Posted inଜାତୀୟ

ଭୟ କମାଉଛି ବିଳମ୍ବିତ ନ୍ୟାୟ

ନୂଆଦିଲ୍ଲୀ,୪ା୧୨: ପରିସଂଖ୍ୟାନ କହେ ପ୍ରତି ୧୫ ମିନିଟରେ ଭାରତର କେଉଁଠି ନା କେଉଁଠି ଜଣେ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ୨୦୧୭ରେ ରୁଜୁ ହୋଇଥିବା ମୋଟ ୩୨,୫୫୯ ବଳାତ୍କାର ମାମଲା ମଧ୍ୟରୁ ୨୯୮ ଘଟଣା (୦.୯%) ଏପରି ରହିଛି, ଯେଉଁଠି ପୀଡ଼ିତା ଶିଶୁକନ୍ୟାଙ୍କ ବୟସ ୬ ବର୍ଷରୁ କମ୍‌। ସେହିପରି ୨.୪% ବଳାତ୍କୃତାଙ୍କ ବୟସ ୬ରୁ ୧୨ ବର୍ଷ। ୧୨-୧୬ ବର୍ଷର ଝିଅ ୧୧.୨%, ୧୬-୧୮ ବର୍ଷୀୟା ଯୁବତୀ ୧୫.୯%, ୩୦-୪୫ ବର୍ଷର ମହିଳା ୧୭.୫% ଯୌନ ବିକୃତିକୁ ସାମ୍ନା କରିଛନ୍ତି। ଅନୁରୂପ ଭାବେ ୧.୫% ପୀଡ଼ିତାଙ୍କ ବୟସ ୪୫ରୁ ୫୦ ବର୍ଷ ଭିତରେ ହୋଇଥିବାବେଳେ ୬୦ ବର୍ଷରୁ କମ୍‌ ବୟସର ୦.୪% ମହିଳା ବଳାତ୍କାରର ଶିକାର ହୋଇଛନ୍ତି। ଅର୍ଦ୍ଧାଧିକ ଅର୍ଥାତ୍‌ ୫୦.୨% ପୀଡ଼ିତାଙ୍କ ବୟସ ୧୮ରୁ ୩୦ ବର୍ଷ ଭିତରେ ବୋଲି ଏନ୍‌ସିଆର୍‌ବି ରିପୋର୍ଟରେ ଦର୍ଶାଯାଇଛି।
କୁହାଯାଏ ବିଳମ୍ବିତ ନ୍ୟାୟ ହେଉଛି ବିଡ଼ମ୍ବିତ ନ୍ୟାୟ। ଅର୍ଥାତ୍‌ ବିଳମ୍ବରେ ନ୍ୟାୟ ମିଳିଲେ ତାହା ନ୍ୟାୟ ନ ମିଳିବା ସହ ସମାନ। ଅଭିଯୁକ୍ତଙ୍କୁ ଆଇନର କାଠଗଡ଼ାରେ ଛିଡ଼ା କରାଇ ଦୋଷୀ ସାବ୍ୟସ୍ତ କରିଦେଲେ କାମ ସରିଯାଏ ନାହିଁ। ବଳାତ୍କାରୀଙ୍କୁ ଫାଶୀଖୁଣ୍ଟରେ ଝୁଲା ନ ଯିବା ଯାଏ ବର୍ବରତାର ଶିକାର ହୋଇଥିବା ନିରୀହ ପୀଡ଼ିତାଙ୍କ ଆମତ୍ାକୁ ଶାନ୍ତି ମିଳେ ନାହିଁ। ଅନ୍ୟପକ୍ଷେ ଥାନାରୁ ନେଇ ସୁପ୍ରିମକୋର୍ଟ ଯାଏ ପୀଡ଼ିତାଙ୍କ ପରିବାର ଧାଉଁଥିବାବେଳେ ଆଇନକୁ ବେଖାତିର ଯୌନ ବିକୃତ ମଣିଷ ଘଟାଇ ଚାଲିଥାଏ ଗୋଟିଏ ପରେ ଗୋଟିଏ ଜଘନ୍ୟ କାଣ୍ଡ। ୨୦୧୨ ଡିସେମ୍ବର ୧୬ରେ ଦିଲ୍ଲୀରେ ନିର୍ଭୟା କାଣ୍ଡ ଭିଆଇଥିବା ବଳାତ୍କାରୀମାନେ ଏବେ ବି ଜୀବିତ। ତିହାର ଜେଲରେ ଘାତକ ନ ଥିବାରୁ ସେମାନଙ୍କ ଆୟୁଷ ବଢ଼ି ବଢ଼ି ଚାଲିଛି। ସମ୍ଭବତଃ ଏହା ଏକ ଦୃଷ୍ଟାନ୍ତ ଭାବେ ଘୃଣ୍ୟ ମାନସିକତା ସମ୍ପନ୍ନ ପୁରୁଷଙ୍କୁ ପରୋକ୍ଷରେ କୁକାର୍ଯ୍ୟ କରିବା ପାଇଁ ପ୍ରେରିତ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ତ୍ୱରିତ ନ୍ୟାୟ ମର୍ଯ୍ୟାଦାର ସହ ଜୀବନ ବିତାଇବା ନିମନ୍ତେ କେବଳ ଏକ ଅଧିକାର ନୁହେଁ, ବରଂ ଏହାସହ ଆଇନର ଅବ୍ୟର୍ଥତା ମଧ୍ୟ। ୨୦୧୨ ନିର୍ଭୟା ଗଣବଳାତ୍କାର ମାମଲାର ରିପୋର୍ଟ ଉପସଂହାରରେ ଜଷ୍ଟିସ୍‌ ଜେ.ଏସ୍‌. ବର୍ମା କମିଟି ଏହା ଉଲ୍ଲେଖ କରିଥିଲେ। ଏହି ମାମଲା ଅଦ୍ୟାବଧି ଶେଷ ହୋଇନାହିଁ। ୨୦୧୨ ଦିଲ୍ଲୀ ଗଣବଳାତ୍କାର ପୀଡ଼ିତା ଓ ହାଇଦ୍ରାବାଦ ଗଣବଳାତ୍କାର ପୀଡ଼ିତାଙ୍କ ମଧ୍ୟରେ କେତେକ ସାମଞ୍ଜସ୍ୟ ରହିଛି। ଉଭୟଙ୍କ ପେସା ଥିଲା ଡାକ୍ତରୀ। ନିର୍ଭୟା ପାରାମେଡିକାଲ ଛାତ୍ରୀ ହୋଇଥିବାବେଳେ ହାଇଦ୍ରାବାଦ ପୀଡ଼ିତା ଜଣେ ପ୍ରାଣୀ ଚିକିତ୍ସକ। ଉଭୟେ ଗଣବଳାତ୍କାରର ଶିକାର ହେବା ପରେ ପରିବହନ କ୍ଷେତ୍ରରେ କାର୍ଯ୍ୟରତ କାମାସକ୍ତ ବ୍ୟକ୍ତିଙ୍କ ଦ୍ୱାରା ପୋଡ଼ିହୋଇ ଜୀବନ ହାରିଥିଲେ। ତେଣୁ ଦୁଇଟିଯାକ ମାମଲାର ପରିଣାମ ସମାନ ନ ହୋଇ ହାଇଦ୍ରାବାଦ ପୀଡ଼ିତାଙ୍କ ବଳାତ୍କାରୀଙ୍କୁ ତୁରନ୍ତ ଫାଶୀ ଦିଆଯାଉ ବୋଲି ସାଧାରଣରେ ଆକ୍ରୋଶ ଓ କ୍ଷୋଭ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମାଜବାଦୀ ପାର୍ଟି ଏମ୍‌ପି ଆଜମ ଖାଁ ଅସୁସ୍ଥ, ଜେଲରୁ ହସ୍ପିଟାଲ ସ୍ଥାନାନ୍ତର

ଲକ୍ଷ୍ନୌ,୧୯ ।୭: ସମାଜବାଦୀ ପାର୍ଟି ଏମ୍‌ପି ଆଜମ ଖାଁ ପୁଣି ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ସୀତାପୁର ଜେଲରୁ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି...

ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ତଳେ…

ନୂଆଦିଲ୍ଲୀ,୨।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ...

ମାଙ୍ଗାଲୋରରେ ଯୁବକଙ୍କୁ ନିର୍ମମ ହତ୍ୟା: ୧୪୪ ଧାରା ଜାରି

ମାଙ୍ଗାଲୋର,୨୯।୮: କର୍ନାଟକର ମାଙ୍ଗାଲୋର ଜିଲାରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତି ତିକ୍ତ ହୋଇଥିବାର...

ସଂଘର୍ଷରେ ମରିଛନ୍ତି ୪ ଚାଇନା ସୈନ୍ୟ

ନୂଆଦିଲ୍ଲୀ, ୨୦।୨: ପୂର୍ବ ଲଦାଖର ଗଲ୍‌ଓ୍ବାନ୍‌ ଉପତ୍ୟକାରେ ଗତବର୍ଷ ଜୁନ୍‌ରେ ଭାରତୀୟ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ସେଥିରେ ୨୦ ଭାରତୀୟ...

ଭାରତରେ ଦିନକୁ ୧୦୦ କୋଟିର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୩୦ା୩: ବ୍ୟାଙ୍କ ଠକେଇ ଓ ଦୁର୍ନୀତି ଯୋଗୁ ଗତ ୭ ବର୍ଷ ହେଲା ଭାରତ ଦୈନିକ ଅନୂ୍ୟନ ୧୦୦ କୋଟି ଟଙ୍କା ହରାଇଆସୁଛି ବୋଲି ରିଜର୍ଭ...

ହସ୍ପିଟାଲରେ ଭର୍ତ୍ତି ହେଲେ ସୁଶାନ୍ତ ସିଂ ରାଜପୁତଙ୍କ ପିତା

ପାଟନା,୨୦।୧୨-ଦିବଂଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପିତା କେକେ ସିଂହ ରବିବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହରିୟାଣା...

ଏଥର ଦଳକୁ ନେଇ ନୁହେଁ ଯେମିତି ବ୍ୟକ୍ତି କୈନ୍ଦ୍ରିକ ହେଲା ନିର୍ବାଚନ

ନୂଆଦିଲ୍ଲୀ,୨୦।୫: ସରିଛି ଲୋକ ସଭା ନିର୍ବାଚନ। ହେଲେ ଏବେ ସମସ୍ତଙ୍କ ନଜର ଫଳାଫଳ ଉପରେ। ଆଉ ୨ ଦିନ ପରେ ସ୍ପଷ୍ଟ ହେବ ଯେ ଇତିହାସର...

ଜମ୍ମୁ-କଶ୍ମୀରର କିଛି ଅଞ୍ଚଳରେ ପାକିସ୍ତାନର ମୋବାଇଲ ସିଗନାଲ୍‌: ସତର୍କ କଲା ସୁରକ୍ଷା ଏଜେନ୍ସି!

ଜମ୍ମୁ,୫ ।୨: ଜମ୍ମୁ ସହର ନିକଟରେ ଥିବା କିଛି ଅଞ୍ଚଳରେ ପାକିସ୍ତାନର ମୋବାଇଲ ଟାୱାର ସିଗନାଲ ମିଳିବା ଫଳରେ ହଇଚଇ ସୃଷ୍ଟି ହୋଇଛି । ଏହାପରେ...

Advertisement
Archives

Model This Week