ମଦ ବ୍ୟବସାୟୀଙ୍କୁ ସାବାଡ଼ ପାଇଁ ଶପଥ: ଠେଙ୍ଗା, ଟର୍ଚ୍ଚ ଧରି ବାହାରିଲେ ମହିଳା

ବେଗୁନିଆ, ୨୧।୭(ଡି.ଏନ.ଏ.):  ମଦ ପିଇ ଘରର ପୁରୁଷ ବ୍ୟକ୍ତିମାନେ ଘରକୁ ଆସି ଶାନ୍ତିଶୃଙ୍ଖଳା ଭଙ୍ଗ କରିବା ସହ ମହିଳାଙ୍କୁ ମାଡ ମାରୁଛନ୍ତି। ଏଥିଯୋଗୁ ଅଧିକାଂଶ ଘରେ ମଦ ପାଇଁ ଝଗଡା ଲାଗୁଛି। ମଦ ପିଇ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହୋଇ ରାସ୍ତା ଘାଟରେ ଝିଅ, ବୋହୂମାନଙ୍କୁ କମେଣ୍ଟ ମାରୁଛନ୍ତି। ତେଣୁ ସେମାନେ ବାହାରେ ଚଳପ୍ରଚଳ କରିବାକୁ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ମଦ କାରବାର ରୋକିବାକୁ ଯାଇ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ କଣ୍ଟାବାଡ ପଞ୍ଚାୟତର ମହିଳାମାନେ ଅଣ୍ଟା ଭିଡିଛନ୍ତି। ଘରକୋଣରୁ ମହିଳାମାନେ ନିଜର ପିଲା, ପରିବାର ପାଇଁ ବାହାରକୁ ଗୋଡ କାଢିଛନ୍ତି। ଶତାଧିକ ମହିଳା ମଦ ମାଫିଆଙ୍କୁ ସାବାଡ କରିବାକୁ ଶପଥ ନେଇଛନ୍ତି। ଗଁା ଗଣ୍ଡାରୁ ମଦ କାରବାରକୁ ମୂଳୋତ୍ପାଟନ କରିବାରେ ଲାଗି ପଡିଛନ୍ତି। ସଞ୍ଜ ନଇଁଲେ ଘରର ସମସ୍ତ କାମ ଧନ୍ଦା ଶେଷ କରି ଅନ୍ଧାରରେ ହାତରେ ଠେଙ୍ଗା ଓ ଟର୍ଚ୍ଚ ଧରି ବ୍ୟବସାୟୀଙ୍କୁ ଜଗି ରହୁଛନ୍ତି। ଏଭଳି ପ୍ରୟାସ ୪୫ ଦିନ କରିବା ପରେ ୫୦ ପ୍ରତିଶତ ଚୋରା ମଦ କାରବାର କମିଥିବା ମଦ ବିରୋଧୀ ଅଭିଯାନର ନେତୃତ୍ୱ ନେଉଥିବା ସଭାନେତ୍ରୀ ସୁମିତ୍ରା ପାଣିଗ୍ରାହୀ ଓ ସମ୍ପାଦିକା ବାସନ୍ତୀ ପାଣିଗ୍ରାହୀ କହିଛନ୍ତି। ହେଲେ ସରକାରଙ୍କ ମଦ ବିକ୍ରି ପାଇଁ ପ୍ରୋତ୍ସାହନ ପ୍ରସଙ୍ଗ ଶୁଣି ସେମାନେ ଅଧିକ ତତ୍ପର ହୋଇ ଉଠିଛନ୍ତି। ସରକାର ନେଇଥିବା ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। ମଦ ପାଇଁ ପରିବାର ଭାଙ୍ଗି ଯାଉଛି, ଯୁବଗୋଷ୍ଠୀ ଅବାଟକୁ ଚାଲି ଯାଉଥିବାବେଳେ ଝିଅ, ବୋହୂମାନେ ଅସୁରକ୍ଷିତ ମଣୁଛନ୍ତି। ତେଣୁ ଏସବୁ ବିଶୃଙ୍ଖଳା ପାଇଁ ସରକାର ଦାୟୀ ରହିବେ ବୋଲି ମହିଳାମାନେ କହିଛନ୍ତି। ସରକାରଙ୍କ ନିଷ୍ପତ୍ତି ବିରୋଧରେ ମଦ ବିରୋଧୀ ଅଭିଯାନକୁ ତୀବ୍ରତର କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ମହିଳାମାନେ ଚୋରା ମଦ ବ୍ୟବସାୟୀଙ୍କୁ ଧରିବା ପରେ ପୋଲିସକୁ ଖବର ଦେଉଥିଲେ ହେଁ ସେମାନେ ଆସୁନାହାନ୍ତି। ପୋଲିସ ଚୋରା ମଦ ବ୍ୟବସାୟୀମାନଙ୍କଠାରୁ ମାସିକିଆ ବଟି ନେଉଥିବାରୁ ଧରୁ ନ ଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ବେଗୁନିଆ ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରୁ ନ ଥିବାରୁ ଏହା ଅବାଧରେ ଚାଲିଛି। ବିଭାଗୀୟ କର୍ମଚାରୀମାନେ ବଟି ନେଇ ଚୁପ ହୋଇ ବସି ପଡୁଛନ୍ତି। ସେମାନଙ୍କ ନିଷ୍କ୍ରିୟତା ମଦ ବ୍ୟବସାୟକୁ ବଢାଇବାରେ ସହଯୋଗ କରୁଛି। ଏ ସଂକ୍ରାନ୍ତରେ ସେମାନେ ଜିଲାପାଳଙ୍କୁ ବ୍ଲକରେ ହେବାକୁ ଥିବା ଜନ ଶୁଣାଣିରେ ଅଭିଯୋଗ କରିବେ ବୋଲି କହିଛନ୍ତି। ମହିଳାମାନଙ୍କ ଏଭଳି ପ୍ରୟାସ ଗଁାକୁ ଗଁା ବ୍ୟାପିବାରେ ଲାଗିଛି। ମହିଳାମାନଙ୍କ ଏଭଳି ଉଚ୍ଚକୋଟୀର ପ୍ରୟାସକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri