ମଧ୍ୟାହ୍ନଭୋଜନ ଭାତରେ ପୋକ

ରୂପ୍‌ସା, ୧।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଲଛମନଖୁଣ୍ଟା ୟୁଜିଏମ୍‌ଇ ସ୍କୁଲରେ ଶନିବାର ଉତ୍ତେଜନା ଦେଖାଦେଇଛି। ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନରେ ଦିଆଯାଇଥିବା ଭାତରେ ପୋକ ଥିବାରୁ ଅଭିଭାବକମାନେ ସ୍କୁଲରେ ପହଞ୍ଚତ୍ ହୋହଲ୍ଲା କରିଛନ୍ତି। ପ୍ରଧାନଶିକ୍ଷକଙ୍କ ଦାୟିତ୍ୱହୀନତାକୁ ବିରୋଧ କରି ତାଙ୍କୁ ଅଫିସ୍‌ ଭିତରେ ୫ଘଣ୍ଟା ଅଟକ ରଖାଯାଇଥିଲା। ଘଟଣାସ୍ଥଳରେ ରୂପ୍‌ସା ଥାନା ଏଏସ୍‌ଆଇ ହେମନ୍ତ କୁମାର ଦେବ, ସିଆରସିସି ଅନିଲ କୁମାର ପାତ୍ର, ମ୍ୟାନେଜମେଣ୍ଟ କମିଟି ସଭାପତି ୟୁସୁଫ ଖାନ ପ୍ରମୁଖ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ଅପରାହ୍ନ ସାଢ଼େ ୩ଟାରେ ପ୍ରଧାନଶିକ୍ଷକ ମୁକୁଳିଥିଲେ। ଅଭିଯୋଗ ମୁତାବକ ସମସ୍ୟାର ସମାଧାନ ଦିଗରେ ଶୀଘ୍ର ବିଭାଗୀୟ ପଦକ୍ଷେପ ଗ୍ରହଣ କରା ନ ଗଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।
ଶନିବାର ସକାଳୁଆ ସ୍କୁଲ ଥିଲା। ପୂର୍ବାହ୍ନ ୧୦ଟାରେ ପିଲାଙ୍କୁ ମଧ୍ୟାହ୍ନଭୋଜନ ଖାଇବାକୁ ଦିଆଯାଇଥିଲା। ହେଲେ ଛାତ୍ରୀଛାତ୍ର ପୋକରା ଚାଉଳ ଭାତ ଖାଉଥିବା ଜାଣିପାରି ଅଭିଭାବକ ଜାହିଦ୍‌ ବକ୍ସ, ମଣି ସିଂ, ଚମ୍ପା ବିନ୍ଧାଣୀ, ସର୍ପରାଜ ଖାନ, ପରମାନନ୍ଦ ସିଂ, ଜୀବନ ସିଂ, ଗୌରୀ ମଢୁଆଳ, ଶ୍ରୀକାନ୍ତ ସିଂଙ୍କ ସମେତ ଅନ୍ୟମାନେ ସ୍କୁଲରେ ପହଞ୍ଚତ୍ ଏହାକୁ ବିରୋଧ କରିଥିଲେ। ଛାତ୍ରୀଛାତ୍ରଙ୍କୁ ଦୀର୍ଘଦିନ ଧରି ପୋକରା ଚାଉଳର ଭାତ ଦିଆଯାଉଥିବା ପ୍ରଧାନଶିକ୍ଷକଙ୍କୁ ପୂର୍ବରୁ ଅବଗତ କରାଯାଇଥିଲେ ହେଁ ଏହାର ପୁନରାବୃତ୍ତି ଘଟୁଥିବାରୁ ତାଙ୍କୁ ଅଟକ ରଖି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଫଳରେ ଅନ୍ୟ ଶିକ୍ଷକ ଓ କର୍ମଚାରୀମାନେ ସ୍କୁଲରେ ଅଟକ ରହିଥିଲେ। ବିଦ୍ୟାଳୟ ନଳକୂପରୁ ପାଣି ବାହାରୁ ନ ଥିବାରୁ ସ୍କୁଲ ସମୟରେ ଛାତ୍ରୀଛାତ୍ରଙ୍କୁ ବାହାରକୁ ପାଣି ଆଣିବା ଓ ମାର୍କେଟିଂ ପାଇଁ ପଠାଇବା ପ୍ରଧାନଶିକ୍ଷକଙ୍କ ଦାୟିତ୍ୱହୀନତା ବୋଲି ସିଆର୍‌ସିସିଙ୍କଠାରେ ଅଭିଯୋଗ ହୋଇଥିଲା। ଏହାଛଡ଼ା ଗତ ୨୭ତାରିଖ ଅପରାହ୍ନ ୨ଟା ୨୦ମିନିଟ୍‌ରେ ପିଲାଙ୍କୁ ମଧ୍ୟାହ୍ନଭୋଜନ ଦିଆଯିବା ଘଟଣା ମଧ୍ୟ ସିଆର୍‌ସିସିଙ୍କୁ ଅବଗତ କରାଯାଇଥିଲା। ବିଦ୍ୟାଳୟ ହତା ପରିଷ୍କାର ପରିଚ୍ଛନ୍ନ କରା ନ ଯିବା, ପାଣି ଟାଙ୍କି ବ୍ୟବହାର ଉପଯୋଗୀ ନ ଥିବାରୁ ଉତ୍ତେଜନା ଦେଖାଦେଇଥିଲା। ପ୍ରଧାନଶିକ୍ଷକଙ୍କ ସମେତ ଦୀର୍ଘଦିନ ଧରି ରହିଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ତୁରନ୍ତ ବଦଳି ଦାବି ହୋଇଥିଲା। ସିଆର୍‌ସିସି ପାତ୍ର ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାର୍ଚ୍ଚ ୧୨ ତାରିଖରେ ଅଭିଭାବକ ବୈଠକ ଡକାଯାଇ ସମସ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ଆଲୋଚନା ପୂର୍ବକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ଘୋଷଣା କରିବା ପରେ ଅପରାହ୍ନ ସାଢ଼େ ୩ଟାରେ ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକମାନେ ଘରକୁ ଯାଇଥିଲେ। ଏ ସମ୍ପର୍କରେ ପ୍ରଧାନଶିକ୍ଷକ ରମେଶ ସିଂଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ପୋକରା ଚାଉଳ ପାଛୁଡ଼ି ରୋଷେଇ କରିବା ପାଇଁ ମୁଁ ରୋଷେୟାଙ୍କୁ କହିଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

ଅଣସର ଘରେ ଶ୍ରୀଜୀଉ, ପଟ୍ଟଦିଅଁଙ୍କୁ ପୂଜାର୍ଚ୍ଚନା

କୋରାପୁଟ,୧୧ା୭(ଅମିତାଭ ବେହେରା)-କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉମାନେ ଅଣସର ଘରେ ବିରାଜମାନ ମନ୍ଦିର ସମ୍ମୁଖରେ ପଟ୍ଟଦିଅଁଙ୍କୁ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଅଣସର ଘରେ…

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri