ମତ୍ସ୍ୟଜୀବୀଙ୍କ ପାଇଁ ୫ ବର୍ଷୀୟା ଯୋଜନା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଭାରତରେ ପାରମ୍ପରିକ କୃଷିକୁ ଛାଡ଼ି ଦେଲେ ଅନେକ ଲୋକ ମତ୍ସ୍ୟଜୀବୀ ଭାବେ ଜୀବିକା ନିର୍ବାହ କରିଥାନ୍ତି। କୃଷି ଭଳି ମତ୍ସ୍ୟଜୀବୀଙ୍କୁ ଅଧିକ ସଶକ୍ତୀକରଣ ସହ ସେମାନଙ୍କ ରୋଜଗାର ବୃଦ୍ଧି ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଏଥିପାଇଁ ଖୁବଶୀଘ୍ର ରାଜ୍ୟଗୁଡ଼ିକ ସହ ଆଲୋଚନା କରାଯାଇ ଖସଡା ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି। ବିଶେଷ କରି ତାମିଲନାଡୁ, କର୍ନାଟକ, କେରଳ, ଗୋଆ, ଓଡ଼ିଶା,ଆନ୍ଧ୍ର, ତେଲଙ୍ଗାନା, ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟର ମାଛ ଧରାଳି ଏହା ଦ୍ୱାରା ଉପକୃତ ହେବେ ବୋଲି କୁହାଯାଉଛି।
ନ୍ୟାଶନାଲ ଫେଡେରେଶନ ଅଫ୍‌ ଫିସର୍ସ କୋଅପରେଟିଭ୍‌ ଲିଃ ପକ୍ଷରୁ ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଫେଡେରେଶନର ଜାତୀୟ ଆପେକ୍ସ ବଡି ପକ୍ଷରୁ ଏହାର ରୂପରେଖ ପ୍ରସ୍ତୁତ କରାଯିବ। ପାଞ୍ଚବର୍ଷିୟା ଯୋଜନା ଉପରେ ଫେଡେରେଶନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଦେଶର ସମସ୍ତ ମତ୍ସ୍ୟଜୀବୀଙ୍କୁ ଯେପରି ଆଜୀବନ ବୀମାଭୁକ୍ତ କରାଯାଇପାରିବ, ସେ ନେଇ ଧ୍ୟାନ ଦିଆଯାଉଛି। ସାରା ଦେଶରେ ପେସାଗତ ଭାବେ ୧.୬ କୋଟି ମତ୍ସ୍ୟଜୀବୀ ରହିଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ କେବଳ ୩୦ ଲକ୍ଷଙ୍କୁ ବୀମାଭୁକ୍ତ କରାଯାଇଛି। ନିକଟରେ ବେଙ୍ଗାଲୁରୁରେ ଫେଡେରେଶନର ୧୬୯ତମ ବୋର୍ଡ ଅଫ୍‌ ଡିରେକ୍ଟର୍ସ ବୈଠକରେ ମତ୍ସ୍ୟଜୀବୀଙ୍କ ସମସ୍ୟା ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିବା ଜଣାପଡିଛି। ଟି. ପ୍ରସାଦ ରାଓ ଦୋରା ଏହି ବୈଠକର ଅଧ୍ୟକ୍ଷତା କରିଥିବାବେଳେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ମୁକେଶ ଯୋଗଦାନ କରିଥିଲେ। ଫେଡେରେଶନ ଦ୍ୱାରା ସାରା ଦେଶରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ମତ୍ସ୍ୟଜୀବୀଙ୍କୁ ସାମିଲ କରାଯାଇଛି। ତେଣୁ ଆଗାମୀ ଦିନରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ୧୪ ଲକ୍ଷ ୮୦ ହଜାର ୭୦୪(ପ୍ରାୟ ୧୫ ଲକ୍ଷ) ମତ୍ସ୍ୟଜୀବୀ ରହିଥିବା ଜଣାପଡିଛି। ହେଲେ ଏମାନଙ୍କ ମଧ୍ୟରୁ ସମସ୍ତଙ୍କୁ ଉପଯୁକ୍ତ ଚିହ୍ନଟ କରାଯାଇପାରିନାହିଁ। ବଡ଼ ମତ୍ସ୍ୟଜୀବୀ, ଟ୍ରଲର, ଡଙ୍ଗା ଏବଂ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା କେତେକ ବର୍ଗ ହିଁ ଉପକୃତ ହେଉଛନ୍ତି। ଏହି ବର୍ଗର ମତ୍ସ୍ୟଜୀବୀମାନେ ହିଁ ବୀମାଭୁକ୍ତ ହୋଇଛନ୍ତି। ତେଣୁ ରାଜ୍ୟରେ କ୍ଷୁଦ୍ର ମତ୍ସ୍ୟଜୀବୀମାନଙ୍କ ଚିହ୍ନଟ ପ୍ରକ୍ରିୟା ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି। ଥରେ ଉପଯୁକ୍ତ ମତ୍ସ୍ୟଜୀବୀ ଚିହ୍ନଟ ପ୍ରକ୍ରିୟା ହେବା ପରେ ସେମାନଙ୍କ ପାଇଁ ସ୍ଥାୟୀ ଯୋଜନା ଆବଶ୍ୟକ ରହିଥିବା କେତେକ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଭବ ପରୋକ୍ଷରେ ଅଭିଯୋଗକୁ ସ୍ବୀକାର କରିଛନ୍ତି: କଂଗ୍ରେସ

ଭୁବନେଶ୍ୱର,୪ା୨(ବ୍ୟୁରୋ): କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ୨୦୧୪ ରାଜ୍ୟ ସଭା ନିର୍ବାଚନ ସମୟରେ ନିଜର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଭୁଲ୍‌ ତଥ୍ୟ ଦେଇଥିବା ରବିବାର କଂଗ୍ରେସ...

ଲୋକାଭିମୁଖୀ ହେବ ଶ୍ରୀଜଗନ୍ନାଥ ସଂସ୍କୃତି

ପୁରୀ ଅଫିସ, ୭ା୯: ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଅଭିଯାନ ଆରମ୍ଭ ହୋଇଛି। ଏଥିଲାଗି ଶୁକ୍ରବାର ଶ୍ରୀନଅରରେ ଶ୍ରୀଜଗନ୍ନାଥ ତତ୍ତ୍ବ ଗବେଷଣା ପ୍ରକାଶନ ଓ...

ଡେଙ୍ଗୁରା ପିଟି ଚେତାବନୀ

ଅନୁଗୋଳ ଅଫିସ, ୧୪।୪-ଗଁ।କୁ ବାହାର ଲୋକ ଆସିଲେ ସ୍କୁଲ ଘରେ ହୋଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ହେବ। ନଚେତ ୨ ହଜାର ଟଙ୍କା ଜରିମାନା ଆଦାୟ...

ଭୁବନେଶ୍ୱରରୁ ଆଜି ପୁଣି ୭୦ କରୋନା ପଜିିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୭୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୦ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ: ବିନା ବ୍ୟାଟେରି, ବିଦ୍ୟୁତ୍‌ରେ ବାଜୁଛି ରେଡିଓ

ପୁରୀ ଅଫିସ,୨୬ା୫: ବର୍ତ୍ତମାନ ରେଡିଓର ଆଉ ଚାହିଦା ନାହିଁ। ଟିଭି, ମୋବାଇଲ ଯୁଗରେ ରେଡିିଓ ଏକପ୍ରକାର ଅଦରକାରୀ ହୋଇପଡ଼ିଛି। ହେଲେ ଏମିତି ଅଲୋଡ଼ା ପଡିଥିବା ଏକ...

ରଘୁନାଥପାଲି ବିଧାନସଭାରେ ବିଜେଡି ଆଗୁଆ

ରାଉରକେଲା,୨୩।୫: ରଘୁନାଥପାଲି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କିଶୋର ତରାଇ ଆଗରେ ଅଛନ୍ତି। କିଶୋର ୧୧୪୬୨ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଜଗବନ୍ଧୁ...

୩ ମାସରେ ୮୫୮୩ ମଦ୍ୟପ ଡ୍ରାଇଭର ଗିରଫ

ଭୁବନେଶ୍ୱର, ୩।୧୨:(ବ୍ୟୁରୋ): ନୂଆ ମୋଟରଯାନ ଆଇନ ଲାଗୁହେବା ପରଠୁ ରାଜ୍ୟ ପୋଲିସ ପକ୍ଷରୁ ଧରପଗଡ ଜୋରଦାର କରାଯାଉଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ପୋଲିସ ବିଭାଗ...

ଏପ୍ରିଲ ୧ରୁ ଘଣ୍ଟାଏରେ ମିଳିବ ଜମିବାଡ଼ି କାଗଜପତ୍ର

ଭୁବନେଶ୍ୱର, ୨୪।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ବିଭାଗ ମୋ ସରକାର ଅଧୀନକୁ ଆସୁଛି। ଏହି କ୍ରମରେ ଫେବୃୟାରୀ ୧୦ରେ ରାଜସ୍ବ ବିଭାଗ ମୋ...

Advertisement
Archives

Model This Week