ମଦ ନିଗମ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ଖୋର୍ଦ୍ଧା ଅଫିସ, ୨୩।୮: ଛଟେଇ ବନ୍ଦ କରିବା, ଲୋଡିଂ ଅନଲୋଡିଂ ଗୋଟିଏ ପେଟି ପ୍ରତି ୧ ଟଙ୍କା କରାଇବା ଓ ଦାୟିତ୍ୱ ନ ପାଇ ସବୁ କାମରେ ହସ୍ତକ୍ଷେପ କରୁଥିବା ଜଣେ ବ୍ୟକ୍ତିଙ୍କୁ ହଟାଇବା ଦାବି ନେଇ ଶୁକ୍ରବାର ପୂର୍ବାହ୍ନ ୯ଟାରୁ ଖୋର୍ଦ୍ଧା ମଦ ନିଗମ ସମ୍ମୁଖରେ ଶ୍ରମିକମାନେ ଧାରଣା ଦେଇଥିଲେ। ଘଟଣାସ୍ଥଳକୁ ମଦ ନିଗମର ଜି.ଏମ. ଟେକ୍ନିକାଲ ପ୍ରଭାତ ବେହେରା ଆସି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଧାରଣା ହଟିନାହିଁ। ଦାବି ପୂରଣ ନ ହେଲେ ଆନ୍ଦୋଳନ ପ୍ରତ୍ୟାହୃତ ହେବ ନାହିଁ ବୋଲି ଆନ୍ଦୋଳନରତ ଶ୍ରମିକମାନେ କହିଛନ୍ତି। ଅଭିଯୋଗ ଅନୁସାରେ, ରିଟେଲର ଓ କମ୍ପାନୀ ଗାଡିରେ ମଦ ଲୋଡିଂ ଅନଲୋଡିଂ ପାଇଁ ଶ୍ରମିକମାନଙ୍କୁ ପୂର୍ବରୁ ପେଟି ପିଛା ୪୦ ପଇସା ଦିଆ ଯାଉଥିଲା। ଆନ୍ଦୋଳନ ପରେ ୬୦ ପଇସାକୁ ବୃଦ୍ଧି କରାଯାଇଥିଲା। ଶ୍ରମିକଙ୍କ ଯୁକ୍ତି ପେଟି ପିଛା ଦେଢ଼ ଟଙ୍କା ଆସୁଥିବାବେଳେ ୧ ଟଙ୍କା ୧୦ ପଇସା ଓ ୯୦ ପଇସା କୁଆଡେ ଯାଉଛି। ଏହାର ତଦନ୍ତ କରାଯିବାର ଆବଶ୍ୟକତା ଥିବାବେଳେ କରାଯାଉନାହିଁ। ମଜୁରୀ ଦେବାରେ ଉପେକ୍ଷା କରାଯିବା ପରେ ଜିଲା ଶ୍ରମ ଅଧିକାରୀଙ୍କ ପାଖରେ ଅଭିଯୋଗ କରାଯାଇ ମକଦ୍ଦମା କରାଯାଇଛି। ଏଭଳିସ୍ଥଳେ ଖୋର୍ଦ୍ଧା ମଦ ନିଗମରେ କାର୍ଯ୍ୟରତ ଶ୍ରମିକମାନେ ୧୫ ବର୍ଷ ହେଲା କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ଛଟେଇ କରାଯାଇ ନୂଆ ନିଯୁକ୍ତି ଦେବା ପରେ ଆନ୍ଦୋଳନ କରାଯାଇଥିବା ସମ୍ପାଦକ ପ୍ରକାଶ ନାୟକ କହିଛନ୍ତି। ଆନ୍ଦୋଳନ ପୂର୍ବରୁ ଜିଲାପାଳ, ଏସ୍‌ପି, ଜିଲା ଶ୍ରମ ଅଧିକାରୀ, ଏମ୍‌ଡି ମଦ ନିଗମର ଅବଗତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri