ମଦ ବିରୋଧରେ ମହିଳା ଗୋଷ୍ଠୀ ଥାନାର ଦ୍ୱାରସ୍ଥ

ବଙ୍ଗୋମୁଣ୍ଡା, ୧୫ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କଁସିଲ ଗଁ।ରେ ଚାଲିଛି ଅବାଧ ମଦ କାରବାର। ଏ ନେଇ ବିଭିନ୍ନ ସମୟରେ ଗ୍ରାମବାସୀ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହିକ୍ରମରେ ବୁଧବାର ଗଁ।ର ମହିଳା ଗୋଷ୍ଠୀ ବଙ୍ଗୋମୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏ ନେଇ ଏକ ଦାବିପତ୍ର ଥାନାଧିକାରିଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଗଁ।ରେ ପ୍ରଚୁର ମଦ ବିକ୍ରି ହେଉଥିବାରୁ ଗରୀବ ଶ୍ରେଣୀର ଲୋକେ ବିଶେଷ କରି ଯୁବଗୋଷ୍ଠୀ ମଦ୍ୟପାନ କରି ଭୁଲ ରାସ୍ତାରେ ଯାଉଛନ୍ତି। ଏଥିପାଇଁ ଗଁ।ରେ ନାନାଦି ସମସ୍ୟା ଲାଗି ରହୁଛି। ଘରେ ଘରେ ଅଶାନ୍ତିକର ବାତାବରଣ ସୃଷ୍ଟି ହେଉଛି। ଲୋକଙ୍କର ଆର୍ଥିକ ସ୍ଥିତି ବିଗିଡି ଗଲାଣି। ଦାରିଦ୍ର୍ୟ ଯୋଗୁ ପିଲାଙ୍କ ପାଠପଢା ଗୁରୁତରଭାବେ ବାଧାପ୍ରାପ୍ତ ହେଉଛି। ଅନ୍ୟପକ୍ଷରେ ସବୁବେଳେ ରାସ୍ତାଘାଟରେ ମଦ୍ୟପଙ୍କ ଆଚରଣ ଓ ଉଚାରଣ ମହିଳାଙ୍କଠାରୁ ଆରମ୍ଭ କରି କୁନି କୁନି ପିଲାଙ୍କ ଉପରେ ପଡୁଛି। ଏଣୁ ଗଁ।ରେ ସମ୍ପୂର୍ଣ୍ଣ ମଦବିକ୍ରି ବନ୍ଦ କରିବା ପାଇଁ ସ୍ମାରକପତ୍ରରେ ଉଲ୍ଳେଖ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ଲକ୍ଷ୍ମୀ ଏସ୍‌ଏଚଜି, ରାଧିକା ଏସ୍‌ଏସ୍‌ଜି, ମାତୃଦୃଷ୍ଟି ଏସ୍‌ଏସ୍‌ଜି, ମା’ ମଙ୍ଗଳା ଏସ୍‌ଏସ୍‌ଜି, ମା’ ସନ୍ତୋଷୀ ପ୍ରଭୃତି ଗଁାର ଏସ୍‌ଏଚ୍‌ଜିର ସଭାନେତ୍ରୀ ଓ ସମ୍ପାଦକଙ୍କ ସମେତ ସଭ୍ୟାସଭ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଟି ଦେଶ ଦେଇ ଗତି କରିବ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା; ତାଙ୍କୁ କେଉଁଠାରେ କବର ଦିଆଯିବ ଜାଣନ୍ତୁ

ତେହରାନ,୨।୭: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତିମ ସଂସ୍କାର ଜୁଲାଇ ୪ ରେ ଆରମ୍ଭ ହେବ ଏବଂ ତାଙ୍କୁ ୯…

ଇସ୍ରୋ ମୁଖ୍ୟାଳୟ ଉଡାଇ ଦେବାକୁ ଆସିଲା ଧମକ: ତଦନ୍ତ ଆରମ୍ଭ

ବେଙ୍ଗାଲୁରୁ,୨।୭: ବେଙ୍ଗାଲୁରୁରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମୁଖ୍ୟାଳୟ ଉଡାଇଦେବାକୁ ଧମକ ମିଳିଛି। ଇସ୍ରୋ ମୁଖ୍ୟାଳୟକୁ ଇମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଛି। ଏହାପରେ…

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

ଆନ୍ଦୋଳନରେ ଡାକ୍ତର, ହଇରାଣ ହେଉଛନ୍ତି ଗରିବ ରୋଗୀ

ପଦ୍ମପୁର,୨ା୭(ପ୍ରଦୀପ୍ତ ଦାଶ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

‘ଅଦୃଶ୍ୟ ସହ ବିପଜ୍ଜନକ’: ଆଇନଗତ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା(AI)ର ବ୍ୟବହାର ବିରୁଦ୍ଧରେ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୭: ନ୍ୟାୟିକ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ନ୍ୟାୟାଳୟ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT) ଏବଂ…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri