ଭୂତ କମ୍ପାନୀ ସହ ରାଣାଙ୍କ ଲିଙ୍କ୍‌

ମୁମ୍ବାଇ,୯ା୩: ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବେଆଇନ ଅର୍ଥ କାରବାର ନିରୋଧି ଆଇନ(ପିଏମ୍‌ଏଲ୍‌ଏ) ଅଧୀନରେ ରବିବାର ଗିରଫ କରିଛି। ୨୦ ଭୂତ କମ୍ପାନୀଙ୍କ ସହ ରାଣାଙ୍କ ଲିଙ୍କ ରହିଥିବା ଅଭିଯୋଗ ଆସିଛି। ଏହି କମ୍ପାନୀଗୁଡିକ ପ୍ରତିଷ୍ଠା ଦ୍ୱାରା ବେଆଇନ ନିବେଶ ଏବଂ ଅର୍ଥ ହେରଫେର କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହିଭଳି ଭାବେ ୨ ହଜାର କୋଟି ଟଙ୍କାର ନିବେଶ ଏବେ ଇଡି ସ୍କାନରରେ ରହିଛି। ତାଙ୍କ ପାଖରେ ପ୍ରାୟ ୪୪ ବହୁମୂଲ୍ୟ ପେଣ୍ଟିଂ ରହିଛି। ଇଡି ସୂଚନା ମୁତାବକ, ରାଣାଙ୍କ ପରିବାର ଲଣ୍ଡନରେ ସମ୍ପତ୍ତି ହାସଲ କରିଛନ୍ତି। କେଉଁ ସୂତ୍ରରୁ ଅର୍ଥରେ ଏହି ସମ୍ପତ୍ତି ସେଠାରେ କିଣା ଯାଇଛି ତାହା ଇଡି ତଦନ୍ତ ଘେରରେ ରହିଛି। ସାଉଥ ମୁମ୍ବାଇରେ ରହିଥିବା ତାଙ୍କ ବାସଭବନ ଉପରେ ଇଡି ପ୍ରଥମେ ଚଢାଉ କରିଥିଲା। ଏବେ ତଦନ୍ତ ଘେରରେ ତାଙ୍କର ୩ ଝିଅ ଏବଂ ସ୍ତ୍ରୀ ରହିଛନ୍ତି। ରାଣାଙ୍କ ସ୍ତ୍ରୀ ବିନ୍ଦୁ ଏବଂ ୩ ଝିଅଙ୍କୁ ଜେରା ବେଳେ ଇଡି ବିଭିନ୍ନ ଘଟଣା ଜାଣିବାକୁ ପାଇଛି। ରାଣାଙ୍କ ପରିବାର ୨ ହଜାର କୋଟି ଟଙ୍କା ନିବେଶ କରିଥିବା ବେଳେ ପ୍ରାୟ ୧୨ରୁ ଅଧିକ ଭୂତ କମ୍ପାନୀ ଏବଂ ଡମି କମ୍ପାନୀ ଦ୍ୱାରା ଅର୍ଥ ହେରଫେର କରିଥିବା ତଦନ୍ତ ଏଜେନ୍ସି ପକ୍ଷରୁ କୁହାଯାଇଛି। ରାଣା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନିକଟରେ ଯେଉଁ ଦାମୀ ପେଣ୍ଟିଂ ରହିଛି ସେଥି ମଧ୍ୟରୁ କିଛି ଭାରତୀୟ ରାଜନେତାଙ୍କ ସହ ସମ୍ପର୍କ ରଖିଥିବା ଜଣା ପଡିଛି।

ଟଣାହେଲେ ଡିଏଚ୍‌ଏଫ୍‌ଏଲ୍‌ ପ୍ରମୋଟର
ୟେସ୍‌ ବ୍ୟାଙ୍କ ମାମଲାରେ ସିବିଆଇ ରାଣା କପୁରଙ୍କ ସହ ଡିଏଚ୍‌ଏଫ୍‌ଏଲ୍‌ର ପୂର୍ବତନ ଏମ୍‌ଡି ତଥା ସିଇଓ ଏବଂ ପ୍ରମୋଟର କପିଲ ଓ୍ବାଧଓ୍ବାନ ମଧ୍ୟ ଟଣାହୋଇଛନ୍ତି। ତାଙ୍କ ନାମରେ ସିିବିଆଇ ମାମଲା ରୁଜୁ କରିଛି।

ଇଡି କାର୍ଯ୍ୟାଳୟରେ ହାଜର ହେଲେ ରାଣାଙ୍କ ସ୍ତ୍ରୀ
ରାଣା କପୁରଙ୍କ ସ୍ତ୍ରୀ ବିନ୍ଦୁ କପୁର ରବିବାର ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଏହି ମାମଲାରେ ରାଣାଙ୍କ ସହ ସମ୍ପୃକ୍ତି ନେଇ ବିଭିନ୍ନ ପ୍ରଶ୍ନ ବିନ୍ଦୁଙ୍କୁ ଅଧିକାରୀମାନେ କରିଛନ୍ତି। ରବିବାର ସକାଳେ ବିନ୍ଦୁ ଇଡି କାର୍ଯ୍ୟାଳୟରୁ ବାହାରୁଥିବା ଦେଖାଯାଇଥିଲା ତାଙ୍କ ସହ ଇଡିର ଦୁଇ ଜଣ ଅଧିକାରୀ ରହିଥିଲେ।

ଏୟାରପୋର୍ଟରେ ରାଣାଙ୍କ ଝିଅ ଅଟକ
ଏକ ନ୍ୟୁଜ ଏଜେନ୍ସି ତଥ୍ୟ ମୁତାବକ ରାଣାଙ୍କ ଝିଅ ରୋଶନୀ କପୁରଙ୍କୁ ମୁମ୍ବାଇ ଏୟାରପୋର୍ଟରେ ରବିବାର ଅଟକ ରଖାଯାଇଥିଲା। ବ୍ରିଟିଶ ଏୟାରଓ୍ବେଜର ଏକ ବିମାନରେ ସେ ଲଣ୍ଡନ ଯିବାର କାର୍ଯ୍ୟକ୍ରମ ରହିଥିଲା। ଦିଓ୍ବାନ ହାଉସିଂ ଫାଇନାନ୍ସ ଲିମିଟେଡ (ଡିଏଚ୍‌ଏଫ୍‌ଏଲ୍‌)କୁ ବେଆଇନ ଋଣ ଯୋଗାଣ ଅଭିଯୋଗରେ ତାଙ୍କ ବାପା ରାଣା କପୁରଙ୍କୁ ଇଡି ଗିରଫ କରିବା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି। ରାଣା ଏବଂ ତାଙ୍କ ପରିବାର ସଦସ୍ୟ ବିରୋଧରେ ଇଡି ଲୁକ୍‌ ଆଉଟ ନୋଟିସ ଜାରି କରିଛି। ଇଡିର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ରାଣାଙ୍କ ସ୍ତ୍ରୀ ବିନ୍ଦୁ, ଝିଅ ରାକ୍ଷୀ କପୁର ଟଣ୍ଡନ, ରଶନୀ କପୁର ଏବଂ ରାଧା କପୁର ମଧ୍ୟ ଇଡି ନଜରରେ ରହିଛନ୍ତି।

ଅସୁବିଧାରେ ବ୍ୟାଙ୍କର ଫରେକ୍ସକାର୍ଡଧାରୀ
ୟେସ୍‌ ବ୍ୟାଙ୍କ ଉପରେ କଟକଣା ଲାଗିବା ଯୋଗୁ ଏହି ବ୍ୟାଙ୍କର ଫରେକ୍ସ କାର୍ଡ ବ୍ୟବହାର କରୁଥିବା ଟ୍ରାଭେଲର ଏବଂ ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟାଙ୍କ ଊପରେ ୫୦ ହଜାର ଟଙ୍କାର ଉଠାଣ କଟକଣା ଲାଗିବା ଯୋଗୁ ଲୋକମାନେ ଗତ ୩ ଦିନ ଧରି ବିଭିନ୍ନ ସମସ୍ୟା ସାମ୍ନା କରୁଥିବା ଜଣାପଡିଛି। ୟେସ୍‌ ବ୍ୟାଙ୍କ ସହ ଫୋନ୍‌ପେର ଅନୁବନ୍ଧନ ରହିଥିଲା। କଟକଣା ଯୋଗୁ ଏହା ନେଣଦେଣରେ ଅସୁବିଧା ସାମ୍ନା କରିବା ଯୋଗୁ ଆଇସିଆଇସିଆଇକୁ ନିଜ ସହ ସାମିଲ କରିବା ପରେ ଫୋନପେରେ ନେଣଦେଣ ସ୍ବାଭାବିକ ହୋଇଛି। ବୁକ୍‌ମାଇଁ ଫରେକ୍ସ ଡଟ୍‌ କମ୍‌ ଭଳି ସଂସ୍ଥା ୟେସ୍‌ ବ୍ୟାଙ୍କ ସହ ସହବନ୍ଧିତଥିବାରୁ ଏହାର ଗ୍ରାହକମାନେ ବିଦେଶରେ ହଇରାଣ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

୨୫ ଦିନ ପୂର୍ବରୁ ସରିଯାଉଛି କି LPG ସିଲିଣ୍ଡର? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି ୩ ଉପାୟ, ବୁକିଂ ନିୟମ…

ନୂଆଦିଲ୍ଲୀ,୨୯।୫: ଘରୋଇ ଏଲ୍‌ପିଜି (LPG) ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର। ସାଧାରଣତଃ ଏକ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଏକ ମଧ୍ୟବିତ୍ତ ପରିବାରରେ…

ବନ୍ଦ ହୋଇଯିବ କାଗଜ ଟଙ୍କା! ଜାରି ହେବ ୫୦, ୧୦୦, ୫୦୦ ଟଙ୍କାର ନୂଆ ପ୍ଲାଷ୍ଟିକ ନୋଟ! ଜାଣନ୍ତୁ କଣ ରହିଛି RBIର ବଡ଼ ପ୍ଲାନ୍‌

ମୁମ୍ବାଇ,୨୯।୫: ଦେଶରେ କ୍ୟାଶ (ନଗଦ ଟଙ୍କା)ର ଚାହିଦା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ୟୁପିଆଇ (UPI) ପେମେଣ୍ଟ ଏବଂ ଅନଲାଇନ ଟ୍ରାଞ୍ଜାକସନ ପାଇଁ ମଧ୍ୟ କ୍ୟାଶର…

ଗ୍ୟାସ ଠାରୁ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ବଦଳିବ ୭ ନିୟମ, ଆପଣଙ୍କ ଉପରେ ପଡିପାରେ ଅଧିକ ବୋଝ

ନୂଆଦିଲ୍ଲୀ,୨୯।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଜୁନ 1, 2026 ଠାରୁ ସାରା ଦେଶରେ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ ଆସିବାକୁ ଯାଉଛି। ଏହି…

ATM ଟଙ୍କା ଉଠାଇବା ଫେଲ୍‌ ହେଲେ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ: RBI ବଦଳାଇଲା ୫ଟି ବଡ଼ ନିୟମ

ମୁମ୍ବାଇ,୨୮।୫: ଯଦି ଆପଣ ବ୍ୟାଙ୍କ ଋଣର ଇଏମଆଇ (EMI) ପରିଶୋଧ କରୁଛନ୍ତି, ଏଟିଏମ (ATM) ବ୍ୟବହାର କରୁଛନ୍ତି କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ଅନଲାଇନ କାରବାର କରୁଛନ୍ତି,…

ଜୁନ୍ ୧ରୁ ବଦଳୁଛି Indane, Bharat ଏବଂ HP ଗ୍ୟାସର ୬ଟି ନିୟମ; ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ!

ନୂଆଦିଲ୍ଲୀ,୨୮।୫: ଯଦି ଆପଣଙ୍କ ପରିବାର Indane, Bharat ଗ୍ୟାସ, କିମ୍ୱା HP ଗ୍ୟାସର ଏକ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଆଗାମୀ ମାସଟି ଆପଣଙ୍କ ପାଇଁ…

ହଠାତ୍ କାହିଁକି ବନ୍ଦ ହେଲା LPG ସବସିଡି? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ନୂଆଦିଲ୍ଲୀ,୨୮।୫: ଭାରତରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର କୋଟି କୋଟି ପରିବାର ପାଇଁ ଏଲପିଜି ସିଲିଣ୍ଡର (LPG Cylinder) ଉପରେ ମିଳୁଥିବା ସବସିଡି ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri