ଭୁବନେଶ୍ୱର ମିନି ଅଟୋ ଏକ୍ସପୋ -୨୦୧୯

ଭୁବନେଶ୍ୱର,୧୪-୧୨: ମିନି ଅଟୋ ଏକ୍ସପୋ ୨୦୧୯ ସ୍ଥାନୀୟ ଶହୀଦନଗରସ୍ଥିତ ଦୁର୍ଗାପୂଜା ପଡିଆଠାରେ ଶୁକ୍ରବାର ଶୁଭାରମ୍ଭ ହୋଇଛି। ୫ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଏକ୍ସପୋ ରେସପନ୍ସ ମାର୍କେଟିଂ ସର୍ଭିସେସ୍‌ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଆରମ୍ଭ ଆୟୋଜନ କରାଯାଇଛି। ଏକ୍ସପୋକୁ ବିଧାୟକ ଅନନ୍ତ ନରାୟଣ ଜେନା ଉନ୍ମୋଚନ କରିଥିଲେ। ଏଠାରେ ୨୫ରୁ ଊର୍ଦ୍ଧ୍ୱ ଶୀର୍ଷ ଅଟୋମୋବାଇଲ ପ୍ଲେୟର ସେମାନଙ୍କ କାର ଏବଂ ଟୁହ୍ବିଲର୍ସ ପ୍ରଦର୍ଶନ କରିବା ସହ ଆକର୍ଷଣୀୟ ଅଫର ପ୍ରଦାନ କରୁଛନ୍ତି। ଏକ୍ସପୋରେ ୩୦ ଷ୍ଟଲ ସ୍ଥାପନ କରାଯାଇଛି। ଏହା ପୂର୍ବାହ୍ନ ୧୧ଟା ଠାରୁ ରାତି ୯ଟା ଯାଏ ଚାଲିବ। ଲୋକମାନେ ଏକ୍ସପୋ ବୁଲିବା ସହ ପ୍ରଡକ୍ଟ ଦେଖିବା ଏବଂ ଅଫର ଲାଭ ନେଇ ପାରିବେ ବୋଲି ରେସ୍‌ପନ୍ସର ଏମ୍‌ଡି ଏନ୍‌.ରବି ଶଙ୍କର ସୂଚନା ଦେଇଛନ୍ତି। ଏଠାରେ ପ୍ରମୁଖ ବ୍ୟାଙ୍କ ଏବଂ ବିତ୍ତ ପ୍ରତିଷ୍ଠାନଗୁଡିକ ମଧ୍ୟ ସେମାନଙ୍କ ଷ୍ଟଲ ସ୍ଥାପନ କରିଛନ୍ତି। ଲୋକଙ୍କୁ ଆବଶ୍ୟକତା ମୁତାବକ ଫାଇନାନ୍ସ ସୁବିଧା ଏଠାରେ ପ୍ରଦାନ କରାଯାଉଛି। ଅଟୋମୋବାଇଲ କମ୍ପାନୀମାନେ ଏକ୍ସଚେଞ୍ଜ ମେଳାରେ ରିହାତି ପ୍ରଦାନ କରୁଥିବା ଜଣାପଡିଛି। ସେହିଭଳି ଗ୍ରାହକଙ୍କ ଲାଗି ବିଭିନ୍ନ ପ୍ରତିଯୋଗିତା ଏହି ଅବସରରେ ଆୟୋଜନ କରାଯାଉଛି। ଏଥିରେ ବିଜେତାଙ୍କୁ ଆକର୍ଷଣୀୟ ପୁରସ୍କାର ଜିତିବାର ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅତନୁ ଚକ୍ରବର୍ତ୍ତୀ ଏଚ୍‌ଡିଏଫ୍‌ସିର ଅସ୍ଥାୟୀ ଅଧ୍ୟକ୍ଷ

ମୁମ୍ବାଇ,୨୫।୪: ଭାରତୀୟ ରିଜର୍ଭ ବ୍ୟାଙ୍କପକ୍ଷରୁ ବରିଷ୍ଟ ପ୍ରଶାସନିକ ଅଧିକାରୀ ଅତନୁ ଚକ୍ରବର୍ତ୍ତୀଙ୍କୁ ଏଚ୍‌ଡିଏଫ୍‌ସିର ଅସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ବ୍ୟାଙ୍କ ତାର ବୋର୍ଡ...

ଦିଲ୍ଲୀରେ ଟମାଟୋ କିଲୋ ୮୦

ନୂଆଦିଲ୍ଲୀ,୧୦-୧୦: ପିଆଜ ପରେ ଏବେ ଟମୋଟୋ ଦର ଆକାଶ ଛୁଆଁ ହୋଇଛି। ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଟମାଟୋର କିଲୋ ପ୍ରତି ଦର ବୁଧବାର ୮୦ ଟଙ୍କା...

ଅନିଲ ଅମ୍ବାନୀଙ୍କ ବିରୋଧରେ ଅବମାନନା ମାମଲା ଖାରଜ

ନୂଆଦିଲ୍ଲୀ,୨୪-୭: ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀ ଏବଂ ଅନ୍ୟମାନଙ୍କ ବିରୋଧରେ ଆଗତ ଅଦାଲତ ଅବମାନନା ମାମଲାକୁ ରାଷ୍ଟ୍ରୀୟ କମ୍ପାନୀ ବିଧି ଅପିଲୀୟ ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଏଟି) ମଙ୍ଗଳବାର...

ନୂଆ ଏମ୍‌ଡିଙ୍କୁ ନିଯୁକ୍ତି ଦେବ ରିଲାଏନ୍ସ

  ନୂଆଦିଲ୍ଲୀ,୧୪-୧: ବଜାର ନିୟନ୍ତ୍ରକ ସେବିର ଆଦେଶ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନୂଆ ଏମ୍‌ଡିଙ୍କୁ ନିଯୁକ୍ତି ଦେବ ବୋଲି ଜଣାପଡିଛି। ଗୋଟିଏ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି)...

ଅର୍ଥ ବ୍ୟବସ୍ଥାରେ ସୁଧାର ଆଶାଠାରୁ ଉନ୍ନତ: ଶକ୍ତିକାନ୍ତ

ନୂଆଦିଲ୍ଲୀ: କରୋନା ଯୋଗୁ ଭାରତ ବଜାର ସଙ୍କଟ ଦେଇ ଗତି କରୁଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) -୨୩.୯%...

ରୁଷିଆରୁ ତେଲ ଆଣିବାକୁ ଭାରତୀୟ କମ୍ପାନୀ ଆଗ୍ରହୀ

ନୂଆଦିଲ୍ଲୀ,୧୮ା୩ ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌) ରୁଷିଆରୁ ଅଶୋଧି ତୈଳ ଆମଦାନୀ ନେଇ ସୂଚନା ମିଳିବା ପରେ...

ବିଏସ୍‌ଏନ୍‌ଏଲ୍‌ ପୁନରୁଦ୍ଧାର ପାଇଁ ଜିଓଏମ୍‌ ଗଠନ

ନୂଆଦିଲ୍ଲୀ,୨୯-୧୨: ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିଫୋନ୍‌ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌) ପାଇଁ ୬୯,୦୦୦ କୋଟି ଟଙ୍କାର ପୁନରୁଦ୍ଧାର ଯୋଜନାକୁ ତ୍ୱରାନ୍ବିତ...

ଏମ୍‌ସିଏଲ୍‌ଆର୍‌ କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୮।୪: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ମାର୍ଜିନାଲ କଷ୍ଟ ଅଫ୍‌ ଫଣ୍ଡସ ବେସ୍‌ଡ ଲେଣ୍ଡିଂ ରେଟ୍‌ ବା ଋଣସୁଧ ୩୫ ବେସିସ ପଏଣ୍ଟ ହ୍ରାସ...

Advertisement
Archives

Model This Week