ଭୁଲ୍‌ ରକ୍ତ ପାଇଁ ମହିଳାଙ୍କ ମୃତ୍ୟୁ ଘଟଣା: ୩ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୫।୧(ବ୍ୟୁରୋ): କେନ୍ଦୁଝର ସଦର ହସ୍ପିଟାଲରେ ଭୁଲ୍‌ ରକ୍ତ ନେବାଦ୍ୱାରା ସୁକାନ୍ତି ନାୟକ ନାମ୍ନୀ ମହିଳାଙ୍କର ୨୦୧୬ରେ ମୃତ୍ୟୁ ଘଟିଥିଲା। ଏହି ମାମଲାର ଶୁଣାଣି କରି ଶନିବାର ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମୃତ ମହିଳାଙ୍କ ସ୍ବାମୀ ଚନ୍ଦା ନାୟକଙ୍କୁ ୩ଲକ୍ଷ ଟଙ୍କା ଦେବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମାର୍ଚ୍ଚ ୨୦ ସୁଦ୍ଧା କ୍ଷତିପୂରଣ ସଂକ୍ରାନ୍ତ ରିପୋର୍ଟ ଦେବାକୁ କୁହାଯାଇଛି। ଏସ୍‌ପି, ସିଡିଏମ୍‌ଓଙ୍କ ରିପୋର୍ଟ ଆଧାରରେ ଓଏଚ୍‌ଆର୍‌ସି ଅଧ୍ୟକ୍ଷ ଜଷ୍ଟିସ ବିମଳ ପ୍ରସାଦ ଦାଶ ଓ ସଦସ୍ୟ ଜଷ୍ଟିସ ରଘୁବୀର ଦାଶ ଏହି ନିର୍ଦ୍ଦେଶ ଦେଇଛନ୍ତି।
୨୦୧୬ ଏପ୍ରିଲ ୧୪ରେ ରକ୍ତହୀନତାର ଶିକାରହୋଇ କେନ୍ଦୁଝର ହାଡ଼ବନ୍ଧ ସାହିର ଚନ୍ଦା ନାୟକଙ୍କ ସ୍ତ୍ରୀ ସୁକାନ୍ତି କେନ୍ଦୁଝର ସଦର ହସ୍ପିଟାଲର ମେଡିସିନ୍‌ ଓ୍ବାର୍ଡରେ ଭର୍ତ୍ତି ହୋଇଥିଲେ। ସେହି ସମୟରେ ସମାନ ନାମରେ କେନ୍ଦୁଝର ଚମ୍ପୁଆ ଅଞ୍ଚଳର ଉଦୟ ସିଂଙ୍କ ସ୍ତ୍ରୀ ସୁକାନ୍ତି ନାୟକ ଗାଇନିଂ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ। ଚନ୍ଦା ନାକୟଙ୍କ ସ୍ତ୍ରୀ ସୁକାନ୍ତିଙ୍କ ବ୍ଲଡ୍‌ ଗ୍ରୁପ (୦+) ହୋଇଥିବାବେଳେ ଗାଇନିଂ ଓ୍ବାର୍ଡରେ ଥିବା ସୁକାନ୍ତିଙ୍କ ବ୍ଲଡ୍‌ ଗ୍ରୁପ୍‌ (ଏ+) ଥିଲା। ଦୁହେଁ ରକ୍ତ ଆବଶ୍ୟକ କରୁଥିଲେ। ହେଲେ ଚନ୍ଦାଙ୍କ ସ୍ତ୍ରୀ ସୁକାନ୍ତିଙ୍କୁ ୦+ ବଦଳରେ ଏ+ ରକ୍ତ ଦିଆଯାଇଥିଲା। ଭୁଲ୍‌ ରକ୍ତ ଦିଆଯିବା ଫଳରେ ସୁକାନ୍ତିଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କମିଶନ ନିଜ ଆଡୁ ମାମଲା ରୁଜୁ କରିଥିଲେ। ଏହାପରେ କେନ୍ଦୁଝର ଏସ୍‌ପି ଏବଂ ସିଡିଏମ୍‌ଓଙ୍କୁ ଏନେଇ ରିପୋର୍ଟ ମାଗିଥିଲେ। ଏସ୍‌ପି ତଦନ୍ତ କରି ଦୋଷୀଙ୍କ ନାମରେ ୩୦୪ରେ ଏକ ମାମଲା ରୁଜୁ କରାଯାଇଥିବା ରିପୋର୍ଟରେ ଦର୍ଶାଇଥିଲେ। ଏହାସହ ସିଡିଏମ୍‌ଓ ତାଙ୍କ ରିପୋର୍ଟରେ ଷ୍ଟାଫ୍‌ ନର୍ସ, ବ୍ଲଡ୍‌ ବ୍ୟାଙ୍କ୍‌ ସମେତ ଡାକ୍ତରଙ୍କ ଭୁଲ୍‌ ଥିବା ଦର୍ଶାଇବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ରିପୋର୍ଟରେ ଉଲ୍ଲେଖ କରିଥିଲେ। ଏହି ମାମଲାକୁ ନେଇ ଓଏଚ୍‌ଆର୍‌ସିରେ ପ୍ରବୀର ଦାଶ, ଅପୂର୍ବ ରଞ୍ଜନ ମଲିକ, ବିଜୟ କୁମାର ପଣ୍ଡା ଓ ବିଶ୍ୱପ୍ରିୟ କାନୁନ୍‌ଗୋଙ୍କ ଅଭିଯୋଗକ୍ରମେ ମଧ୍ୟ ୪ ମାମଲା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ଶିବିର ଧ୍ୱଂସ, ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୧ା୭(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ କୋଣ୍ଡାଗାଓଁ ଅଞ୍ଚଳରେ ରବିବାର ଯବାନମାନେ ମାଓବାଦୀ ଶିବିର ଧ୍ୱଂସ କରିବା ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ଛତିଶଗଡ଼...

ଏଣିକି ଯାଞ୍ଚ ହେବ ସ୍କୁଲ ବସ୍‌, ଖିଲାପ ଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୧ା୭: ଏଣିକି ସ୍କୁଲ ବସ୍‌ରେ ନିୟମିତ ଯାଞ୍ଚ ହେବ। ସ୍କୁଲ ବସ୍‌ରେ ଅଗ୍ନି ନିରାପତ୍ତା ନିୟମ ପାଳନକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ପରିବହନ ପ୍ରାଧିକରଣ...

୩ ଜଣଙ୍କୁ ଚାପିଦେଲା ଟ୍ରକ

ଟେନସା,୨୧।୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ୫୨୦ ନମ୍ବର ଜାତୀୟ ରାଜପଥ କାଲଟା ଫାଣ୍ଡି ବେଞ୍ଜାଢ଼ି ବ୍ରିଜ୍‌ରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ: ଚାଲିଗଲା ୨ ଯୁବକଙ୍କ ଜୀବନ

ସୁନ୍ଦରଗଡ଼,୨୧।୭: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ମନ୍ଦିରା ଡ୍ୟାମରେ ରବିବାର ଏକ ଅଘଟଣ ଘଟିଛି। ମାଛ ଧରିବାକୁ ଯାଇ ପାଣିରେ ବୁଡ଼ି ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।...

ସାଙ୍ଗମାନଙ୍କ ସହ ପାହାଡ଼ ଉପରକୁ ବୁଲିବା ପାଇଁ ଯାଇଥିଲେ ଯୁବକ, ଖସିପଡ଼ି ଚାଲିଗଲା ଜୀବନ

ରାଇକିଆ,୨୧ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ମଣ୍ଡାସରଠାରୁ ୫ କିମି ଦୂର ମଣ୍ଡକୁଟି ପାହାଡ଼ ଉପରୁ ଖସିପଡ଼ି ଯୁବକଙ୍କ ଜୀବନ ଯାଇଛି। ମୃତ ଯୁବକ...

ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୨୧ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରତି ସୋମବାରରେ ଜନସାଧାରଣଙ୍କ ଅଭିଯୋଗ ଶୁଣୁଥିଲେ। ତେବେ ଆସନ୍ତାକାଲି ଏହି ଜନଶୁଣାଣି ବନ୍ଦ ରହିବ ବୋଲି ଆଜି  ସାଧାରଣ...

ପାରାଦୀପ-କୁଜଙ୍ଗ ଅଞ୍ଚଳରେ ବ୍ୟାପୁଛି ଡାଇରିଆ

ପାରାଦୀପ,୨୧।୭: ଜଗତସିଂହପୁର ଜିଲା ପାରାଦୀପ-କୁଜଙ୍ଗ ଅଞ୍ଚଳରେ ଡାଇରିଆ ଆତଙ୍କ ଦେଖାଦେଇଛି। ଅଞ୍ଚଳରେ ଦିନକୁ ଦିନ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ପାରାଦୀପଗଡ଼ ଗାଁରେ ଝାଡ଼ାବାନ୍ତିରେ ଗୋଟିଏ ପରିବାରର...

୩୦ ବର୍ଷ ଇତିହାସରେ ପ୍ରଥମଥର ଘଟିଲା, ଯାହା ହେଲା ଭଲ ହେଲା, କାହିଁକି ଏପରି କହିଲେ ତାରା…

ଭୁବନେଶ୍ୱର,୨୧ା୭: କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ରବିବାର ଏକ ବଡ଼ ବୟାନ ଦେଇଛନ୍ତି। ଆଜି ପିସିସି କମିଟି ଭାଙ୍ଗିବା ପରେ ତାରା ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri