ଭୋକରେ ଡହଳବିକଳ ମାନସିକ ରୋଗୀ

ପାଲଲହଡା,୨୭ା୩(ଡି.ଏନ.ଏ.): ଲକ୍‌ଡାଉନ୍‌ ପାଇଁ ବଜାର ବନ୍ଦ। ଚା’ ଦୋକାନଠାରୁ ହୋଟେଲ ଯାଏ ସବୁଥିରେ ପଡ଼ିଛି ତାଲା। ଲୋକେ ଘରୁ ବାହାରୁ ନ ଥିବା ବେଳେ କାମ ନ ପାଇ ଦିନ ମଜୁରିଆ ଘରେ ବସି ରହିଛନ୍ତି। ହେଲେ ଅନୁଗୋଳ ଜିଲା ପାଲଲହଡ଼ା ବଜାରରେ ବର୍ଷ ବର୍ଷ ଧରି ବୁଲୁଥିବା ୧୦ରୁ ଊର୍ଦ୍ଧ୍ୱ ମାନସିକ ରୋଗୀଙ୍କ ଅବସ୍ଥା ଏବେ ଅତ୍ୟନ୍ତ ଦୟନୀୟ। ଅନ୍ୟର ହାତଟେକା ନ ହେଲେ ଅଇଁଠା ଖାଇ ଏମାନେ ବଞ୍ଚୁଥିବା ବେଳେ ଏବେ ସେମାନଙ୍କୁ ଖାଦ୍ୟ ଦେବାକୁ କେହି ନାହିଁ। ଦୈନିକ ବିଭିନ୍ନ ହୋଟେଲ କି ଚା’ ଦୋକାନ ସମ୍ମୁଖରେ ଏମାନଙ୍କୁ ଘଣ୍ଟା ଘଣ୍ଟା ଧରି ଠିଆ ହେଉଥିବା ଦେଖିବାକୁ ମିଳୁଥିଲା। ମଧ୍ୟାହ୍ନରେ ଓ ରାତିରେ ବଳକା ଖାଦ୍ୟ ଦୋକାନୀ ଦେଲେ ସେମାନଙ୍କ ପେଟ ପୂରୁଥିଲା। କିଛି ନ ହେଲେ ବି ଡଷ୍ଟବିନ୍‌ରେ ଫୋପାଡ଼ି ଦିଆଯାଉଥିବା ବାସି ଖାଦ୍ୟ ସେମାନଙ୍କ ଭୋକ ମେଣ୍ଟାଉଥିଲା। ହେଲେ ଲକ୍‌ଡାଉନ୍‌ ଯୋଗୁ ସେପରି କିଛିର ସମ୍ଭାବନା ନାହିଁ। କରୋନା ମହାମାରୀ କବଳରୁ କେମିତି ନିଜ ପରିବାରକୁ ରକ୍ଷା କରିବେ ସେହି ଚିନ୍ତାରେ ଲୋକେ ବ୍ୟସ୍ତ ଥିବାବେଳେ ପ୍ରଶାସନ ସରକାରୀ ଆଦେଶ ଓ ସାମାଜିକ ଦୂରତା କିପରି ପାଳନ କରାଯିବ ତାହା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଏପରି ପରିସ୍ଥିତିରେ ଭୋକରେ ଆଉଟୁପାଉଟୁ ହେଉଥିବା ଏହି ମାନସିକ ରୋଗୀଙ୍କ କଥା ବୁଝିବାକୁ ସମସ୍ତେ ଯେପରି ଭୁଲିଯାଇଛନ୍ତି। ଏ ସମ୍ପର୍କରେ ପାଲଲହଡ଼ା ବିଡିଓ ରବିନାରାୟଣ ମାଝି କହିଛନ୍ତି, ଉପଜିଲାପାଳଙ୍କ ସହ ଆଲୋଚନା କରାଯାଇ ମାନସିକ ରୋଗୀମାନଙ୍କୁ କିପରି ଖାଦ୍ୟ ଯୋଗାଇ ଦିଆଯିବ ତାହାର ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୪ ଜିଲା ଦାୟିତ୍ୱରେ ରହିବେ ଏମାନେ, ନାଁ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୪।୨: ୪ ସାଂଗଠନିକ ଜିଲା ପାଇଁ ବିଜେଡି କର୍ମକର୍ତ୍ତାଙ୍କ ନାମ ଘୋଷଣା। ଏନେଇ ମଙ୍ଗଳବାର ପ୍ରେସ ରିଲିଜ ପ୍ରକାଶ ପାଇଛି। ବ୍ୟୋମକେଶ ରାୟଙ୍କୁ ଭଦ୍ରକ ଜିଲା ସଭାପତି…

ଜିଲାପାଳଙ୍କ ନୂଆ ପୁସ୍ତକ ‘ପାର୍ଶ୍ୱସ୍ରୋତ’କୁ ନେଇ ବଢୁଛି ଚର୍ଚ୍ଚା: କନ୍ଧମାଳର ଐତିହ୍ୟକୁ ନେଇ…

ଦାରିଙ୍ଗବାଡି,୪।୨(ଅରୁଣ ସାହୁ):କନ୍ଧମାଳ ଜିଲାର ପୂର୍ବତନ ଜିଲାପାଳ ତଥା ଏବେକାର ଖୋର୍ଦ୍ଧା ଜିଲାପାଳ ଅମ୍ରିତ ଋତୁରାଜଙ୍କ ଦ୍ୱାରା ଲେଖାଯାଇଥିବା ପୁସ୍ତକ ‘ପାର୍ଶ୍ୱସ୍ରୋତ’ ଉନ୍ମୋଚନ ହୋଇଯାଇଛି। କନ୍ଧମାଳ ଜିଲା ତୁମୁଡିବନ୍ଧ…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ୪ ପ୍ରମୁଖ ସର୍ତ୍ତ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୪।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ବିଳମ୍ବିତ ରାତିରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଘୋଷଣା କରିଛନ୍ତି। ସେ ଭାରତ ଉପରେ ଲାଗୁ ହୋଇଥିବା ଟାରିଫ୍‌ରେ ଏକ…

ଉପାସରେ ଦିନ କାଟୁଛନ୍ତି କନକ: ୩ ମାସ ହେଲା ମିଳୁନି ଭତ୍ତା

ଦାରିଙ୍ଗବାଡି,୪।୨(ଅରୁଣ ସାହୁ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ହେଲେ କିଛି ଯୋଜନା ଲୋକଙ୍କୁ ସରକାରଙ୍କ ତୁହାକୁ ତୁହା ନିୟମ ପରିବର୍ତ୍ତନ ଯୋଗୁ ନିୟମ…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

W,W,W,W,W… ଗୋଟିଏ ଓଭରରେ ୫ ଉଇକେଟ୍‌ ନେଇ ଇତିହାସ ରଚିଲେ ଏହି ବୋଲର୍‌

ନୂଆଦିଲ୍ଲୀ,୪।୨:  ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ମହାନ କିମ୍ବଦନ୍ତୀମାନେ ଇଣ୍ଡୋନେସିଆର ଗେଡେ ପ୍ରିୟନ୍ଦନାଙ୍କ ପରି ସଫଳତା ହାସଲ କରିବାରେ ବିଫଳ ହୋଇଛନ୍ତି। ପ୍ରିୟନ୍ଦନାଙ୍କ ନାମ ମାତ୍ର ଗୋଟିଏ ଓଭର…

ରେଳ ଟ୍ରାକ୍‌ ମରାମତି କାମ କରୁଥିଲେ ଶ୍ରମିକ, ହଠାତ୍‌ ମାଡିଆସିଲା ଏକ୍ସପ୍ରେସ ଟ୍ରେନ୍‌, ଆଉ ତା’ ପରେ…

ଲୋଇସିଂହା,୪।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ବସ୍ତି ରେଳ ଫାଟକ ନିକଟରେ ଦୁଇଦିନ ତଳେ ରେଳ ଟ୍ରାକ୍‌ ମରାମତି କାମ ଚାଲିଥିବାବେଳେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri