Posted inକଟକ

ଭୁବନେଶ୍ୱର ରେଳଧାରଣାରେ ୫୫କିମି ଚାଲି ଚାଲି ଆସିଲେ ରାଧାକିଶୋରପୁର

ଖୁଣ୍ଟୁଣୀ,୨୮ା୩(ଡି.ଏନ୍‌.ଏ.)- ମହାମାରୀ କରୋନା ଭୂତାଣୁ ଯୋଗୁ ସାରା ବିଶ୍ୱ ଏବେ ଅଚଳାବସ୍ଥା ହୋଇପଡ଼ିଛି। ଅଚାନକ ଲକଡାଉନ ଘୋଷଣା ହେବା ପରେ ଅନେକ ଲୋକ ନିଜ ଗନ୍ତବ୍ୟସ୍ଥଳରେ ନ ପହଞ୍ଚତ୍ପାରି ଅଧାବାଟରେ ଫସିଯାଇଛନ୍ତି। ସେହିଭଳି ପଶ୍ଚିମବଙ୍ଗର ଜଣେ ଦିନ ମଜୁରିଆ ପୁରଲିଆର ବିକ୍ରମ ରବାନୀ(୩୦) କ୍ଷେତ୍ରରେ ଦେଖିବାକୁ ମିଳିଛି। ଶୁକ୍ରବାର ସେ ଭୁବନେଶ୍ୱରରୁ ରେଳଧାରଣାରେ ୫୫କିମି ଚାଲି ଚାଲି ଆସି ଖୁଣ୍ଟୁଣୀସ୍ଥିତ ରାଧାକିଶୋରପୁର ଗ୍ରାମରେ ସନ୍ଧ୍ୟାରେ ପହଞ୍ଚତ୍ ଥିବାବେଳେ ଲୋକଙ୍କ ନଜରଙ୍କୁ ଆସିଥିଲେ। ଏହି ସମୟରେ କେତେକ ଗଣମାଧ୍ୟମ ବିକ୍ରମଙ୍କୁ ଦେଖି ସ୍ଥାନୀୟ ରେଳସୁରକ୍ଷା କର୍ମୀଙ୍କୁ ଜଣାଇଥିଲେ। ପରେ ତାଙ୍କୁ କିଛି ଖାଇବା ଦେବା ସହ ୨ଶହ ଟଙ୍କା ଦେଇ ଖୁଣ୍ଟୁଣୀ ଥାନାକୁ ଜିମା ଦେଇଥିଲେ। ଖୁଣ୍ଟୁଣୀ ଥାନାଧିକାରୀ ସୁଚିତ୍ର ବିର୍ଯ୍ୟ ଦାସ ତାଙ୍କଠାରୁ ସବୁ ଘଟଣା ଜାଣିବା ପରେ କିଛି ଆର୍ଥତ୍କ ସାହାଯ୍ୟ ଦେଇ ଏକ ଟ୍ରକ ଯୋଗେ ମଙ୍ଗୁଳି ପଠାଇଥିଲେ। ପରେ ମଙ୍ଗୁଳି ଫାଣ୍ଡି ପୋଲିସ ସହାୟତାରେ ଏକ ଟ୍ରାନ୍ସପୋର୍ଟ ଟକ୍ରରେ କଲିକତା ପଠାଇ ଦିଆଯାଇଥିଲା। ସୂଚନାଯୋଗ୍ୟ, ବିକ୍ରମ ୫/୬ଦିନ ତଳେ ଜଣେ ଠିକାଦାରଙ୍କ ଅଧୀନରେ କାମ କରିବା ପାଇଁ ଭୁବନେଶ୍ୱରକୁ ଆସିଥିଲେ। ହେଲେ ସମ୍ପୃକ୍ତ ଠିକାସଂସ୍ଥାଟି ଲକ୍‌ଡାଉନ ଘୋଷଣା ଯୋଗୁ କାର୍ଯ୍ୟ ବନ୍ଦ କରିଦେଇଥିଲେ। ଫଳରେ ବିକ୍ରମ ୨/୩ ଦିନ ପାଖରେ ରଖିଥିବା ଟଙ୍କାରେ କଷ୍ଟେମଷ୍ଟେ ଚଳିଯାଇଥିଲେ। ଗତ ୨ ଦିନ ହେବ ଉପାସ ରହିବା ପରେ ଚାଲି ଚାଲି ଗ୍ରାମ ଅଭିମୁଖେ ଯିବାକୁ ବାହାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

ନବୀନ ନିବାସରେ କଟକ-ଚୌଦ୍ୱାରର ୮ କର୍ପୋରେଟର: ଡକରା ପରେ…

ଭୁବନେଶ୍ୱର,୩୦।୩: ନବୀନ ନିବାସରେ ପହଞ୍ଚିଛନ୍ତି କଟକ-ଚୌଦ୍ୱାରର ୮ କର୍ପୋରେଟର। ପ୍ରତାପ ଜେନାଙ୍କ ନେତୃତ୍ୱରେ ନବୀନ ନିବାସରେ ପହଞ୍ଚିଥିବା ସୂଚନା ମିଳିଛି। କଟକ ରାଜନୀତି ସରଗରମକୁ ନେଇ ନବୀନ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ଏପ୍ରିଲ ୬ରୁ ସକାଳୁଆ କୋର୍ଟ

କଟକ,୨୫।୩(କୁମାରଶ୍ରୀ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୬ରୁ ରାଜ୍ୟର ସମସ୍ତ ଜିଲା ଓ ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ମଙ୍ଗଳବାର ଏ ନେଇ ହାଇକୋର୍ଟ…

ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା….

କଟକ,୨୪।୩: କଟକ ଲିଙ୍କ୍‌ରୋଡରେ ଥିବା LIC ଅଫିସ୍‌ରେ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ବିଲ୍ଡିଂ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri