ଭୂତଳ ଜଳ କମୁଛି: ଜଳାଭାବରେ ରାଜଧାନୀ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଓଡ଼ିଶାରେ ଭବିଷ୍ୟତରେ ଜଳ ସଙ୍କଟ ଉଗ୍ରରୂପ ନେବ। ରାଜ୍ୟରେ ଭୂତଳ ଜଳସ୍ତର ଦିନକୁ ଦିନ କମୁଥିବାରୁ ଆସନ୍ତା ୧୦ରୁ ୨୦ବର୍ଷ ମଧ୍ୟରେ ଏହା ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିବ। ବିଶେଷକରି ଭୂତଳ ଜଳସ୍ତର କ୍ଷେତ୍ରରେ ଏହା ଅଧିକ ପରିଲ୍ଲକ୍ଷିତ ହେବ ଏବଂ ରାଜଧାନୀ ଭୁବନେଶ୍ୱର ଏହାଦ୍ୱାରା ସର୍ବାଧିକ ପ୍ରଭାବିତ ହେବ। ଭୂତଳ ଜଳସ୍ତର ଅହେତୁକଭାବେ ହ୍ରାସ ପାଉଥିବାରୁ ବର୍ତ୍ତମାନ ସୁରକ୍ଷିତ ଜୋନ୍‌ରେ ଥିବା ଭୁବନେଶ୍ୱର ସେମି-କ୍ରିଟିକାଲ ଜୋନ୍‌ରେ ପରିଣତ ହେବାକୁ ଆଉ ବେଶି ସମୟ ଲାଗିବନି ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଡାଇରେକ୍ଟୋରେଟ୍‌ ଅଫ୍‌ ଗ୍ରାଉଣ୍ଡ ଓ୍ବାଟର ସର୍ଭେ ଆଣ୍ଡ୍‌ ଇନ୍‌ଭେଷ୍ଟିଗେଶନ (ଡିଜିଡବ୍ଲ୍ୟୁଏସ୍‌ଆଇ), ଓଡ଼ିଶା ଦ୍ୱାରା ୨୦୧୧ରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ, ଭୁବନେଶ୍ୱରରେ ଭୂତଳ ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଉଛି। ୨୦୦୭ରୁ ୨୦୧୧ ମଧ୍ୟରେ ସହରର ପ୍ରମୁଖ ଅଞ୍ଚଳରେ ଭୂତଳ ଜଳସ୍ତର ୧ ମିଟର ହ୍ରାସ ପାଇଛି। ସେହିଭଳି ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଦିନକୁ ଦିନ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। କିଛି କିଛି ସ୍ଥାନରେ ୧୦ମିଟରରୁ ଅଧିକ ଜଳସ୍ତର ହ୍ରାସ ପାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଉଭୟ ଶିଳ୍ପ, ବ୍ୟବସାୟିକ ଏବଂ ଘରୋଇକ୍ଷେତ୍ରରେ ଜଳର ବ୍ୟବହାର ବଢୁଥିବାବେଳେ ବିପୁଳ ପରିମାଣରେ ଜଳ ଅପଚୟ ଏହା ପଛର କାରଣ ବୋଲି କୁହାଯାଉଛି। ସହରରେ କଂକ୍ରିଟ୍‌ର ଅଧିକ ବ୍ୟବହାର ଏବଂ ବହୁଳଭାବେ ଗଛକଟା ମଧ୍ୟ ଜଳସ୍ତର ହ୍ରାସର ଅନ୍ୟତମ ପ୍ରମୁଖ କାରଣ ସାଜିଛି। ରାଜଧାନୀରେ ଏବେ ପ୍ରାୟ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ରହୁଥିବାବେଳେ ଦିନକୁ ଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ପରିସ୍ଥିତିରେ ୬୪ପ୍ରତିଶତ ଭୂତଳ ଜଳ ବ୍ୟବହାର କରାଯାଉଥିବାବେଳେ ୭୦ପ୍ରତିଶତ ବ୍ୟବହାର କରାଯିବାକୁ ଆଉ ବେଶି ସମୟ ଲାଗିବନି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଭଳି ହେଲେ ଦେଶର ଅନ୍ୟ ସହର ଭଳି ଏହାକୁ ମଧ୍ୟ ସେମି-କ୍ରିଟିକାଲ ଜୋନ୍‌ଭାବେ ଘୋଷଣା କରାଯିବ। ଅନ୍ୟପକ୍ଷରେ ୨୦୨୦ରେ ହେଉଥିବା ଜଳ ବ୍ୟବହାରକୁ ହିସାବ କଲେ ଦିନକୁ ଜଣ ପିଛା ୧୬୫ଲିଟର ହିସାବରେ ଭୁବନେଶ୍ୱରରେ ପ୍ରାୟ ୪୨୨ ମିଲିୟନ ଲିଟର ପାଣିର ଆବଶ୍ୟକତା ରହିଛି। ଏଭଳିସ୍ଥଳେ ଭୂତଳ ଜଳ ଦୈନିକ ୧୨୨ ମିଲିୟନ ଲିଟର ଯୋଗାଇପାରିବ। ୨୦୧୦ରେ ଏହି ଦୈନିକ ଆବଶ୍ୟକତା ମାତ୍ର ୨୦୬ ମିଲିୟନ ଲିଟର ରହିଥିଲା। ମାତ୍ର ୧୦ବର୍ଷ ମଧ୍ୟରେ ସହରର ଜଳ ଆବଶ୍ୟକତା ଦୁଇଗୁଣାରୁ ଊର୍ଦ୍ଧ୍ୱ ହୋଇଥିଲେ ମଧ୍ୟ ଜଳ ସଂରକ୍ଷଣ କ୍ଷେତ୍ରରେ ସହର ବହୁ ପଛରେ ପଡ଼ିଛି। ସହର ଏବଂ ସହର ଉପକଣ୍ଠରେ ଏବେ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ ଛୋଟ ବଡ଼ ଆପାର୍ଟମେଣ୍ଟ ରହିଛି। ଏହି ଆପାର୍ଟମେଣ୍ଟଗୁଡ଼ିକରେ ଭୂତଳ ଜଳକୁ ମନଇଚ୍ଛା ବ୍ୟବହାର କରାଯାଉଛି। ଭୂତଳ ଜଳର ବ୍ୟବହାରକୁ ନେଇ କୌଣସି ରେଗୁଲେଶନ ନ ଥିବାରୁ ଜଳ ଅପଚୟ ବୃଦ୍ଧିପାଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବଢୁଛି, ଯାହାର ପ୍ରଭାବ ଭୂତଳ ଜଳ ଉପରେ ପଡ଼ୁଛି। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥାହେଲା, ଗ୍ରାଉଣ୍ଡ ଓ୍ବାଟର ରିଚାର୍ଜ ବହୁ ପରିମାଣରେ କମିଯାଇଛି। ଅପରପକ୍ଷରେ ବର୍ଷାର ଅନିୟମିତତା ଏକ ପ୍ରମୁଖ କାରଣ। ବର୍ଷକର ୩୦ପ୍ରତିଶତ ବର୍ଷା ଗୋଟିଏ ଦିନରେ ହୋଇଯାଉଛି। ତେଣୁ ବର୍ଷାଜଳ ଭୂତଳକୁ ଯିବା ସମ୍ଭବ ହେଉନି ବୋଲି ଜଳ ବିଶେଷଜ୍ଞ ରଞ୍ଜନ ପଣ୍ଡା କହିଛନ୍ତି।

ରାଜ୍ୟରେ ସ୍ଥିତି ଶୋଚନୀୟ

୨୦୧୯ରେ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବିଧାନସଭାରେ ଦେଇଥିବା ତଥ୍ୟ ଅନୁଯାୟୀ, ୨୦୦୯ରୁ ୨୦୧୭ ମଧ୍ୟରେ ରାଜ୍ୟରେ ୧୧୨କୋଟି କ୍ୟୁବିକ୍‌ ମିଟର ଅର୍ଥାତ୍‌ ୬.୭୧% ଭୂତଳ ଜଳ ହ୍ରାସ ପାଇଛି। ସେଣ୍ଟ୍ରାଲ ଗ୍ରାଉଣ୍ଡ୍‌ ଓ୍ବାଟର ବୋର୍ଡ(ସିଜିଡବ୍ଲ୍ୟୁବି)ର ତଥ୍ୟ ଅନୁଯାୟୀ, ୨୦୦୯ରେ ରାଜ୍ୟ ଭୂତଳ ଜଳସ୍ତର ୧୬୬୯ କୋଟି କ୍ୟୁବିକ୍‌ ମିଟର ଥିବାବେଳେ ୨୦୧୭ ବେଳକୁ ତାହା ହ୍ରାସପାଇ ୧୫୫୭ କୋଟି କ୍ୟୁବିକ୍‌ ମିଟରରେ ପହଞ୍ଚତ୍ଛି। ୨୦୧୩ରୁ ୨୦୧୭ ମଧ୍ୟରେ ରାଜ୍ୟରେ ଭୂତଳ ଜଳର ବ୍ୟବହାର ୩୦ ପ୍ରତିଶତରୁ ବୃଦ୍ଧିପାଇ ୪୨ପ୍ରତିଶତରେ ପହଞ୍ଚତ୍ଛି। ଚାଷକାର୍ଯ୍ୟରେ ଭୂତଳ ଜଳର ବ୍ୟବହାର ବଢୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି। ଭାରତ ବିଶ୍ୱରେ ସର୍ବାଧିକ ଭୂତଳ ଜଳ ବ୍ୟବହାର କରୁଥିବା ରାଷ୍ଟ୍ର ହୋଇଥିବାରୁ ଆଗାମୀଦିନରେ ଜଳ ସଂକଟ ଉତ୍କଟ ରୂପ ନେବ ବୋଲି ଆଶଙ୍କା କରାଯାଉଛି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

କାଳିଆ ଅର୍ଥ ହେରଫେର ମାମଲାରେ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାନୁଷ୍ଠାନ: ସେବା ସମବାୟ ସମିତି ସମ୍ପାଦକ ନିଲମ୍ବିତ, ଡାଟା ଏଣ୍ଟ୍ରି ଅପରେଟରଙ୍କ ବିରୋଧରେ ଏତଲା

ଛତ୍ରପୁର, ୫।୨(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଧରାକୋଟ ବ୍ଲକ ସିଙ୍ଗିପୁର ସୋସାଇଟିରେ କାଳିଆ ଯୋଜନା ଅର୍ଥ ହିତାଧିକାରୀଙ୍କ ବଦଳରେ ଅନ୍ୟ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି...

ଜାରି ହେଲା ନୂଆବର୍ଷ କଟକଣା: ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ଘରୁ ବାହାରିପାରିବେ ନାହିଁ ଲୋକେ

ଭୁବନେଶ୍ୱର,୩୧।୧୨: ଆଜି ୨୦୨୦ ବର୍ଷର ଶେଷ ଦିନ। ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଏବଂ ଉଦ୍ଦୀପନା ଦେଖାଦେଇଛି। ତେବେ ଏହା ଭିତରେ...

ଓୟୁଏଟିରେ ର଼୍ୟାଗିଂ ଅଭିଯୋଗ

ଭୁବନେଶ୍ୱର,୧ା୫ (ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ହଷ୍ଟେଲରେ ର଼୍ୟାଗିଂ। ସିନିୟରଙ୍କ ର଼୍ୟାଗିଂର ଶିକାର ହୋଇଛନ୍ତି ଯୁକ୍ତ୩ ଏଗ୍ରୀକଲଚର ବିଭାଗର ପ୍ରଥମ ବର୍ଷର ଛାତ୍ର।...

ପୁଞ୍ଜିଲାଲଙ୍କ ଅଡୁଆ ବଢ଼ିଲା

କଟକ ଅଫିସ,୧୮ା୧: ବଲାଙ୍ଗୀର ଜିଲା ପାଟଣାଗଡ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପାଇଁ ଅଡୁଆ ବଢିଛି। ପୁଞ୍ଜିଲାଲଙ୍କ ଜାମିନ ପାଇଁ ତାଙ୍କ...

ସ୍ଥଳଭାଗ ମୁହାଁ ‘ନିଭାର’, ଓଡ଼ିଶାକୁ ବାତ୍ୟା ଭୟ ନାହିଁ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ବଙ୍ଗୋପସାଗର ଦକ୍ଷିଣ-ପଶ୍ଚିମରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନିଭାର’ ମଙ୍ଗଳବାର ରାତିରୁ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଏବେ ଉପକୂଳ ଆଡ଼େ ମାଡ଼ି...

ବଢିବନି ବସ୍‌ ଭଡା: ଏସଟିଏ

ଭୁବନେଶ୍ୱର,୨୭।୫(ବ୍ୟୁରୋ)-ରାଜ୍ୟରେ ଆସନ୍ତା କାଲିଠାରୁ ଗଡିବ ଘରୋଇ ବସ। ବସ୍‌। ଏ ନେଇ ଘରୋଇ ବସ ମାଲିକ ସଂଘ ସାଧାରଣ ବୈଠକରେ ନିଷ୍ପତି ହୋଇଛି। ହେଲେ ବସ...

କରୋନା ସ୍ଥିତି ଅନୁଧ୍ୟାନ କଲା ସ୍ବାସ୍ଥ୍ୟ ବିଭାଗ ଟିମ୍‌

ଅନୁଗୋଳ ଅଫିସ, ୧୨।୫: ଅନୁଗୋଳ ଜିଲାରୁ ୧୫ ଜଣ କରୋନା ସଂକ୍ରମିତ ବାହାରିବା ପରେ ସୋମବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ୩ ଜଣିଆ...

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

ବାରିପଦା ଅଫିସ,୨୧।୧୧:ମୟୁରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ଏକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ହୋଇ ଥିବା ଅଭିଯୋଗ ହୋଇଛି। ଗତ ଶୁକ୍ରବାର ଉକ୍ତ ମହାବିଦ୍ୟାଳୟର...

Play 250+ Trending Games
Archives

Model This Week

Why Dharitri