Posted inଖେଳ

ଭେଟେଲ ଜିତିଲେ ସିଙ୍ଗାପୁର ଗ୍ରାଁ ପ୍ରି

ସିଙ୍ଗାପୁର, ୨୩।୯(ଏଏଫପି)- ଫେରାରୀର ସେବାଷ୍ଟିଆନ ଭେଟେଲ ରବିବାର ଅନୁଷ୍ଠିତ ସିଙ୍ଗାପୁର ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଦୀର୍ଘ ୧ ବର୍ଷ ଟାଇଟଲ ଶୂନ୍ୟତାର ଅନ୍ତ ଘଟାଇ ଭେଟେଲ ଏଠାରେ ଚାମ୍ପିୟନ ହୋଇଛନ୍ତି। ଭେଟେଲଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ଅନ୍ୟତମ ଫେରାରୀ ଡ୍ରାଇଭର ତଥା ପୋଲ ପୋଜିଶନର ଅଧିକାରୀ ଚାଲର୍‌ସ ଲେକ୍‌ରେକ୍‌। ମାତ୍ର ୪ ଥର ବିଶ୍ୱ ଚାମ୍ପିୟନ ଭେଟେଲ ଅଭିଜ୍ଞତାର ଉପଯୋଗ କରି ବାଜି ମାରିଛନ୍ତି। ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ ୩ୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମର୍ସିଡିଜ୍‌ର ଲୁଇସ ହାମିଲଟନ, ଭାଲଟେରୀ ବୋଟ୍ଟାସ, ରେଡ୍‌ବୁଲ୍‌ର ଆଲେକଜାଣ୍ଡର ଆଲବନ, ମ୍ୟାକଲରେନର ଲାନ୍‌ଡୋ ନୋରିସ, ଟୋରୋ ରୋସୋର ପିଏରେ ଗାସ୍‌ଲେ, ରେନଲ୍ଟର ନିକୋ ହକେନବର୍ଗ ଓ ଆଲ୍‌ଫା ରୋମିଓର ଆଣ୍ଟୋନିଓ ଜିଓଭିନାଜି ଟପ୍‌-୧୦ ଫିନିଶ୍‌ କରିଛନ୍ତି। ଏହି ରେସ୍‌ପରେ ମର୍ସିଡିଜ୍‌ର ହାମିଲଟନ ୨୯୬ ପଏଣ୍ଟ ସହିତ ଡ୍ରାଇଭର ଷ୍ଟାଣ୍ଡିଂରେ ପ୍ରଥମସ୍ଥାନ ବଜାୟ ରଖିଛନ୍ତି। ମର୍ସିଡିଜ୍‌ର ଅନ୍ୟତମ ଡ୍ରାଇଭର ବୋଟ୍ଟାସ ୨୩୧ ଏବଂ ଫେରାରୀର ଲେକ୍‌ରେକ ଓ ରେଡବୁଲ୍‌ର ଭର୍ଷ୍ଟାପେନ ୨୦୦ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ୨ୟରୁ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି। କନ୍‌ଷ୍ଟ୍ରକ୍ଟର ଷ୍ଟାଣ୍ଡିଂରେ ମର୍ସିଡିଜ୍‌ ୫୨୭ ପଏଣ୍ଟ ସହିତ ପ୍ରଥମ ଏବଂ ଫେରାରୀ ୩୯୪ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟ୍ରାଏଲ୍ସ ପାଇଁ ବଜରଙ୍ଗଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨ା୮: କୁସ୍ତି ବିଶ୍ୱ ଚାମ୍ପିୟନଶିପ ଟ୍ରାଏଲ୍ସରେ ଯୋଗ ଦେବା ପାଇଁ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ନିର୍ଦ୍ଦେଶ ଦେଇଛି ଭାରତୀୟ କ୍ରୀଡା ପ୍ରାଧିକରଣ(ସାଇ)। ଅଗଷ୍ଟ...

ସ୍ପିନରଙ୍କ ଆଗରେ ଧରାଶାୟୀ ହେଲା ପୂରା ଇଂଲଣ୍ଡ ଟିମ୍‌

ଅହମ୍ମଦାବାଦ,୨୪।୨: ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଥିବା ତୃତୀୟ ତଥା ଦିବାରାତ୍ର ଟେଷ୍ଟର ପ୍ରଥମ ଇନିଂସରେ ପୂରା...

ସବ୍‌ଜୁନିୟର କରାଟେ ପାଇଁ ଭୁବନେଶ୍ୱର ଦଳ ଚୟନ

ଭୁବନେଶ୍ୱର, ୨୧।୫(କ୍ରୀଡ଼ା ପ୍ରତିନିଧି)-ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଚଳିତମାସ ୨୬ରେ ୩୧ତମ ରାଜ୍ୟ ସବ୍‌ଜୁନିୟର କରାଟେ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ସ୍କୁଲ...

ଭାରତ-ଶ୍ରୀଲଙ୍କା ସିରିଜ୍‌ ଉପରେ କଳା ବାଦଲ

କଲମ୍ବୋ,୯।୭: ଆସନ୍ତା ୧୩ ତାରିଖରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେବାକୁ ଥିବା ଦିନିକିଆ ଓ ଟି୨୦ ସିରିଜ୍‌କୁ ଘେରି ଦେଇଛି କଳା ବାଦଲ।...

ସ୍ବାମୀ-ସ୍ତ୍ରୀଙ୍କ ଜଲଓ୍ବା:ସ୍ବାମୀ ଦ୍ୱିତୀୟ ବଲରେ ନେଲେ ଉଇକେଟ, ସେପଟେ ସ୍ତ୍ରୀ ୫୩ଟି ବଲରୁ କଲେ ୧୦୬ ରନ୍‌

ସିଡନୀ,୩।୧୧:ଅଷ୍ଟ୍ରେଲିଆ ପେସ୍‌ ବୋଲର୍‌ ମିଚେଲ୍‌ ଷ୍ଟାର୍କ ଏବଂ ତାଙ୍କ ସ୍ତ୍ରୀ ଏଲିସା ହିଲି ମ୍ୟାଚ୍‌ ବିଜେତା ଭାବେ ଜଣାଶୁଣା। ଉଭୟ ନିଜ ପ୍ରଦର୍ଶନ ବଳରେ ଚର୍ଚ୍ଚାରେ...

ପର୍ତ୍ତୁଗାଲ-ଫ୍ରାନ୍ସ ମ୍ୟାଚ୍‌ ଡ୍ର: ରୋନାଲ୍ଡୋ ରେକର୍ଡ ସମକକ୍ଷ

ବୁଦାପେଷ୍ଟ,୨୫।୬: ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ରାଉଣ୍ଡ ଅଫ୍‌ ୧୬ କାର୍ଯ୍ୟସୂଚୀ ସ୍ପଷ୍ଟ ହୋଇଛି। ଶନିବାରଠାରୁ ନକ୍‌ଆଉଟ ପର୍ଯ୍ୟାୟ ଆରମ୍ଭ ହେବ। ଗ୍ରୁପ୍‌ ଏଫ୍‌’ରେ ପର୍ତ୍ତୁଗାଲ ଓ...

ବର୍ଷେ ପରେ ଟୋକିଓ ଅଲିମ୍ପିକ୍ସ: ପଦକ ଉନ୍ମୋଚିତ

ଟୋକିଓ,୨୫।୭(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ଗୋଟିଏ ବର୍ଷ ବାକି ରହିଛି। ଏହି ଅବଗଣନା ଆରମ୍ଭ କରିବା ଅବସରରେ ଅଲିମ୍ପିକ୍ସର ସ୍ବର୍ଣ୍ଣ, ରୌପ୍ୟ...

ମିକ୍ସଡ ମାର୍ଶାଲ ଆର୍ଟ: ମ୍ୟାକ୍‌ ଗ୍ରେଗରଙ୍କ ତୃତୀୟଥର ପାଇଁ ଅବସର ଘୋଷଣା

ଡବଲିନ୍‌,୭।୬: ଆୟର୍ଲାଣ୍ଡର ମିକ୍ସଡ୍‌ ମାର୍ଶାଲ ଆର୍ଟ (ଏମ୍‌ଏମ୍‌ଏ) ଖେଳାଳି କନୋର ମ୍ୟାକ୍‌ ଗ୍ରେଗର ପୁଣି ଥରେ ଅବସର ଘୋଷଣା କରିଛନ୍ତି। ଗତ ୪ ବର୍ଷ ମଧ୍ୟରେ...

Advertisement
Archives

Model This Week