୫ ଆସନରେ ଲଢ଼ିବ ବିଧାନସଭା ନିର୍ବାଚନ…

ଲକ୍ଷ୍ନୌ, ୧୬।୧: ଉତ୍ତରପ୍ରଦେଶରେ ଭାଜପା ମେଣ୍ଟରେ ନିଷାଦ ପାର୍ଟି ୧୫ଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଏନେଇ ପାର୍ଟି ଅଧ୍ୟକ୍ଷ ସଞ୍ଜୟ...

ପଢ଼ିବା ପାଇଁ ଏମିତି ପଦକ୍ଷେପ ନେଲେ ଏହି ଗରିବ ଛାତ୍ରୀ, ଜାଣିଲେ କରିବେ ପ୍ରଶଂସା

ମୁମ୍ବାଇ,୨୨ା୮: ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲାରେ ରହୁଥିବା ଜଣେ ଛାତ୍ରୀ ଗାଁରେ ଇଣ୍ଟରନେଟ୍‌ ସୁବିଧା ନ ଥିବାରୁ ଉତ୍ସର୍ଗୀକୃତ ମନୋଭାବ ଏବଂ ପରିଶ୍ରମ ଯୋଗୁ ସେ ପାହାଡ଼ିଆ...

ଦିଲ୍ଲୀ-ଲକ୍ଷ୍ନୌ ସମେତ ଅନ୍ୟ ସହରରେ ମହାଜାଗତିକ ବିରଳ ଦୃଶ୍ୟ…

ନୂଆଦିଲ୍ଲୀ,୨୫।୧୦ : ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟ ପରାଗ ଆରମ୍ଭ ହୋଇଛି। ଏହା ଏକ ଆଂଶିକ ସୂର୍ଯ୍ୟ ପରାଗ। ଏହତ ମହାଜାଗତିକ ଦୃଶ୍ୟ ଭାରତ...

Advertisement
Archives

Model This Week